Posted inଫୁରସତ

ଲାସ୍ୟବାନଙ୍କ ଚିତ୍ର ଦୁନିଆ

ଫୁରସତ୍‌ ମିଳିବା ମାତ୍ରେ ସେ ଧରି ବସନ୍ତି କାଗଜ ଓ ପେନ୍‌ସିଲ। କେବଳ ଏଇ ଦୁଇଟି ସାମଗ୍ରୀକୁ ବ୍ୟବହାର କରି ସେ ତିଆରି କରନ୍ତି ଜୀବନ୍ତ ସ୍କେଚ୍‌। ବଲିଉଡ, ଓଲିଉଡଠୁ ଆରମ୍ଭ କରି ନେତା,ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କର ସ୍କେଚ୍‌ କରି ସେ ସାଉଁଟିଛନ୍ତି ଅନେକ ପ୍ରଶଂସା। ସେ ହେଲେ ଲାସ୍ୟବାନ କଶ୍ୟପ…

ପେସାରେ ସେ ଇଞ୍ଜିନିୟର। ହେଲେ ନିଶା ତାଙ୍କର ଚିତ୍ର କରିବା। ଫୁରସତ୍‌ ମିଳିବା ମାତ୍ରେ ସେ ଧରି ବସନ୍ତି କାଗଜ ଓ ପେନ୍‌ସିଲ। କେବଳ ଏଇ ଦୁଇଟି ସାମଗ୍ରୀକୁ ବ୍ୟବହାର କରି ସେ ତିଆରି କରନ୍ତି ଜୀବନ୍ତ ସ୍କେଚ୍‌। ବଲିଉଡ, ଓଲିଉଡଠୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କର ସ୍କେଚ୍‌ କରି ସେ ସାଉଁଟିଛନ୍ତି ଅନେକ ପ୍ରଶଂସା। ସେ ହେଲେ ଲାସ୍ୟବାନ କଶ୍ୟପ..

କାର୍ଟୁନ୍‌ରୁ ଫେସ୍‌ସ୍କେଚିଂ: ୩୩ ବର୍ଷୀୟ ଲାସ୍ୟବାନଙ୍କ ଗାଁ ଜଗତସିଂହ ପୁରର ତିର୍ତ୍ତୋଲରେ। ହେଲେ ଛୋଟବେଳୁ ସେ ରହିଛନ୍ତି ଭୁବନେଶ୍ୱରର ଶହୀଦ ନଗରରେ। ଲାସ୍ୟବାନ କୁହନ୍ତି, ‘ସ୍କୁଲରେ ମୁଁ ବ୍ୟାକ୍‌ବେଞ୍ଚର୍‌ ଥିଲି। ଏମିତି ନୁହେଁ କି ମୁଁ ଭଲ ପଢୁ ନ ଥିଲି। ହେଲେ ମତେ ପଛ ବେଞ୍ଚରେ ବସିବାକୁ ଭଲ ଲାଗୁଥିଲା। ଆଉ ସେଇ ପଛ ସିଟ୍‌ରେ ବସି ମୁଁ ଖାତାରେ ଆଙ୍କୁଥିଲି ବିଭିନ୍ନ ପ୍ରକାରର କାର୍ଟୁନ୍‌ ଓ ଶକ୍ତିମାନଙ୍କ ଚିତ୍ର। ମୋର ମନେ ଅଛି ୨୦୦୪, ସପ୍ତମ ଶ୍ରେଣୀରେ ପଢିବାବେଳେ ଥରେ ମୋର ଜଣେ ସାଙ୍ଗ ମତେ କହିଲା, ଏତେ ଚିତ୍ର କରୁଛୁ ମୋର ଗୋଟେ ସ୍କେଚ୍‌ କଲୁ। ଆଉ ବହୁତ ଚେଷ୍ଟା କରିବା ପରେ ସେହି ସାଙ୍ଗର ମୁହଁକୁ ମୁଁ ସେଦିନ ଅବିକଳ ନ ହେଲେ ବି ପାଖାପାଖି କାଗଜରେ ଉତାରିବାରେ ସଫଳ ହେଇଥିଲି। ଯାହାକୁ ଦେଖି ସବୁ ସାଙ୍ଗ ମତେ ବହୁତ ପ୍ରଶଂସା କରିଥିଲେ। ଫଳରେ ମୋ ମନ ଭିତରର କଳାକାର ସକ୍ରିୟ ହେଇଗଲା। କାହା ପାଖରେ ତାଲିମ ନ ନେଇ ମୁଁ ନିଜେ ଚେଷ୍ଟା କଲି ଭଲ ସ୍କେଚ୍‌ କରିବା ପାଇଁ।

ପ୍ରଥମ ପାଉଣା: ଦଶମ ଶ୍ରେଣୀରେ ପଢିବାବେଳର କଥା। ଥରେ ମୁଁ ଓ ମୋ ସାଙ୍ଗ ଶହୀଦ ନଗରର ଏକ କାଫେଶପ୍‌ରେ ବସିଥାଉ। ଆମେ ଦେଖିଲୁ ସେଠାରେ ଏକ ସୁନ୍ଦର କପଲ୍‌ ବସିଥିଲେ। ମୋ ସାଙ୍ଗ ମତେ କହିଲା ଯା’ ସେମାନଙ୍କୁ ଆପ୍ରୋଚ୍‌ କରିବୁ ଯେ, ତୁ ତାଙ୍କ ସ୍କେଚ କରିବାକୁ ଚାହୁଁଛୁ। ଡ଼ରି ଡ଼ରି ତାଙ୍କ ପାଖକୁ ଯାଇ ମୁଁ ତାଙ୍କ ସ୍କେଚ୍‌ କରିବାକୁ ଚାହୁଁଛି ବୋଲି କହିଲି। ଆଉ ସେମାନେ ରାଜି ବି ହୋଇଗଲେ। ମୁଁ ସେମାନଙ୍କର ଏକ ସୁନ୍ଦର ସ୍କେଚ୍‌ କଲି। ଯାହାକୁ ଦେଖି ସେମାନେ ଏତେ ଖୁସି ହୋଇଗଲେ ଯେ, ମତେ ୫୦୦ଟଙ୍କା ଦେଲେ। ପ୍ରଥମ ଥର ଏତେ ଟଙ୍କା ପାଇଥିବାରୁ ଭାରି ଖୁସି ଲାଗିଥିଲା। ଏହାପରେ ମୋର ଜୋଶ୍‌ ଆହୁରି ବଢି ଗଲା। ଆଉ ଫେସ୍‌ ସ୍କେଚିଂରେ ପାରଙ୍ଗମ ହେବାକୁ ପ୍ରାୟ ୭ ବର୍ଷ ପରିଶ୍ରମ କଲି। ତା’ସହ ଅବଷ୍ଟ୍ରାକ୍ଟ ପେଣ୍ଟିଂ, ମଡର୍ଣ୍ଣ ଆର୍ଟ ବି କଲି। ଇଞ୍ଜିନିୟରିଂ ପଢିବାବେଳେ ଓଏଲଏକ୍ସ, କୁଇକର୍‌ ଭଳି ବିଭିନ୍ନ ଆପ୍‌ ମାଧ୍ୟମରେ ସ୍କେଚ୍‌ର ସାମ୍ପଲ ପୋଷ୍ଟ କରି ପ୍ରାଇସ୍‌ ଲେଖିଲି, ଯେମିତିକି ଆଗ୍ରହୀ ବ୍ୟକ୍ତି ଅର୍ଡର୍‌ ଦେବେ। ସତକୁ ସତ ଅର୍ଡର ଆସିବାକୁ ଲାଗିଲା। ଏହାବାଦ୍‌ ମୁଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଡିଜିପି ଆର୍‌.ପି.ଶର୍ମା ଆଦିଙ୍କ ପୋର୍ଟ୍ରେଟ୍‌ କରି ସେମାନଙ୍କୁ ଉପହାରସ୍ବରୂପ ପ୍ରଦାନ କରି ଅନେକ ପ୍ରଶଂସା ପାଇଲି। ବଲିଉଡ ସେଲିବ୍ରିଟି ଯେମିତିକି ସୁଶାନ୍ତ ସିଂ ରାଜପୁତ, ବିନିତ ସିଂ, ଜୟଦେବ ଅଲାଓ୍ବତ, ରଣଦୀପ ହୁଡା, ଅମିତାଭ ବଚ୍ଚନଙ୍କ ସ୍କେଚ୍‌ କରି ଫେସ୍‌ବୁକ୍‌, ମେସେଞ୍ଜର ଆଦିରେ ତାଙ୍କୁ ପଠାଇଲି। ସେମାନେ ମୋ ସ୍କେଚ୍‌ ପାଇବା ପରେ ଖୁସି ହେବାସହ କେହି କେହି ରିପ୍ଲାଏ ବି କରିଥିଲେ। ଆଉ କିଛି ବଲିଉଡ୍‌ ଅଭିନେତା, ନିର୍ଦ୍ଦେଶକ ମତେ ବଲିଉଡ୍‌ ଆସି ଭାଗ୍ୟ ପରୀକ୍ଷା କରିବାକୁ ଡାକିଥିଲେ।

