କୁଆଖାଇରେ ବୃହତ୍‌ ଆନିକଟ ନିର୍ମାଣ ହେଉ

ଭୁବନେଶ୍ୱର, ୧୮।୫ (ବ୍ୟୁରୋ): ମିଳିତ ଜାତିସଂଘ ପକ୍ଷରୁ ୨୦୧୪-୧୫ରେ ହୋଇଥିବା ଏକ ଅଧ୍ୟୟନରୁ ଭୁବନେଶ୍ବର ଚତୁଃପାର୍ଶ୍ୱରେ ମରୁଭୂମିର ଆଭାସ ସ୍ପଷ୍ଟ ହେଉଛି। ଏଠାରେ ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ମାଟି ଉପରୁ ୫ରୁ ୬ଫୁଟ ତଳ ପର୍ଯ୍ୟନ୍ତ ଜଳୀୟ ଅଂଶ ଆଦୌ ନାହିଁ। ଫଳରେ ବିଭିନ୍ନ ଅଞ୍ଚଳରେ ଲାଗୁଥିବା ଛୋଟ ବୃକ୍ଷଲତା ନିରନ୍ତର ଜଳ ସିଞ୍ଚନ ନ ହେଲେ ବଞ୍ଚୁନାହିଁ। ଏହି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଏକ ବୃହତ ଜଳଭଣ୍ଡାରର ଆବଶ୍ୟକତା ରହିଛି। ତେଣୁ କୁଆଖାଇ ନଦୀରେ ବାଲିଅନ୍ତାଠାରେ ଏକ ବୃହତ୍‌ ଆନିକଟ ନିର୍ମାଣ କରିବା ପାଇଁ ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ଦାବି କରାଯାଇଛି।
ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପରିଷଦ ସଭାପତି ପ୍ରଭାତ ଦାଶ କହିଛନ୍ତି, ନଦୀର ଧାରେ ଧାରେ ଦୃଢ ଭାବେ ସୁଉଚ୍ଚ ବନ୍ଧ ଓ ରାସ୍ତା ନିର୍ମାଣ କରାଯିବା ଆବଶ୍ୟକ। ଯେପରି କୂଆଖାଇର ଜଳସ୍ତର ଯଥେଷ୍ଟ ଉପରେ ରହିବ ଓ କୌଣସି ଅବସ୍ଥାରେ ବନ୍ଧର କ୍ଷତି ହେବନାହିଁ। ସେହିଭଳି ୩୦ ରୁ ୩୫ ଫୁଟ ପର୍ଯ୍ୟନ୍ତ ଖୋଳି ନଦୀର ଶଯ୍ୟାକୁ ଗଭୀର କରାଯିବା ଉଚିତ। ଏହାଦ୍ୱାରା ଯଥେଷ୍ଟ ଜଳ ସଂରକ୍ଷଣ କରାଯାଇ ପାରିବ ଓ ଭୁବନେଶର ନିକଟରେ ଏକ ବିରାଟ ଜଳଭଣ୍ଡାର ସୃଷ୍ଟି ହେବ। ନଦୀ ସମ୍ମୁଖ ରାସ୍ତା ମଧ୍ୟ ନିର୍ମାଣ କରାଯିବା ଫଳରେ ଏହା ନଦୀକୁ ସୁରକ୍ଷା ଦେବା ସହିତ ନଦୀର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବ। ତେବେ ପରିଷଦ ପକ୍ଷରୁ ଏ ସମ୍ପର୍କରେ ୨୦୧୦ରୁ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ଦିଆଯାଉଥିଲେ ବି ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି ବୋଲି ସଭାପତି ଦାଶ କ୍ଷୋଭର ସହ କହିଛନ୍ତି।
ବାଲିଅନ୍ତାଠାରେ ଗୋଟିଏ ବ୍ୟାରେଜ ନ କରି କୁଶଭଦ୍ରା ଓ କୁଆଖାଇ ନଦୀରେ ୨ଟି ଆନିକଟ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଗୋଟିଏ ଆନିକଟରେ ପ୍ରାୟ ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ ଏବଂ ଏହାଦ୍ୱାରା କୁଆଖାଇ ନଦୀର ମୂଳ ଉତ୍ସ ପର୍ଯ୍ୟନ୍ତ ଜଳ ପରିପୂର୍ଣ୍ଣ ହୋଇ ରହିବ ବୋଲି କୁହାଯାଇଥିଲା। ମାତ୍ର ଏବେ ଉଭୟ ନଦୀରେ ଛୋଟ ଛୋଟ ଆନିକଟ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ପ୍ରତି ଚେକ୍‌ ଡ୍ୟାମ୍‌ ପିଛା ୧୦୦ ରୁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଆନିକଟ ପାଖରେ ଅତି ବେଶିରେ ୩ ମିଟର ପର୍ଯ୍ୟନ୍ତ ଜଳ ସଂରକ୍ଷଣ ହୋଇପାରିବ। ଏହାଦ୍ୱାରା ବିନା ବାଲି ବନ୍ଧରେ ପଳାଶୁଣି ଜଳ ବିଶୁଦ୍ଧୀକରଣ ଛଡା କୁଆଖାଇକୁ ନେଇ ଅନ୍ୟ ଆବଶ୍ୟକତା ପୂରଣ ନେଇ ସରକାରଙ୍କର କୌଣସି ଲକ୍ଷ୍ୟ ନ ଥିବା ସ୍ପଷ୍ଟ ହେଉଛି। ଛତିଶଗଡ ନିଜର ଦୃଢ ନିଷ୍ପତ୍ତି ଫଳରେ ୫୧୬ଟି ବୃହତ ଏବଂ ମଧ୍ୟମ ଧରଣର ଆନିକଟ କରିପାରି ଥିବାବେଳେ ଓଡିଶା ସରକାର କେବଳ ବାହାନାରେ ସମୟ ନଷ୍ଟ କରୁଛନ୍ତି। ସରକାର ତୁରନ୍ତ ଏ ଦିଗରେ କାର୍ଯ୍ୟ କରିବା ପାଇଁ ପରିଷଦ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri