ଓଡ଼ିଶାରେ ଭାଜପା ସହ ପ୍ରଭାରୀ, ମେଣ୍ଟକୁ ନେଇ କହିଲେ …

ଭୁବନେଶ୍ୱର, ୧୦।୩: ଏବେବି ମଧ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା କମିନାହିଁ । କେଉଁଠି ନା କେଉଁଠି   ଲୋକଙ୍କ ମନକୁ ଆସୁଛି  ମେଣ୍ଟ ହେବ କି? ଏ ମଧ୍ୟରେ ରବିବାର ଭାଜପାର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଓଡ଼ିଶାରେ ପହଞ୍ଚିଛନ୍ତି। ସେ ଆସିବା ପରେ ମଧ୍ୟ ତାଙ୍କୁ ସେଇ ସମାନ ପ୍ରଶ୍ନ ଦୋହରାଯାଇଛି। ମେଣ୍ଟ ହେବକି ନାହିଁ। ତେବେ ସେ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ଭାଜପା ଏକାକୀ ନିର୍ବାଚନ ଲଢ଼ିବ। ଓଡ଼ିଶାର ସବୁ ସିଟ୍‌ରେ ଭାଜପା ଲଢ଼ିବ। ତେବେ ସେ ନିର୍ବାଚନ ସମ୍ପର୍କରେ ଆଲୋଚନା ପାଇଁ ଆସିଥିବା କହିଛନ୍ତି।
ଓଡ଼ିଶାରେ ମେଣ୍ଟ ଚର୍ଚ୍ଚା ହେଉଥିବା ବେଳେ ଭାଜପାର ଅନେକ ବରିଷ୍ଠ ନେତା ଏହାକୁ  ଖଣ୍ଡନ କରି ଭାଜପା ଏକା ଲଢ଼ିବ ବୋଲି କହିଥିଲେ।
ଓଡ଼ିଶା ଭାଜପା ସଭାପତିଙ୍କ ବୟାନ ଆସିବା ପରେ ଶନିବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଜବ ବାଣ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିବା କୁହାଯାଉଛି। ଏହାପରେ ମଧ୍ୟ  ମେଣ୍ଟ ଚର୍ଚ୍ଚା ଥମୁନାହିଁ।
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ମେଣ୍ଟ ଚର୍ଚ୍ଚା ଯଦିଓ ଥମିଛି। ତେବେ ବିଜେଡି-ଭାଜପା ଭିତରେ ଆଉ ମେଣ୍ଟ ହେବ ନାହିଁ ଏକଥା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ଶନିବାର  ସନ୍ଧ୍ୟାରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ପେଜ୍‌ରେ କାର୍ତ୍ତିକ ପାଣ୍ଡିଆନ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ରାଜନୀତିରେ ସବୁଠାରୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛକଥା। ଏହି ଭିଡିଓ ଭାଇରାଲ ହେବା ପରେ ମେଣ୍ଟ ହେବ କି ନାହିଁ ତାହା ଆଗକୁ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି।