JioHotstar Plans: ଏହା ହେଉଛି ସବୁଠାରୁ ଶସ୍ତା OTT ପ୍ଲାଟଫର୍ମ, ଦିନକୁ ଖର୍ଚ୍ଚ କରିବେ ମାତ୍ର ୧.୬୬ ଟଙ୍କା

ନୂଆଦିଲ୍ଲୀ,୧୪।୨: ଦୁଇଟି ବଡ଼ OTT ପ୍ଲାଟଫର୍ମ Jio Cinema ଏବଂ Disney Plus Hotstar ଏବେ ଗୋଟିଏ ହୋଇଗଲେଣି। JioHotstar ଏକ ସୁଲଭ OTT ପ୍ଲାଟଫର୍ମ ପାଲଟିଛି। ଏହା କହିବା ଭୁଲ ହେବ ନାହିଁ ଯେ Jio ଏବଂ Hotstarର ଏକାଠି ହୋଇ ଅନ୍ୟ OTT ପ୍ଲାଟଫର୍ମଗୁଡ଼ିକୁ ପରାସ୍ତ କରିବାକୁ ଯାଉଛି। ଜିଓ ହଟଷ୍ଟାରର ମାସିକ ସବସ୍କ୍ରିପସନ୍‌ ବହୁତ କମ୍‌ ହାରରେ ପ୍ରଦାନ କରାଯାଉଛି।

JioHotstar Plans Price: ପ୍ଲାନଗୁଡ଼ିକର ମୂଲ୍ୟ କେତେ?

ମୋବାଇଲ ପ୍ଲାନ୍‌: ପ୍ଲାନ୍‌ ବିଷୟରେ ସୂଚନା Jio Hotstar ଆପ୍‌ରେ ଦିଆଯାଇଛି, କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ୍‌ ମୋବାଇଲ ଉପଭୋକ୍ତାଙ୍କ ପାଇଁ ରହିଛି। ଗୋଟିଏ ଡିଭାଇସ୍‌ରେ କାମ କରୁଥିବା ପ୍ଲାନ୍‌ ତିନି ମାସ ପାଇଁ ୧୪୯ ଟଙ୍କାରେ ପ୍ରଦାନ କରାଯାଉଛି। ଅର୍ଥାତ ପ୍ରତି ମାସ ୫୦ ଟଙ୍କାରେ (୩୦ ଦିନ ପାଇଁ ଦୈନିକ ଖର୍ଚ୍ଚ ୧.୬୬ ଟଙ୍କା) ଆପଣଙ୍କୁ ୭୨୦ ପିକ୍ସେଲ ରିଜୋଲ୍ୟୁସନ ସହିତ ଏକ ପ୍ଲାନ ମିଳିବ।

ହେଲେ ଧ୍ୟାନ ରଖନ୍ତୁ ଏହି ଯୋଜନାରେ ଆପଣଙ୍କୁ ଭିଡିଓ ଦେଖିବା ସମୟରେ ମଝିରେ ବିଜ୍ଞାପନ ଦେଖିବାକୁ ପଡିବ। ଯଦି ଆପଣ ଏହି ପ୍ଲାନ୍‌ ଗୋଟିଏ ବର୍ଷ ପାଇଁ କିଣିବେ, ତେବେ ଆପଣଙ୍କୁ ୪୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ଅର୍ଥାତ୍‌ ମାସିକ ଖର୍ଚ୍ଚ କେବଳ ୪୨ ଟଙ୍କା ହେବ।

ସୁପର୍‌ ଟିଭି ପ୍ଲାନ୍‌: ଏହି ଜିଓ ହଟଷ୍ଟାର୍‌ ପ୍ଲାନ ୨୯୯ ଟଙ୍କାରେ ତିନି ମାସ ପାଇଁ ଉପଲବ୍ଧ, ଯାହାର ଅର୍ଥ ହେଉଛି ମାସିକ ଖର୍ଚ୍ଚ ୧୦୦ ଟଙ୍କା ହେବ। ଏହି ଯୋଜନାଟି ୧ ବର୍ଷ ପାଇଁ ୮୯୯ ଟଙ୍କାରେ ଉପଲବ୍ଧ ହେବ। ଅର୍ଥାତ ଗୋଟିଏ ମାସର ଖର୍ଚ୍ଚ ୭୫ ଟଙ୍କା ହେବ। ଏହି ଯୋଜନା ସହିତ ଆପଣ ୨ଟି ଡିଭାଇସ୍‌ରେ (ଟିଭି, ମୋବାଇଲ କିମ୍ବା ଲାପଟପ୍‌) ୧୦୮୦ ପିକ୍ସେଲ ରିଜୋଲ୍ୟୁସନ କଣ୍ଟେଣ୍ଟ ଦେଖିପାରିବେ। ଧ୍ୟାନ ଦେବାର କଥା ହେଉଛି ଏହି ଯୋଜନାଟି ବିଜ୍ଞାପନ ମୁକ୍ତ ନୁହେଁ, ଅର୍ଥାତ୍‌ ଆପଣଙ୍କୁ ଭିଡିଓ ମଧ୍ୟରେ ବିଜ୍ଞାପନ ଦେଖିବାକୁ ପଡିବ।

JioHotstar Premium: ଏହି ୩ ମାସର ପ୍ଲାନର ମୂଲ୍ୟ ୪୯୯ ଟଙ୍କା, ଅର୍ଥାତ ଏହି ପ୍ଲାନ୍‌ ପାଇଁ ମାସିକ ୧୬୬ ଟଙ୍କା ଖର୍ଚ୍ଚ ହେବ। ଯଦି ଆପଣ ଏହି ପ୍ଲାନ୍‌ ଗୋଟିଏ ବର୍ଷ ପାଇଁ କିଣନ୍ତି, ତେବେ ଆପଣଙ୍କୁ ୧୪୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ଅର୍ଥାତ ମାସିକ ଖର୍ଚ୍ଚ ୧୨୫ ଟଙ୍କା ହେବ। ଏହି ଯୋଜନାରେ ୪ଟି ଡିଭାଇସ (ଟିଭି, ଲାପଟପ୍‌, ମୋବାଇଲ) କୌଣସି ବିଜ୍ଞାପନ ନାହିଁ, ଡଲବି ଭିଜନ୍‌ ଏବଂ ୪K ରିଜୋଲ୍ୟୁସନ କଣ୍ଟେଣ୍ଟ ଉପଲବ୍ଧ ରହିବ।

Netflix ଯୋଜନା ମୂଲ୍ୟ:
ଯଦି ଆମେ Netflixର ସବୁଠାରୁ ଶସ୍ତା ପ୍ଲାନ ବିଷୟରେ କଥା ହେବା, ତେବେ ଏହାର ସବୁଠାରୁ ଶସ୍ତା ମାସିକ ପ୍ଲାନ ମଧ୍ୟ ୧୪୯ ଟଙ୍କା, ଏହି ପ୍ଲାନର ଦୈନିକ ମୂଲ୍ୟ ୩୦ ଦିନ ପାଇଁ ୪.୯୬ ଟଙ୍କା ହେବ। କମ୍ପାନୀ ଏହି ମୂଲ୍ୟରେ ମୋବାଇଲ ପ୍ଲାନ ପ୍ରଦାନ କରେ।

JioCinema ବ୍ୟବହାରକାରୀଙ୍କ ପ୍ରତି କ’ଣ ହେବ?
ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ ଘୁରି ବୁଲୁଛି ଯେ ଜିଓ ସିନେମା ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ଅବସ୍ଥା କ’ଣ ହେବ, ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଜିଓ ସିନେମା ବ୍ୟବହାରକାରୀଙ୍କୁ ଜିଓ ହଟଷ୍ଟାର ଆପକୁ ରି ଡାଇରେକ୍ଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାମାଟିଆ ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା, ସିଡିଏମ୍‌ଓ କହିଲେ….

ବରୀ,୧୦।୧୧(ମହେନ୍ଦ୍ର ସ୍ୱାଇଁ ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କଳାମାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇ ସେବା ଯୋଗାଇ ଆସୁଥିଲେ ଆୟୁଷ ଡାକ୍ତର କୈଳାଶ ଚନ୍ଦ୍ର ପତି ।…

କାହିଁକି ଭାରତର ପ୍ରଧାନମନ୍ତ୍ରୀ ହେଲେନି ସୋନିଆ ଗାନ୍ଧୀ? ଏତେ ବର୍ଷ ପରେ ନିଜେ ଖୋଲିଲେ ବଡ଼ ରହସ୍ୟ, କହିଲେ ରାହୁଲ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ନିଜ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ରେ ସେ କାହିଁକି ପ୍ରଧାନମନ୍ତ୍ରୀ ହୋଇନଥିଲେ, ସେନେଇ ବଡ଼ ଖୁଲାସା କରିଛନ୍ତି।…

ବୋହୂଙ୍କୁ ଘାରିଲା iPhone ନିଶା, ଶାଶୂଙ୍କ ଗହଣା ବିକି କିଣିଲେ ଫୋନ୍‌, ଶାଶୂ ଜାଣିବା ପରେ…

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରର ନାଗପୁରରୁ ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦାମୀ iPhone କିଣିବାର ସଉକ ପୂରଣ କରିବା ପାଇଁ ଜଣେ ବୋହୂ ନିଜ ଶାଶୂଙ୍କ…

ବଦଳିଗଲା ସବୁ ନିୟମ: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ ମିନିଟରେ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ଷା…

୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ଦାବି! ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ

ଅମରାବତୀ,୧୦।୧୧: ଦେଶରେ ବଡ଼ ମୂଲ୍ୟର ନୋଟ୍‌ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ୫୦୦ ଓ ୨,୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ…

ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଦିନରେ ସର୍ବାଧିକ ରନ୍‌: ଟପ-୧୦ରେ ୨ ଭାରତୀୟ, ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୧: ଟେଷ୍ଟ କ୍ରିକେଟରେ ଗୋଟିଏ ଦିନରେ ସର୍ବାଧିକ ରନ ସଂଗ୍ରହ କରିବାର ବିଶ୍ୱ ରେକର୍ଡ ଆଜି ବି କିମ୍ବଦନ୍ତୀ ବ୍ୟାଟର୍‌ ସାର୍‌ ଡନ ବ୍ରାଡମ୍ୟାନଙ୍କ ନାମରେ ରହିଛି।…

ପୁଣି ଟସ୍‌ ଜିତିଲା ଭାରତ: ଶୁବମନ ଗିଲ ନେଲେ ବଡ଼ ନିଷ୍ପତ୍ତି, ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ଇଣ୍ଡିଆ

ହାମିଲଟନ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ତୃତୀୟ ମୁକାବିଲା ଆଜି ହାମିଲଟନରେ ଖେଳାଯାଉଛି। ବର୍ଷା ଯୋଗୁ ଟସ୍‌ରେ ବିଳମ୍ବ…

ହ୍ବାଇଟ୍‌ ହାଉସ୍‌ ସାମୟିକ ଲକ୍‌ଡାଉନ, ଜାଣନ୍ତୁ କାରଣ

ଓ୍ବାଶିଂଟନ,୧୦।୧୧: ହ୍ବାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଥିବା ସମୟରେ ଏକ କାର୍‌ ଏହା ପାଖରେ ଥିବା ଏକ ସାଇନ୍‌ ପୋଷ୍ଟକୁ ଧକ୍କା ଦେବାରୁ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?