ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ଅଳଙ୍କାର, ନଗଦ ଟଙ୍କା

ରାୟଗଡା,୭।୨(ସ୍ବ.ପ୍ର.): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି। ପୁଣି ସୋମବାର ଏହାର ପୁନରାବୃତ୍ତି ଘଟିଛି। ସହରର ଗାୟତ୍ରୀ ନଗର ଚତୁର୍ଥ ଲେନରେ ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ସୋମବାର ରାତିରେ ଚୋରମାନେ ସଂଘବଦ୍ଧ ଭାବେ ଘରେ ପଶି ସମସ୍ତ ସୁନା ଓ ରୂପା ଅଳଙ୍କାର ସମେତ ନଗଦ ଟଙ୍କା ଚୋରି କରିଛନ୍ତି। ୫ ଭରି ସୁନା ଅଳଙ୍କାର ସମେତ ୧ କେଜିରୁ ଅଧିକ ରୂପା ଓ ନଗଦ ଦେଢ ଲକ୍ଷ ଟଙ୍କା ନେଇଯାଇଥିବା ଜଣାପଡ଼ିଛି। ଘରେ ରହୁଥିବା ବ୍ୟବସାୟୀ ପି. ରାମବାବୁ ନିଜ ମା’ଙ୍କୁ ନେଇ ବିଶାଖାପାଟଣା ଚିକିତ୍ସା ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ରାତିରେ ଘରେ ପଶି ଚୋରି କରିଛନ୍ତି ଲୁଟେରା। ପ୍ରଥମ ମହଲା ଘରେ ଏହି ଚୋରି ହୋଇଥିବା ବେଳେ ତଳ ମହଲାରେ ଥିବା ଘରେ ମଧ୍ୟ ଭଙ୍ଗାରୁଜା କରିଥିବା ନଜରକୁ ଆସିଛି। ତେବେ ସେହି ଘର ମାଲିକ ମଧ୍ୟ ବାହାରେ ରହୁଥିବା କାରଣରୁ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ରାୟଗଡା ପୋଲିସର ଅପାରଗତା ସ୍ପଷ୍ଟ ଦେଖାଯାଉଛି। ପୋଲିସ ସହର ଭିତରେ ନିଷ୍କ୍ରିୟ ଥିବା ଯୋଗୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଫଳରେ ଲଗାତାର ଭାବେ ଏହିଭଳି ଘଟଣା ଲୋକଙ୍କ ଚିନ୍ତା ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଳା କାଟି ପଥରରେ ଛେଚିଦେଲେ

ଖୋର୍ଦ୍ଧା ଅଫିସ, ୧୭।୯: ଖୋର୍ଦ୍ଧାରେ ଜଣେ ଯୁବକଙ୍କୁ ଗଳା କାଟିବା ପରେ ପଥରରେ ଛେଚି ବୀଭତ୍ସ ହତ୍ୟା କରାଯାଇଛି । ଶନିବାର ଜଟଣୀ ଥାନା ମିଲ୍‌ପୋଖରୀ...

ଦୈନିକ ୨ ହଜାର ପରୀକ୍ଷା କରିବ ଏସ୍‌ସିବି

କଟକ ଅଫିସ,୧୯ା୫: ଏସ୍‌ସିବିରେ ଗତ ମାର୍ଚ୍ଚ ୩୧ରେ ଆରମ୍ଭ ହୋଇଥିଲା କୋଭିଡ୍‌-୧୯ ପରୀକ୍ଷା। ନାହିଁ ନାହିଁର ସ୍ଥିତିରେ ପ୍ରଥମ ଦିନ ମାତ୍ର ୪ଟି ନମୁନା ପରୀକ୍ଷା...

ଘରୋଇ ସଂସ୍ଥା ହାତକୁ ଯିବ ଭକ୍ତନିବାସ

ପୁରୀ ଅଫିସ,୬।୧: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ଥିବା ଭକ୍ତନିବାସକୁ ପ୍ରଶାସନ ଏବେ ଘରୋଇକରଣ କରିବାକୁ ଯୋଜନା ଚଳାଇଛି। ସୁଲଭ ମୂଲ୍ୟରେ ରହଣି ପାଇଁ ଥିବା ବଗଲା...

ସହରରେ ସୀମିତ ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌: ଗ୍ରାମାଞ୍ଚଳ ଥାନା ଇଲାକାରେ ହୋଇନି କାର୍ଯ୍ୟକ୍ଷମ

ବ୍ରହ୍ମପୁର ଅଫିସ,୩ା୭-ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଥାନାରେ ବରିଷ୍ଠ ନାଗରିକ ସେଲ ଗଠନ କରାଯାଇଛି। ଏକୁଟିଆ ରହୁଥିବା...

ହ୍ରିଷିତା ଅମାୟରା ମିସ୍‌, ଶ୍ରୀୟା ମିସେସ୍‌ ଇଣ୍ଡିଆ

ପୁରୀ ଅଫିସ, ୮।୫: ଇଣ୍ଡିଆନ୍‌ ବିୟୁଟି କାଉନସିଲ୍‌ ପକ୍ଷରୁ ପୁରୀ ପାନ୍ଥନିବାସରେ ଅମାୟରା ମିସ୍‌ ଇଣ୍ଡିଆ ଏବଂ ଆମ୍ୟାରା ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ବୋଲେରୋ-ଟ୍ରାକ୍ଟର ମୁହାଁମୁହିଁ, ୧୧ ଆହତ

ଗଞ୍ଜାମ,୧୨ା୧(ଡି.ଏନ୍‌.ଏ.)- ରମ୍ଭା ଥାନା ଖଣ୍ଡଦେଉଳୀ ଛକଠାରେ ରବିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଟ୍ରାକ୍ଟର ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣ ଆହତ ହୋଇଥିଲେ।...

ରୋଗୀଙ୍କୁ ଦେଢ଼ କି.ମି ପର୍ଯ୍ୟନ୍ତ ଷ୍ଟେଚରରେ ବୋହିନେଲେ ଆମ୍ବୁଲାନ୍ସ କର୍ମଚାରୀ

ବାଉଁଶୁଣୀ,୭ା୩: ଗାଡି ଯିବା ପାଇଁ ରାସ୍ତା ନ ଥିବାରୁ ଦେଢ଼ କି.ମି ବାଟ ରୋଗୀଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ। ବୌଦ୍ଧ ବ୍ଲକ ଆମ୍ବଝରି ଗ୍ରାମ ପଞ୍ଚାୟତ...

ଫୁଲ ଚାଷ ଆଣିଛି ନୂଆ ଆଶା

କେନ୍ଦୁଝର, ୫ା୩ (ସ୍ବ.ପ୍ର.)-ପାରମ୍ପରିକ କୃଷିଠାରୁ ଚାଷୀମାନେ ମୁହଁ ଫେରାଇ କ୍ରମେ ଅଣପାରମ୍ପରିକ କୃଷି ପ୍ରତି ମନ ବଳାଉଛନ୍ତି। ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଆଦି କାରଣରୁ...

Advertisement
Archives

Model This Week