ସ୍କେଚିଂରୁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଯୋଜକ: ବଲିଉଡ୍‌ରେ କିଛି କରି ଦେଖାଇଦେବା ଝୁଙ୍କରେ ମୁଁ ମୁମ୍ବାଇ ଗଲି। ସେଠାରେ ଅନେକ ଡାଇରେକ୍ଟର ପ୍ରଡ୍ୟୁସର, ଅଭିନେତା, ଅଭିନେତ୍ରୀଙ୍କ ସଂସ୍ପର୍ଶରେ ଆସିଲି। ଆଉ କଶ୍ମୀରରେ ଶିଶୁ ଭ୍ରୁଣ ହତ୍ୟା ଉପରେ ଆଧାରିତ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ମାଫିନାମା’ରେ ସହ ପ୍ରଯୋଜକ ବି ହେଲି। ଉକ୍ତ ଚଳଚ୍ଚିତ୍ରଟି ଉତ୍ତରାଖଣ୍ଡ ଫିଲ୍ମ ଫେଷ୍ଟିଭାଲ ଓ ସିନେଫିଲ୍‌ରେ ବି ସମ୍ମାନିତ ହୋଇଥିଲା। ହେଲେ ପରେ ଅନୁଭବ କଲି ମୁମ୍ବାଇରେ ସଂଘର୍ଷ କରି ସଫଳ ହେବା ବହୁତ କଷ୍ଟକର। ତେଣୁ ପୁଣି ଫେରି ଆସିଲି ଭୁବନେଶ୍ୱର। ଆଉ ଚାକିରି କରିବା ସହ ପେଣ୍ଟିଂ କରିବା ଜାରି ରଖିଲି।
ଚିତ୍ର ହିଁ ମୋ ଦୁନିଆ: ଏବେ ବାଙ୍ଗାଲୋରର ଏକ କର୍ପୋରେଟ୍‌ ସେକ୍ଟରରେ କାମ କରିବା ସହ ପେଣ୍ଟିଂ ଜାରି ରଖିଛି। ମୋ ପାଖକୁ ଖାସ୍‌ କରି କପଲ୍‌ମାନେ ସ୍କେଚ୍‌ କରିବା ଲାଗି ଅର୍ଡର ଦିଅନ୍ତି। ଭାଲେଣ୍ଟାଇନ୍ସ ଡେ’ରେ ତ ବହୁତ ଅର୍ଡର ଆସେ। ଲୋକମାନେ ମୋ କଳାକୁ ସମ୍ମାନ ଦେଇ ମୋ ଉପରେ ଭରସା ରଖି ଅର୍ଡର ଦେଉଥିବାରୁ ମତେ ବହୁତ ଖୁସି ଲାଗେ। ଆଉ ମତେ ଆତ୍ମସନ୍ତୋଷ ବି ମିଳେ। କହିବାକୁଗଲେ ଚିତ୍ର ହିଁ ମୋ ଦୁନିଆ। ସେଥିପାଇଁ ତାକୁ ନେଇ ମୁଁ ଆଗକୁ ଯିବାକୁ ଚାହେଁ।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri