Posted inଫୁରସତ

ଲତା ମଙ୍ଗେସକରଙ୍କ ଗୀତରେ ଡ୍ୟାନ୍ସ କଲେ ପାକିସ୍ତାନୀ ଯୁବତୀ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଭିନ୍ନ ସମ୍ପର୍କ ରହିଛି। ଯଦିଓ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ରହିଛି କିନ୍ତୁ ଯେତେବେଳେ ସାଂସ୍କୃତିକ ପ୍ଲାଟ୍‌ଫର୍ମ କଥା ଆସେ, ଉଭୟ ଦେଶରେ ପରସ୍ପରର ଗୀତ, ସଙ୍ଗୀତ ଏବଂ ଫିଲ୍ମ ପସନ୍ଦ ହୁଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପାକିସ୍ତାନୀ ଯୁବତୀ ଏକ ଭାରତୀୟ ଗୀତରେ ଡ୍ୟାନ୍ସ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।

ଏହି ଯୁବତୀ ଜଣକ ଲତା ମଙ୍ଗେସକରଙ୍କ ଗୀତ ‘ମେରା ଦିଲ ୟେ ପୁକାରେ ଆଜା’ରେ ଜବରଦସ୍ତ ଷ୍ଟେପ୍‌ ଦେଇଛନ୍ତି। ଏହି ଭିଡିଓ ରେକର୍ଡ ଭାଙ୍ଗିବା ଦେଖାଯାଉଛି। ଲୋକମାନେ କେବଳ ଏହାକୁ ପସନ୍ଦ କରନ୍ତି ନାହିଁ ବରଂ ଏହାକୁ ପରସ୍ପର ସହିତ ଶେୟାର କରୁଛନ୍ତି।

ଏହି ପାକିସ୍ତାନୀ ଯୁବତୀଙ୍କ ନାଁ ଆୟେଶା। ସେ ଏକ କୁର୍ତ୍ତା ଏବଂ ପ୍ୟାଣ୍ଟ ପିନ୍ଧି ବିବାହ ଉତ୍ସବରେ ନାଚୁଛନ୍ତି। ଲତାଙ୍କ କଣ୍ଠରେ ପୁରୁଣା ଗୀତ ବ୍ୟାକ୍‌ଗ୍ରାଉଣ୍ଡରେ ବାଜୁଛି। ଯେଉଁଥିରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସେଠାରେ ଅନେକ ମହିଳା ବସିଛନ୍ତି। ଯେଉଁମାନେ ତାଙ୍କୁ ଉତ୍ସାହିତ କରୁଛନ୍ତି।

ଏହି ଭିଡିଓ ପ୍ରଥମେ ଟିକ୍‌ଟକ୍‌ରେ ଶେୟାର କରାଯାଇଥିଲା। ପରେ ଏହାକୁ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଶେୟାର କରାଯାଇଥିଲା। ଏହି ଭିଡିଓକୁ ୧ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଜଣେ ୟୁଜର କମେଣ୍ଟ ଦେଇଛନ୍ତି, ଯୁବତୀ ଜଣକ ଅନନ୍ୟ ପ୍ରତିଭାର ଅଧିକାରିଣୀ। ଆଉ ଜଣେ ୟୁଜର ଲେଖିଛନ୍ତି, ଯୁବତୀଙ୍କ ଷ୍ଟେପ୍‌ ଏବଂ ଭାବଭଙ୍ଗୀ ଚମତ୍କାର। ଏହା ବ୍ୟତୀତ ହଜାର ହଜାର ୟୁଜର ତାଙ୍କୁ ପ୍ରଶଂସା ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri