Posted inଫୁରସତ

ଉଡ଼ାଣ ପୂର୍ବରୁ ବିମାନ ଉପରେ ଚଢ଼ିଗଲେ ଏହି ବ୍ୟକ୍ତି: ଗୋଡ଼ରୁ ଚପଲ କାଢ଼ି ବସି ରହିଲେ; ଆଉ ତା’ ପରେ..

ଉଡାଣ ପୂର୍ବରୁ ବିମାନର ଡେଣା ଉପରେ ଚଢ଼ିଗଲେ ଜଣେ ବ୍ୟକ୍ତି। ଲସ୍‌ ଭେଗାସର ମେକ୍‌କେରନ୍‌ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଶେଷରେ ଉକ୍ତ ବ୍ୟକ୍ତି ଆଲେଜାନ୍ଦ୍ରୋ କାର୍ଲସନଙ୍କୁ ଗିରଫ କରାଯାଇଛି।

ଓରେଗନ ଯିବା ଲାଗି ବିମାନ ପ୍ରସ୍ତୁତ ଥିଲା। ଯାତ୍ରୀମାନେ ମଧ୍ୟ ପ୍ରସ୍ତୁତ ଥିଲେ। ହେଲେ ହଠାତ୍‌ ଆଲେଜାନ୍ଦ୍ରୋ ବିମାନର ଡେଣା ଉପରେ ଚଢ଼ିଯାଇଥିଲେ। ସେଠାରେ ଗୋଡ଼ରୁ ନିଜ ଚପଲ ଓ ମୋଜା ବାହାର କରି ବସି ରହିଥିଲେ। ଏଭଳି ଅଜବ କାମ ଦେଖି ବିମାନରେ ଥିବା ଜଣେ ଯାତ୍ରୀ ଭିଡିଓ ଉତ୍ତୋଳନ କରିଥିଲେ। ଏବେ ତାହା ଭାଇରାଲ ହେବାରେ ଲାଗିଛି।

ଅପରପକ୍ଷେ ବିମାନର ପାଇଲଟ୍‌ ବ୍ୟକ୍ତିଙ୍କୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ତାଙ୍କ ଦେହରେ ସାମାନ୍ୟ କ୍ଷତ ହୋଇଥିବା ଜଣାପଡ଼ିବା ପରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଏବେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏଥିସହ ପୋଲିସ ମାମଲାର ଯାଞ୍ଚ ମଧ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼ଙ୍କ ଦୌରାତ୍ମ୍ୟ: ଗାଁକୁ ବରଯାତ୍ରୀ ନେଇ ଆସିବାକୁ ଭୟ କରୁଛନ୍ତି ବରପକ୍ଷ

ପାଟନା,୨୮।୧: ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁ ବିହାରର ଏକ ଗାଁରେ ବିବାହ ବୟସ ଗଡ଼ିଯାଉଥିଲେ ମଧ୍ୟ ଯୁବତୀମାନେ ବିବାହ କରିପାରୁ ନାହାଁନ୍ତି। ଗାଁକୁ ବରଯାତ୍ରୀ ନେଇ ଆସିବାକୁ...

କରୋନା ସମୟରେ ଜନ୍ମନେଲେ ଭଗବାନ! ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ଭାରତୀୟଙ୍କର ଭଗବାନଙ୍କ ଉପରେ ବହୁତ ବିଶ୍ୱାସ ରହିଛି। ସେମାନେ ଭଗବାନଙ୍କ ମୂର୍ତ୍ତି ସମେତ ଗଛ, ତଥା ପଶୁକୁ ମଧ୍ୟ ପୂଜା କରିଥାନ୍ତି। ଏପରି ବିଶ୍ୱାସ ଯୋଗୁ...

ସ୍ତ୍ରୀକୁ ହତ୍ୟା ପରେ ପୁନର୍ଜୀବିତ ପାଇଁ ଶବକୁ ଗୋବରରେ ପୋତିଲେ ସ୍ବାମୀ

ଭୋପାଳ, ୩୧।୮: ମଧ୍ୟପ୍ରଦେଶର ବୈତୁଲ ଜିଲାରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାଦୁଗର ସହାୟତାରେ ସ୍ତ୍ରୀକୁ ପୁନର୍ଜୀବିତ କରିବା ପାଇଁ ଜଣେ ବ୍ୟକ୍ତି...

ଟପ୍‌ଲେସ୍‌ ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ଗର୍ଲଫେଣ୍ଡ

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଚିତ ଏଲନ ମସ୍କଙ୍କ ଗର୍ଲଫ୍ରେଣ୍ଡ ଗ୍ରାଇମ୍ସ ଟପ୍‌ଲେସ୍‌ ହୋଇ ଚର୍ଚ୍ଚାକୁ ଆସିଛନ୍ତି। ଗ୍ରାଇମ୍ସ ଟପ୍‌ଲେସ୍‌ ହୋଇ ନିଜ ନୂଆ...

ଏହି ଦେଶର ସମ୍ପୂର୍ଣ୍ଣ ବିଜୁଳି କାଟିପାରିବ ଚାଇନା, ଜାଣନ୍ତୁ କାରଣ

ପ୍ରତ୍ୟେକ ଦେଶ ନିକଟରେ ନିଜ ଦେଶର ବିଜୁଳି କାଟିବାର ଅଧିକାର ଅଛି, ମାତ୍ର କେବେ ଶୁଣିଛନ୍ତି କି, ଗୋଟିଏ ଦେଶ ଅନ୍ୟ ଏକ ଦେଶର ବିଜୁଳି...

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ‘ବିନୋଦ’ କିଏ? ଜାଣନ୍ତୁ କାହିଁକି ହେଉଛନ୍ତି ଭାଇରାଲ

ବିନୋଦ କିଏ? ଯିଏ #ବିନୋଦ ନାମରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ଏପରି କ’ଣ ହେଲା ଯେଉଁଥିପାଇଁ ଏହି ନାମ ଏତେମାତ୍ରାରେ ଭାଇରାଲ ହେଉଛି। ଲୋକ...

ଖେଳ ଦେଖାଉଥିବାବେଳେ କେଳାକୁ ଦଂଶିଲା ନାଗ

ବୋକାରୋ, ୧୮।୮: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳ ଦେଖାଉଥିବାବେଳେ ନାଗ ସାପ ଦଂଶିବାରୁ ଜଣେ କେଳାର ମୃତ୍ୟୁ ହୋଇଛି।...

କରୋନା ଭୟ: ଏହି ଦେଶର ପ୍ରତ୍ୟେକ ସ୍ଥାନରେ ଲାଗିଛି ‘ଓ୍ବାଶ୍‌ ବେସିନ୍‌’

ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ବିଶ୍ୱର କେତେକ ଦେଶ ଏଥିରୁ ନିସ୍ତାର ପାଇବା...

Advertisement


Archives

Model This Week