ଆଜି ଅନ୍ତିମ ପର୍ଯ୍ୟାୟ: ୭ଟାରୁ ଆରମ୍ଭ ହେଲା ମତଦାନ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଗୁରୁବାର ସକାଳ ୭ଟାରୁ ରାଜ୍ୟରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଲାଗି ମତଦାନ ଆରମ୍ଭ ହୋଇଛି । ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଅପରାହ୍ନ ୧ଟା ଯାଏ ଚାଲିବ ମତଦାନ । ଏହାପରେ ଭୋଟବାକ୍ସକୁ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମକୁ ନିଆଯିବ ।

ତେବେ ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲା ପରିଷଦ ଜୋନ ଏବଂ ଏହା ଅଧୀନରେ ଆସୁଥିବା ୯୭୫ ପଞ୍ଚାୟତରେ ମତଦାନ ହେଉଛି। ଏଥର ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ଭୋଟ ଦେଉଛନ୍ତି । ଏଥିଲାଗି ୧୩ ହଜାର ୫୧୪ଟି ବୁଥ୍‌ ବ୍ୟବସ୍ଥା ହୋଇଛି । ପୂର୍ବ ୪ଟି ପର୍ଯ୍ୟାୟରେ ବହୁ ସ୍ଥାନରେ ହିଂସା, ଅନିୟମିତତାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି ।