ଛତିଶଗଡ଼-ପଶ୍ଚିମବଙ୍ଗକୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ଯୋଜନା ଭଣ୍ଡୁର : ୩ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବାଲିଗୁଡା, ୧୪।୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ବାଲିଗୁଡା ବ୍ଲକ ପରମପାଙ୍ଗା ପଞ୍ଚାୟତରେ ବାଲିଗୁଡା ଥାନା ଏସଆଇ ପ୍ରମୋଦ କୁମାର ଜେନାଙ୍କ ସହ ପୋଲିସ ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ ଏକ ବଡ଼ ଯୋଜନାକୁ ଭଣ୍ଡୁର କରିଛି। ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟକୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ହେଉଥିବା ଯୋଜନା କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପରମପାଙ୍ଗା ପଞ୍ଚାୟତର କିଲୁପଡା ଗ୍ରାମରେ ପୋଲିସ ଅଚାନକ ପହଞ୍ଚି ଗଞ୍ଜେଇ ଚାଲାଣକୁ ଭଣ୍ଡୁର କରିଛନ୍ତି। ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ଶୁକ୍ରବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀରେ ଏନେଇ ପ୍ରକାଶ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, କିଲୁପଡା ଗ୍ରାମର ପୂଜୁରା ଦିଗାଲ ଓ ପାଉଲ ଦିଗାଲଙ୍କ ବାଡ଼ି ପଛ ପାଖ ଜଙ୍ଗଲରେ ୬ ଟି ବସ୍ତାରେ ୧୧୭ କେଜି ଗଞ୍ଜେଇ ସହ ପ୍ୟାକିିଙ୍ଗ କରିବା ପାଇଁ ନିକଟରେ ଥିବା କିଛି ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ୟାକିିଙ୍ଗ କରୁଥିବା ସମୟରେ ଜବତ ହୋଇଛି l ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l ଘଟଣା ସ୍ଥଳରେ ଗଞ୍ଜେଇ ପେକିଙ୍ଗ କରୁଥିବା ପୂଜୁରା ଦିଗାଲଙ୍କୁ ପୋଲିସ କେଶ ନଂ. ୫୦/୨୫ ପ୍ରକାରେ ଗିରଫ କରିଥିବା ବେଳେ ପାଉଲ ଦିଗାଲ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି l ଏହି ଖବର ପାଇ ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସୱାଇଁ ଓ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ସାହୁ ଏସଆଇ ପ୍ରମୋଦ କୁମାର ଜେନାଙ୍କ ସହ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଥିଲେ l ତଦନ୍ତ ବେଳେ ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟରୁ କିଛି ଗାଡି ଗଞ୍ଜେଇ ନେବା ପାଇଁ ଆସି ଅଜଣା ସ୍ଥାନରେ ରହିଥିଲେ ବୋଲି ଜଣାପଡିଥିବା ବିଷୟ ଶୁଣିବାକୁ ପାଇଥିଲେ l ଏହି ଗଞ୍ଜେଇ ଚାଲାଣ ଘଟଣାରେ ଆଉ କେଉଁ କେଉଁ ବ୍ୟକ୍ତି ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ପୁଲିସ ଅଧିକ ତଦନ୍ତ ଅବ୍ୟାହତ ରଖିବା ସହ ବେଆଇନ ଗଞ୍ଜେଇ ଚାଷ କରିବା ଅପରାଧ, ଚାଷ କରୁଥିବା ବ୍ୟକ୍ତି ଓ ବିକ୍ରି ପାଇଁ ଚାଲାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏଣୁ ଏଥିରେ ନିଜର କ୍ଷତି ହେବ ସହ ପରିବାର ଲୋକଙ୍କ ମଧ୍ୟ କ୍ଷତି ଘଟୁଛି । ଏଣୁ ଏଥିରୁ ନିବୃତ ରହି ସରକାରଙ୍କ ତରଫରୁ ପ୍ରୋତ୍ସାହନ ଜରିଆରେ କନ୍ଧମାଳ ଜିଲାରେ ଷ୍ଟ୍ରବେରୀ ଚାଷ କରିବା ପାଇଁ ଚାଷୀଙ୍କୁ କୁହାଯାଉଛି, ଏହା ଦ୍ୱାରା ଚାଷୀ ମାନେ ଅଧିକ ଲାଭବାନ ହେଉଛନ୍ତି ଏଣୁ ସମସ୍ତେ ଗଞ୍ଜେଇ ଚାଷ ଛାଡି ଷ୍ଟ୍ରବେରି ଚାଷ ପାଇଁ ମନ ବଳାନ୍ତୁ ବୋଲି ଏସଡିପିଓ ରାମେନ୍ଦ୍ର ପ୍ରସାଦ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri