ପାରାଦୀପ ବନ୍ଦର ବାଟେ ବିଶ୍ୱସ୍ତରୀୟ କଣ୍ଟେନର ସର୍ଭିସ୍‌ ଆରମ୍ଭ

ପାରାଦୀପ,୯ା୩(ଶରତ ରାଉତ): ପାରାଦୀପ ବନ୍ଦର ବାଟେ ଶୁକ୍ରବାର ବିଶ୍ୱସ୍ତରୀୟ କଣ୍ଟେନର ପଣ୍ୟ କାରବାର ଆରମ୍ଭ ହୋଇଛି। ଏନେଇ ପାରାଦୀପ ବନ୍ଦର ଏବଂ ଓଡ଼ିଶା ସରକାରଙ୍କ ସହ ବିଶ୍ୱର ସର୍ବବୃହତ ଭୂମଧ୍ୟସାଗରୀୟ ଶିପିଂ କମ୍ପାନୀ ଏମ୍‌ଏସ୍‌ସି (ମେଡିଟାରାନ ଶିପିଂ କମ୍ପାନୀ)ବୁଝାମଣାପତ୍ର କରିଛି। ପ୍ରଥମଥର ପାଇଁ ପଣ୍ୟ କାରବାରରେ ଓଡ଼ିଶା ସରକାରଙ୍କ ଭାଗୀଦାରି ହୋଇଛି। ଉକ୍ତ କମ୍ପାନୀର ବୃହତ୍‌ ଜାହାଜ ଏମ୍‌ଭି ଟାଇଗର ଏଫ୍‌ ମେଡରେ ୨୫୦ଟି କଣ୍ଟେନର ବୋଝେଇ ହୋଇ ରାତି ୯ଟାରେ କଲମ୍ବୋ ଯାତ୍ରା କରିଛି। ଏହା ପାରାଦୀପ ବନ୍ଦରରୁ କଲିକତା ବନ୍ଦର ଦେଇ କଲମ୍ବୋ ଯିବ। ଫେରିବା ବେଳେ ବିଶାଖାପାଟଣା ବନ୍ଦର ଦେଇ ପାରାଦୀପ ଆସିବ। ଏମିତି ମାସକୁ ୩ ଥର ଯାତାୟାତ କରିବ। ୧୫୪.୫୫ ମିଟର ଲମ୍ବ ଓ ୨୫.୨୧ ମିଟର ପ୍ରସ୍ଥ ବିଶିଷ୍ଟ ଏମ୍‌ଭି ଟାଇଗରରେ ପ୍ରଥମ ପର୍ଯ୍ୟାୟରେ ବେଦାନ୍ତ କମ୍ପାନୀର ୯୦ ଏବଂ ଜିନ୍ଦଲ ଷ୍ଟିଲ କମ୍ପାନୀର ୩୬ଟି ଆଲୁମିନିୟମ କଣ୍ଟେନର ବୋଝେଇ ହୋଇଛି। କଣ୍ଟେନର ସର୍ଭିସ କ୍ଷେତ୍ରରେ ପ୍ରଥମକରି ଓଡିଶା ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ବିଭାଗ (ଏମ୍‌ଏସ୍‌ଏମ୍‌ଇ) ପକ୍ଷରୁ ଏହି ସେବା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଦେଶର ଅନ୍ୟ ବନ୍ଦରଗୁଡ଼ିକରେ ସମ୍ପୃକ୍ତ ରାଜ୍ୟ ସରକାର ସେଠାରେ ଥିବା କମ୍ପାନୀଗୁଡ଼ିକର ପଣ୍ୟ କାରବାର ସେହି ବନ୍ଦର ଜରିଆରେ କରୁଥିବାବେଳେ ଓଡିଶା ସରକାର ଏଥିରୁ ବଞ୍ଚତ୍ତ ରହୁଥିଲେ। ଏବେ ଓଡ଼ିଶା ସରକାର ମଧ୍ୟ ସେହିଭଳି ସେବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ଥିବା କମ୍ପାନୀଗୁଡ଼ିକ ଆଉ ଅନ୍ୟ ରାଜ୍ୟ ବନ୍ଦର ଉପରେ ନିର୍ଭରଶୀଳ ହେବେନାହିଁ ବୋଲି ଏମ୍‌ଏସ୍‌ଏମଇ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି। ଏପରି କଣ୍ଟେନର ସେବା ଜରିଆରେ ଯେଉଁ କମ୍ପାନୀଗୁଡିକ ପାରାଦୀପ ବନ୍ଦର ବାଟେ କାରବାର କରିବେ ସେମାନଙ୍କୁ ବନ୍ଦର ପ୍ରଶାସନ ୭୫% ରିହାତି ଦେବ। ଜାହାଜ ବିଦାୟୀ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଅପରାହ୍ନରେ ପିଆଇସିଟି ବର୍ଥ ପାଖରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରାନ୍ଧ, ଏମ୍‌ଏସଏମଇ ସଚିବ ମିଶ୍ର, ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତାଙ୍କ ସମେତ ଅନ୍ୟ ଅଧିକାରୀ, କମ୍ପାନୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଭଳି କଣ୍ଟେନର ସେବା ଓଡ଼ିଶା ପାଇଁ ସ୍ମରଣୀୟ ଦିନ ବୋଲି ମିଶ୍ର କହିଥିଲେ। ଅଧ୍ୟକ୍ଷ ହାରାନ୍ଧ କହିଥିଲେ, ପାରାଦୀପ ବନ୍ଦର ୧୯୬୭ରୁ ଏପର୍ଯ୍ୟନ୍ତ ୫୭ ବର୍ଷ ହେଲା କେବଳ ଲୁହାପଥର, କୋଇଲା, ଅଶୋଧିତ ତୈଳ ଆମଦାନୀ ରପ୍ତାନି କରୁଥିଲା। ଏବେ ସବୁପ୍ରକାର ପଣ୍ୟ ଏହି କଣ୍ଟେନର ସର୍ଭିସ ଜରିଆରେ ହୋଇପାରିବ। ଓଡ଼ିଶାର କମ୍ପାନୀଗଡ଼ିକ ଯଦି ଧାର୍ଯ୍ୟ ପଣ୍ୟ ବୋଝେଇ କରିବାରେ ଅସମର୍ଥ ହେବେ ତାକୁ ରାଜ୍ୟ ସରକାର ଭରଣା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କୁ ୩ ନମ୍ବରରେ ଖେଳାଇବା ନେଇ ଅଶ୍ୱିନଙ୍କ ପ୍ରଶ୍ନ, କହିଲେ ପାଣି ବାହାରେ ମାଛ…

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ଈଶାନ କିଶନ…

ଦୁର୍ଘଟଣାକୁ ନେଇ ତେଜିଲା ଅସନ୍ତୋଷ, କ୍ରସରରେ ତାଲା ପକାଇଲେ ଗ୍ରାମବାସୀ

ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ତୁଡୁକିବାଡିରେ ଗଜଲଷ୍ମୀ ପୂଜା; କଳସ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ସାମିଲ

ଦାରିଙ୍ଗବାଡି,୨୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତୁଡୁକିବାଡି ସାହିରେ ରବିବାର ଠାରୁ ଗଜଲଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଏଥିପାଇଁ ଶନିବାର ଶିବମନ୍ଦିର ପ୍ରାଙ୍ଗଣରେ ଥିବା…

ସୁନା-ରୂପା ଅଳଙ୍କାରରେ ଝଲସୁଛନ୍ତି ମା’ ଗଜଲକ୍ଷ୍ମୀ, ପୁରୁଷୋତ୍ତମପୁରରେ ମୁଖ୍ୟ ଆକର୍ଷଣ ଓଡିଆ ଅସ୍ମିତା….

ପୁରୁଷୋତ୍ତମପୁର,୨୫।୧୦(ସବିତା ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲାର ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇ ଉଠିଛି । ସୁନା ରୂପାର…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?