ବୃହତ୍ତମ ଓ କ୍ଷୁଦ୍ରତମ

ନିମାଇଁ ଚରଣ ଲେଙ୍କା

ସଂସାରରେ ବୃହତ୍ତମ ଓ କ୍ଷୁଦ୍ରତମର କୌଣସି ସୀମାନାହିଁ। ସବୁଠାରୁ ବଡ଼ ଭାବୁଥିବା ବ୍ୟକ୍ତିଠାରୁ ଆହୁରି ବଡ଼ ଅଛନ୍ତି ଓ ସବୁଠାରୁ ଛୋଟ ଭାବୁଥିବା ବ୍ୟକ୍ତିଠାରୁ ଆହୁରି ଛୋଟ ଅଛନ୍ତି। ପ୍ରକୃତରେ ନିଜକୁ ସବୁଠାର ୁବଡ଼ ବା ମହାନ୍‌ ଭାବୁଥିବା ବ୍ୟକ୍ତି ସବୁଠାରୁ ଛୋଟ ଓ ନିଜକୁ ଛୋଟ(କ୍ଷୁଦ୍ର) ଭାବୁଥିବା ବ୍ୟକ୍ତି ସବୁଠାରୁ ଉଚ୍ଚ ଓ ମହାନ୍‌। ସେମାନେ ସଦା ଆତ୍ମିକ ସ୍ଥିତିରେ ଥାଆନ୍ତି ଓ ସମସ୍ତ ଜୀବଙ୍କଠାରେ ଆତ୍ମାକୁ, ତା’ର ଅମରତ୍ୱକୁ ତଥା ପରମାତ୍ମାଙ୍କୁ ଦେଖିପାରନ୍ତି। ସମସ୍ତେ ତାଙ୍କୁ ଆପଣାର ଲାଗନ୍ତି ଓ ଛୋଟଠାରୁ ବଡ଼ପର୍ଯ୍ୟନ୍ତ, ସମସ୍ତଙ୍କଠାରୁ ଶିଷ୍ୟରୂପେ ଶିକ୍ଷାଲାଭ କରନ୍ତି ଏବଂ ମାନସିକ ଭାବେ ସମସ୍ତଙ୍କୁ ସମ୍ମାନ କରନ୍ତି। ଦାର୍ଶନିକ ସକ୍ରେଟିସଙ୍କ ‘ମୁଁ କିଛି ଜାଣିନି’, ଭର୍ତ୍ତୃହରିଙ୍କ ‘ମୁଁ ନିହାତିଅଜ୍ଞ’ ଓ ସନ୍ଥକବୀରଙ୍କର ‘ସମସ୍ତ ଜ୍ଞାନୀମାନଙ୍କଠାରୁ ଆରମ୍ଭରୁ ହିଁ ପରାଜ଼ୟ ବରଣ କରିବା’ ସେମାନଙ୍କ ‘ମହାନତା’ର ପରିଚୟ ଦିଏ। ନିଜକୁ କ୍ଷୁଦ୍ର ମଣୁଥିବା ବ୍ୟକ୍ତି ଛୋଟଛୋଟ ଘଟଣାରେ ଅତ୍ୟଧିକ ପ୍ରଭାବିତ, ଉତ୍ତେଜିତ ଓ ଅଶାନ୍ତ ହୋଇ ନ ଥାନ୍ତି। ଲାଭକ୍ଷତି, ଜୀବନମରଣ, ମିଳନ ବିଚ୍ଛେଦ, ମାନ ଅପମାନ, କାମ, କ୍ରୋଧ, ଲୋଭ, ମୋହ, ରାଗ, ଦ୍ୱେଷର କୌଣସି ଘଟଣା ତାଙ୍କୁ ବିକ୍ଷିପ୍ତ କରିପାରେ ନାହିଁ। ଯେହେତୁ ସମାଜରେ ତାଙ୍କୁ ମିଳୁଥିବା ‘ମାନ’(ସମ୍ମାନ)କୁ ସେମାନେ ଦୂରକୁ ଫିଙ୍ଗିଦିଅନ୍ତି, ତେଣୁ ତାଙ୍କର ‘ମାନହାନି’ର ଆଶଙ୍କା ହିଁ ନ ଥାଏ। ସେମାନେ ଉଚ୍ଚପଦ ବା ଉନ୍ନତ ଜୀବନ ଶୈଳୀରେ ଲାଳସୀ ନୁହନ୍ତି। ସେମାନେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ନିଜକୁ ତୃଣଠାରୁ କ୍ଷୁଦ୍ର ମନେକରନ୍ତି। ସଦାବିନୟୀ ଓ ସର୍ବତ୍ର ଈଶ୍ବରଙ୍କ ଅସ୍ତିତ୍ୱ ଅନୁଭବ କରନ୍ତି। ଏହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଯୁଗାବତାରୀ ଶ୍ରୀକୃଷ୍ଣ ଓ ଶ୍ରୀରାମ। ଯୁଧିଷ୍ଠିରଙ୍କ ରାଜସ୍ବ ଯଜ୍ଞରେ ନିମନ୍ତ୍ରିତ ଅତିଥିମାନଙ୍କର ଶ୍ରୀକୃଷ୍ଣଙ୍କ ପାଦଧୌତ କରିବା ଓ ବାଲ୍ୟସାଥୀ ଦରିଦ୍ର ସୁଦାମାଙ୍କ ପ୍ରତି ଆତିଥେୟତା ଏବଂ ଶବରୀର ଅଇଁଠାକୋଳି ଶ୍ରୀରାମ ଖାଇବା ସେମାନଙ୍କର ମହାନତାର ସର୍ବଶ୍ରେଷ୍ଠ ଉଦାହରଣ।
ଅନ୍ୟପକ୍ଷରେ ବର୍ତ୍ତମାନ ଆତ୍ମପ୍ରତିଷ୍ଠା, ଆତ୍ମବଡ଼ିମା ଓ ପ୍ରତିଯୋଗିତାର ସଂସାରରେ ପ୍ରତ୍ୟେକ ମଣିଷ ଚାହେଁ, ସେ କେମିତି ସମସ୍ତଙ୍କୁ ପଛକୁ ଠେଲି ଆଗକୁ ବା ଉଚ୍ଚକୁ ଯିବ। ତାହା ଧନସମ୍ପତ୍ତି, ପଦପ୍ରତିଷ୍ଠା, ରାଜନୀତି, ନିଜ ଜ୍ଞାନସାଧନାକୁ ନେଇ ହେଉ, କିଛି ଫରକ ପଡ଼େନାହିଁ। ଶେଷକୁ ସମାଜର ସବୁଠାରୁ ନୀଚ ଓ ଘୃଣିତଭାବେ ଗଣାହୋଇ ମଶାଣି ଭୂଇଁକୁ ଫେରିବାକୁ ପଡ଼େ। କ୍ଷମତା, ଆତ୍ମପ୍ରଶଂସା ଓ ଅହଙ୍କାର ମୋହ ତାଙ୍କୁ ଅନ୍ଧ କରିଦିଏ। ଛଳନାକୁ ଆପଣେଇଥିବା ଓ ଚିରଦିନ ଅମରହେବା ପାଇଁ ଆଶା ରଖିଥିବା ମଣିଷ ଶେଷକୁ ଆପେ ଆପେ ସେହି ଛଳନାର ଯୂପକାଠରେ ବେକ ପୂରାନ୍ତି। ଜାତି, ବର୍ଣ୍ଣ, ବିଦ୍ୟା, ଧନ, ସୌନ୍ଦର୍ଯ୍ୟରେ ନିଜକୁ ନିଜେ ବଡ଼ ବୋଲି ଭାବିବା ଅନୁଚିତ। ନିଜକୁ ଛୋଟ(କ୍ଷୁଦ୍ର) ଓ ଅନ୍ୟକୁ ବଡ଼(ମହାନ୍‌) ଭାବିବା ହିଁ ପ୍ରକୃତ ବଡ଼ପଣିଆ। କିନ୍ତୁ ନିଜକୁ ବଡ଼ ଓ ଅନ୍ୟକୁ ଛୋଟଭାବିବା ଅତ୍ୟନ୍ତ ନୀଚତା। ଲୋକକଥା ଅଛି, ‘ଛୋଟମୁହଁରେ ବଡ଼କଥା’। ଈଶ୍ୱର କାହାର ଅହଙ୍କାର ସହି ନ ଥାନ୍ତି। ସେ ସମସ୍ତଙ୍କର ପାଳନକର୍ତ୍ତା ଓ ସର୍ବେସର୍ବା। ଏପରିସ୍ଥଳେ ନିଜର ସକଳ ସଦ୍‌ଗୁଣକୁ ଅହଙ୍କାର ଦ୍ୱାରା ଆବୃତ୍ତ କରିଦେବାରେ କି ଲାଭ? ଛୋଟବଡ଼ କେବଳ ବ୍ୟବହାର ବା ଆଚରଣରେ ଥାଏ, ଆତ୍ମାରେ ନୁହେଁ। ସୂର୍ଯ୍ୟଙ୍କର ପ୍ରଚଣ୍ଡକିରଣ ମେଘାଚ୍ଛାଦିତ ହୋଇଗଲେ ଯେପରି ପ୍ରକାଶିତ ହୋଇପାରେନାହିଁ, ଠିକ୍‌ ସେହିପରି ବୃଥା ଅହମିକା(ମୁଁକାର ଭାବ)ସକଳ ଦୈବୀଗୁଣକୁ ଆଚ୍ଛାଦିତ କରିଦିଏ ଏବଂ ପ୍ରକୃତ ମହନୀ଼ୟତାଠାରୁ ଦୂରେଇ ଦିଏ। ମନୁଷ୍ୟ ସର୍ବଦା ନିଜକୁ ଅନ୍ୟ ସହିତ ତୁଳନାକରି ନିଜକୁ ହିଁ ଭାରାକ୍ରାନ୍ତ କରିଥାଏ। ତୁଳନା ବାଟଦେଇ କ୍ରୋଧ, ଈର୍ଷା, ଦୁଃଖ, ବିଦ୍ରୋହ ସମେତ ସମସ୍ତ ବିରୋଧୀଶକ୍ତି ଅନୁପ୍ରବେଶ କରନ୍ତି। ଏହା ହେଉଛି ଏକପ୍ରକାର ଆତ୍ମଶତ୍ରୁତା। ତୁଳନା ହିଁ ନିଜ ଭିତରକୁ ନିମନ୍ତ୍ରଣକରେ ହତାଶା, ହୀନମନ୍ୟତା, ଅଶାନ୍ତି, ଅସନ୍ତୋଷ ସମେତ ବହୁ ଅପଶକ୍ତିର ସମାବେଶକୁ। ସମସ୍ତ ପ୍ରକାର ନକାରାତ୍ମକ ଚିନ୍ତା ଓ ସମସ୍ୟା ଆସେ ଏହିପ୍ରକାର ତୁଳନା ଯୋଗୁ। ଫଳତଃ ଶାରୀରିକ କ୍ଳାନ୍ତି ଓ ମାନସିକ ଅବସାଦ ଆସେ। ତେଣୁ ଅନ୍ୟସହିତ ନିଜକୁ ତୁଳନା ନ କରି ନିଜ ସହିତ ନିଜକୁ ତୁଳନା କରିବା ହିଁ ସର୍ବଶ୍ରେଷ୍ଠ ବୁଦ୍ଧିମତ୍ତା। ଗ୍ଲାସ, ବାଲ୍‌ତି ଓ ଡ୍ରମ ନିଜ ନିଜ ଜଳଧାରଣ କ୍ଷମତା ବିଷୟରେ ସଚେତନ ଥିବାରୁ ସନ୍ତୁଷ୍ଟ ଥାଆନ୍ତି। କିନ୍ତୁ ପରସ୍ପରକୁ ତୁଳନାକଲେ ଅସନ୍ତୁଷ୍ଟ ରହିବା ସ୍ବାଭାବିକ। ତେଣୁ ନିଜକୁ ନିଜ(ଈଶ୍ୱରପ୍ରଦତ୍ତ ପ୍ରଚଣ୍ଡଶକ୍ତି)ସହ ତୁଳନାକରି, ନିଜର ପ୍ରଗତି ତଥା ସେହି ମହାନ୍‌ ଶକ୍ତି ଓ ଚେତନାର ବିକାଶ କରିବା ଏକାନ୍ତ କାମ୍ୟ। ଏ ସଂସାରରେ ସବୁଠାରୁ ବଡ଼(ବୃହତ୍ତମ) ଓ ସବୁଠାରୁ ଛୋଟ(କ୍ଷୁଦ୍ରତମ)ହେଉଛନ୍ତି ଏକ ହିଁ ପରମାତ୍ମା, ଯାହାଙ୍କର କୌଣସି ସୀମାନାହିଁ।
ଜୀବନ କ୍ରମେ କ୍ରମେ କ୍ଷୟ ହେଉଛି। ଆମେ ପ୍ରତିକ୍ଷଣ ମୃତ୍ୟୁର ନିକଟବର୍ତ୍ତୀ ହୋଇଚାଲିଛୁ। କେତେବେଳେ ବି ଜୀବନଦୀପ ଲିଭି ଯାଇପାରେ। କିନ୍ତୁ ଶରୀରର ବିନାଶ ହେଲେ ମଧ୍ୟ ଆତ୍ମାର ବିନାଶ ହୁଏନାହିଁ। ଏଣୁ ଏଠିକାର କାମ ଶେଷକରିଦେଇ, ଭବିଷ୍ୟତର ସୁଗମଯାତ୍ରା ପାଇଁ ଅଣ୍ଟା ଭିଡ଼ିବାକୁ ପଡ଼ିବ। ଦେହ ଅଭିମାନ (ଅହଙ୍କାର)ହିଁ ସବୁଠାରୁ ବଡ଼ପାପ ଓ ଅପବିତ୍ରତା। ସଦ୍‌ଗୁଣ ଜୀବକୁ ସତ୍‌ ପୁରୁଷ କରେ, ମାତ୍ର ଅହଙ୍କାର ପ୍ରବେଶ କରିବା ମାତ୍ରେ ତାକୁ ପତ୍ତନମୁଖୀ କରି ଇହଲୋକ ଓ ପରଲୋକକୁ ନଷ୍ଟକରିଦିଏ। ମହାନତା ଓ ଲଘୁତା ଭାବ ଅଜ୍ଞାନଜନିତ।
ଭେଦଦୃଷ୍ଟି ମୃତ୍ୟୁ ଏବଂ ଅଭେଦଦୃଷ୍ଟି ହିଁ ଅମରଜୀବନ।
ଯେଉଁଦିନ ଏହି ସାଂସାରିକ ଅଭିରୁଚି ନଷ୍ଟହେବ, ସେହିଦିନ ହିଁ ପାରମାର୍ଥିକ ଅଭିରୁଚି ପୂର୍ଣ୍ଣତା ଲାଭକରିବ ଏବଂ ଆମେ ଅମରତ୍ୱ ଓ ପରମଶାନ୍ତିକୁ ପ୍ରାପ୍ତହେବା।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri