ଶେଷ ସାଥୀ

ଜୀବନରେ ଶେଷ ସାଥୀ କିଏ? ଏହାର ଉତ୍ତର ଭିନ୍ନ ଭିନ୍ନ ହୋଇପାରେ। ବ୍ୟକ୍ତିଗତ ରୁଚି ଅନୁସାରେ ତାହାର ଉତ୍ତର ନିଶ୍ଚିତ ଭିନ୍ନ ହେବ। ତେବେ ମୁଖ୍ୟତଃ ସ୍ବାମୀ ସ୍ତ୍ରୀ ପ୍ରତି ଓ ସ୍ତ୍ରୀ ସ୍ବାମୀ ପ୍ରତି ଅନୁରକ୍ତି ପ୍ରକଟ କରିବା ସ୍ବାଭାବିକ। କେତେକ କ୍ଷେତ୍ରରେ ଏକାକୀ ରହୁଥିବା ପତି କିମ୍ବା ପତ୍ନୀଟିଏ ନିଜ ସନ୍ତାନକୁ ଜୀବନର ଶେଷ ଆଶ୍ରା ବୋଲି କହନ୍ତି। ଜୀବନର ଶେଷ ସମୟରେ ପୁଅ କାଳେ ବୃଦ୍ଧ ମାତାପିତାଙ୍କ ଆଶ୍ରା ହେବ ବୋଲି ଅନେକ ପିତାମାତା ଆଶାପ୍ରକଟ କରନ୍ତି। କିନ୍ତୁ ଆଜିକାଲିର ପରିସ୍ଥିତିରେ ପୁଅ ହୁଏତ ଏହାକୁ ଭୁଲ୍‌ ପ୍ରମାଣିତ କରୁଛି। ଅସହାୟ ଅବସ୍ଥାରେ ମାତାପିତାଙ୍କୁ ଛାଡ଼ି ନିଜର ସୁଖକର ଜୀବନ ଜିଇଁବାକୁ ପସନ୍ଦ କରୁଛନ୍ତି। ଏଭଳି ସ୍ଥିତିରେ ସମଗ୍ର ଭାରତୀୟ ପରିବାର ଆଜି ଆକ୍ତମାକ୍ତା। ସବୁଠି ସେଇ ଏକାପ୍ରକାର ଦୁଃଖର କୋହରାମ। ସବୁ ମାଆବାପାଙ୍କ ପାଟିରେ ଏକା ପ୍ରାୟ ଜୀବନ ସଙ୍ଗୀତ। ସେ ସଙ୍ଗୀତରେ କେବଳ କୋହ, ଦୁଃଖ ଏବଂ ଯାତନା ଭରପୂର। ତାକୁ ଯିଏ ଶୁଣିବ ସେ ବି ଲହରେଇ ଲହରେଇ କାନ୍ଦିବ। ଅଥଚ ସେ କାନ୍ଦର ସ୍ବର କାହାକୁ ଶୁଭିବ ନାହିଁ। ବୟସ୍କବୟସ୍କାମାନେ ପରସ୍ପରକୁ ଭେଟିଲେ ଗୋଟିଏ ଚର୍ଚ୍ଚା ପୁଅଝିଅ କେମିତି ଅଛନ୍ତି, କୋଉଠି ଅଛନ୍ତି ଏବଂ ପଚରାପଚରି କରୁଛନ୍ତି ନା ନାହିଁ। ଉତ୍ତର ବି ସେଇ ଏକା ପ୍ରକାରର ଆସେ – ‘ହଁ !
ଇଚ୍ଛା ହେଲେ ଫୋନ୍‌ଫାନ୍‌ କରନ୍ତି। ବର୍ଷେ ଦି ବର୍ଷରେ ଥରେ ମୁହଁ ଦେଖାଇବାକୁ ଆସନ୍ତି। କେବେକେବେ ଭିଡିଓ କଲ୍‌ରେ ମୁହଁ ଦେଖାଇ କୁଶଳ ଜିଜ୍ଞାସା କରନ୍ତି ।
ଆଉ କେହି କୁହନ୍ତି – ”କ’ଣ କହିବି ଆଜ୍ଞା ! ବହୁ କଷ୍ଟରେ ପୁଅକୁ ବଡ଼ କଲି। ଚାକିରିବାକିରି କଲା। ବଡ଼ଘର ଝିଅକୁ ବାହାହେଲା। ଏବେ ବାପାମାଆ ତା’ ପାଇଁ ପରଦେଶୀ।“ ଏଭଳି ଆଉ କିଛି ଅସୁଖୀ ଉତ୍ତର ଶୁଣୁଥିବେ। ବାସ୍ତବିକ ସମାଜର ସ୍ଥିତି ବି ସେଇଆ। ଯନ୍ତ୍ରଣା ଭିତରେ ଚଳୁଛନ୍ତି ଆଜିର ବୟସ୍କ ମାଆବାପା। ଅବଶ୍ୟ ଅନେକଙ୍କ ନିକଟରେ ଚଳିବାକୁ କିଛି ଅଭାବ ନାହିଁ। ଚାକିରିରୁ ଅବସର ନେଇ ପେନ୍‌ସନ ପାଇ ବୁଢ଼ାବୁଢ଼ୀ ଘରେ ଚଳୁଛନ୍ତି। କିନ୍ତୁ ଜଣଙ୍କର ମୃତ୍ୟୁ ପରେ ଜୀବନ ଦୁର୍ବିଷହ ହୋଇପଡୁଛି। ଏକାକୀ ବଡ଼ ଘରେ ବଞ୍ଚତ୍ବା ସତରେ ଭାରି କଷ୍ଟ। ମନର କଥା କହିବାକୁ ଓ ଦୁଃଖ ଶୁଣିବାକୁ ପାଖରେ ଲୋକ ନାହାନ୍ତି। ନିଃସଙ୍ଗ ଜୀବନ ମଣିଷକୁ ଅସ୍ତବ୍ୟସ୍ତ କରୁଛି। ଏସବୁ ବଖାଣିବା ଭାରି କଷ୍ଟ ଓ ପୀଡ଼ଦାୟକ।
କିନ୍ତୁ ଟିକେ ତଳେଇ ଦେଖିବା। ଆମ ସମାଜ ବାସ୍ତବରେ ସ୍ବାର୍ଥପର ହୋଇଯାଇନି କି? ପୁଅ ନିଜ ସୁଖ ଚାହୁଁଛି। ମାଆବାପା ନିଜ ସୁଖ ପାଇଁ ପୁଅକୁ ଲୋଡୁଛନ୍ତି। ଏଭଳି ଅବସ୍ଥା ଭିତରେ ପରିବାର ବାଦେ ସମାଜରେ ଅନେକ ଅଛନ୍ତି ଯାହାକୁ ଆମେ କ୍ରମାଗତ ଭାବେ ଅଣଦେଖା କରିଆସୁଛୁ। କେବେ ପଚାରୁ ନ ଥିବା ଉଚ୍ଚ ଚାକିରି କରି ଥଇଥାନ ହୋଇଥିବା ପୁଅର ମାଆବାପାମାନେ ଅସଲରେ କରୁଛନ୍ତି କ’ଣ। ଏଇ ଦୁଃଖକୁ କ’ଣ ହରଣ କରିହେବନି। ନିଜ ହୃଦୟକୁ ଥରେ ଫେଡ଼ି ଦିଅ ଦେଖିବେ ଦୁଃଖ ବୋଲି ଯାହା ଛାତି ଭିତରେ ଜମାଟ ବାନ୍ଧିଛି ତାହା ନିମିଷକରେ ତରଳିଯିବ। ଯେଉଁ ଚିନ୍ତାରେ ଘାରି ହୋଇ ଅସମୟରେ ବହୁ ରୋଗକୁ ନିମନ୍ତ୍ରଣ କରୁଛନ୍ତି ତାହା ଉଭେଇଯିବ। କିନ୍ତୁ ଆମେ ସେପରି କରିପାରୁନୁ। ମୋଟା ଅଙ୍କର ପେନ୍‌ସନ ପାଉଥିବା ମଣିଷଟି ଯେତେବେଳେ ବଜାର ଯାଉଛି ତା’ର ଚରିତ୍ର ଧରାପଡୁଛି। ଦୂରଦୂରାନ୍ତରୁ ନିଜ ଉପତ୍ାଦିତ ଫସଲ ଧରି ଆସି ଫୁଟ୍‌ପାଥରେ ବସିଥିବା ଗରିବଗୁରୁବାଙ୍କ ସହ ଟଙ୍କେ ଦି ଟଙ୍କା ପାଇଁ ଯୁକ୍ତି କରୁଥିବେ। ଜବରଦସ୍ତି ଗୋଟେ ଲେମ୍ବୁ କି ଗୋଟେ ଫଳ ବିକ୍ରେତାଙ୍କ ପ୍ରତିରୋଧ ସତ୍ତ୍ୱେ ବ୍ୟାଗ୍‌ରେ ଭରୁଥିବେ। ଏଣେ ଘରେ ଖାଇବାକୁ ଲୋକ ନ ଥିବେ ବାହାରେ ବେପାରୀଙ୍କ ସହ ମୂଲଚାଲ କରୁଥିବେ। ପେନ୍‌ସନ ଗଣ୍ଡାକ ଦି ପ୍ରାଣୀ କୁଟୁମ୍ବକୁ ଢେର ହୋଇ ଯାହିତାହି ବଳୁଥିବ ଅଥଚ ଲୋଭ କମୁ ନ ଥିବ। ତାକୁ କେମିତି ସାଇତି ରଖିହେବ ସେଥିପାଇଁ ଯୋଜନା ଚାଲେଇଥିବେ। କାହାକୁ ହାତ ଟେକି ଦେବା, ବେଳ ଅବେଳରେ ହୃଦୟ ଖୋଲାକରି ସାହାଯ୍ୟ ଦେବାକୁ ତଥାପି ହେଉଥିବେ କେଡ଼େ କୁନ୍ଥକୁନ୍ଥ। ନିତି ସକାଳ ହେଲେ ଯେଉଁମାନଙ୍କୁ ନେଇ ଆପଣଙ୍କର ଦିନ ଆରମ୍ଭ ହୁଏ, ପୁଣି ଯାହାଙ୍କର ସହଚାର୍ଯ୍ୟରେ ଦିନଟି ଭଲରେ ଭଲରେ କଟି ଶାନ୍ତି ନିଦଟିଏ ହୁଏ, ସେଇ ମଣିଷମାନଙ୍କ ପ୍ରତି ଆମର ପ୍ରତିବେଦନ କ’ଣ। ସେମାନଙ୍କ ପ୍ରତି ଆମ ଆଭିମୁଖ୍ୟ କେମିତି ରହୁଛି ଥରେ ଚିନ୍ତା କରନ୍ତୁ । କେବେ ପଚାରୁ ନ ଥିବା ଦୂରରେ ଥିବା ନିଜର ମଣିଷ ଅଚିରେ ପର କରିଦେଉଛି। ତା’ ପାଇଁ ଧନସମ୍ପତ୍ତି ସାଇତି ଝୁରି ଝୁରି ମଣିଷ ଆଖି ବୁଜୁଛି। ମରିବାର ତିନି ଚାରିଦିନ ପରେ କିଏ ଆସୁଛି ତ ପୁଣି କିଏ ଅନ୍‌ଲାଇନରେ ଭିଡିଓ କଲିଂ ଜରିଆରେ ମୁଖାଗ୍ନି ଦେଉଛି। ଆଉ ସେଇ ମଣିଷଙ୍କ ପାଇଁ ଭାରି ଚିନ୍ତା ଆମର। ଅଥଚ ପର ବୋଲି ଭାବୁଥିବା ଆମ ଚାରିପାଖର ମଣିଷ ସମୟ ଅସମୟରେ ଆସି ପାଖରେ ଛିଡ଼ାହୋଇ ଆମ ସୁଖଦୁଃଖର ସାଥୀ ହୋଇପାରୁଛି। ତଥାପି ସେଇମାନଙ୍କ ପ୍ରତି ଆମର ଦୃଷ୍ଟିଭଙ୍ଗୀ ବଦଳିପାରୁନାହିଁ। ପର-ନିଜର ଭିତରେ ସମ୍ପର୍କକୁ ଖୋଜିଖୋଜି ମଲାଯାଏ ଗୋଟେ ଦ୍ୱିଧା କବଳିତ ଜୀବନକୁ ଧରି ବସୁଛୁ ପଛେ ମୋହରୁ ମୁକ୍ତି ପାଇପାରୁନାହଁୁ।
ଆଗକୁ ସମାଜର ବିକଳ ଚିତ୍ର ଆହୁରି କଦର୍ଯ୍ୟ ହେବ। ଗଲାବେଳେ ପାଖରେ ନିଜ ଲୋକ କେହି ନ ଥିବେ। ପର ବୋଲି ଭାବୁଥିବା ମଣିଷମାନେ ନିଜର ଭଳି ସବୁ ତୁଲାଇବେ। ଦୂରରେ ଥିବା ପୁତ୍ର ମୋହରୁ ମୁକ୍ତିର ବାଟ ଅବଶ୍ୟ ରହିଛି। ଆପଣ ସଞ୍ଚତ୍ଥିବା ସମ୍ପତ୍ତି କିଏ ଭୋଗ କରିବ ସତରେ ମରିବା ପରେ ଆପଣ ଜାଣିପାରିବେ କି? ଯଦି ନାହିଁ ତେବେ ମନକୁ ଥରେ ବଦଳାନ୍ତୁ। ହୃଦୟକୁ ଖୋଲି ଦିଅନ୍ତୁ। ଆମ ଚାରିପାଖର ମଣିଷମାନଙ୍କୁ ନିଜର ଭାବିବା ଆରମ୍ଭ କରନ୍ତୁ। ଭଲରେ ମନ୍ଦରେ ନିଜ ସାଧ୍ୟମତେ ସହଯୋଗ କରନ୍ତୁ।
ଦେଖିବେ ଆପଣଙ୍କ ଶେଷ ଜୀବନ କେମିତି ବଦଳିଯିବ। କଳାଧଳାର ଦୁନିଆ ରଙ୍ଗିନ ରଙ୍ଗିନ ଲାଗିବ। ବଞ୍ଚିିବାର ମୋହ ବଢ଼ିଯିବ। ଜୀବନ ପ୍ରତି ଲୋଭ ବଢ଼ିବ। ମଲା ପରେ କୋକେଇ ପାଇଁ ତଥାକଥିତ ପୁଅର କାନ୍ଧ ଅପେକ୍ଷା ଅନେକ ପୁଅଙ୍କ କାନ୍ଧ ଆଗେଇ ଆସିବ। ଆପଣଙ୍କ ଶେଷଯାତ୍ରା ଅନ୍ୟମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଆଉ ସବୁଠାରୁ ବଡ଼ କଥା ଆପଣଙ୍କ ତିରୋଧାନ ପରେ ଆପଣଙ୍କ ଜୀବନ ସାଥୀର ଜୀବନ କାରୁଣ୍ୟମୟ ନ ହୋଇ ମଧୁମୟ ହେବ। ଆପଣ ଯଦି ବୟସ୍କ ମଣିଷ ଓ ସମ୍ପର୍କ ଖୋଜି ଖୋଜି ଦୁର୍ବିଷହ ଜୀବନ ଜିଉଁଛନ୍ତି ତେବେ ଜୀବନର ଶେଷ ସାଥୀଙ୍କୁ ଖୋଜିବାକୁ ଆଉ ବିଳମ୍ବ କାହିଁକି। ଆପଣଙ୍କ ଚାରିପାଖରେ ବହୁତ ଭଲ ମଣିଷ ଅଛନ୍ତି। ତାଙ୍କୁ ଆପଣାର କରିବାର ବେଳ ଆସିଯାଇଛି। ଏଣିକି ଆପଣଙ୍କର ନିଷ୍ପତ୍ତି!
ଇନ୍ଦିରା ନଗର, ରାୟଗଡ଼ା
ମୋ:୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?