ଲୁଣା ନଦୀପଥରେ ଆସିଲା ବୃହତ୍‌ ମେଶିନ

କେନ୍ଦ୍ରାପଡ଼ା ଅଫିସ, ୬ା୪: କେନ୍ଦ୍ରାପଡ଼ା ଜିଲା ଜଳପଥରେ ନୌପରିବହନ ଦୀର୍ଘଦିନ ପରେ ଦେଖିବାକୁ ମିଳିଛି। ଚାର୍ଟାର୍ଡ ଭେସେଲରେ କୌଣସି ଏକ କମ୍ପାନୀ ପାଇଁ ଆସିଥିବା ଏକ ବୃହତ ମେଶିନ ଲୁଣା ନଦୀର ମାର୍ଶାଘାଇଠାରେ ଖଲାସ ହେବାକୁ ଅଛି। ଏହି ମେଶିନ ପ୍ରଥମେ ପାରାଦୀପ ବନ୍ଦରରେ ପହଞ୍ଚତ୍ବା ପରେ ଲୁଣା ନଦୀ ଜଳପଥକୁ ବ୍ୟବହାର କରାଯାଇଛି। ଜଳପଥରେ ଏହି ମେଶିନ ଭେସେଲରେ ଆସିବା ଫଳରେ ପରିବେଶ ପ୍ରଦୂଷଣରୁ ମୁକ୍ତି ମିଳିଥିବା କୁହାଯାଉଛି। ଗତ ମାର୍ଚ୍ଚ ୧୫ରେ ପହଞ୍ଚତ୍ ଥିବା ଏହି ମେଶିନ ମାର୍ଶାଘାଇରୁ ସଡ଼କ ପଥରେ ପରିବହନ କରାଯିବ। ଏବେ ଲୁଣାନଦୀର ଦଶମୌଜି ନିକଟରେ ଭେସେଲରେ ମେଶିନଟି ରହିିଛି। ଏଭଳି ଉଦ୍ୟମ ସ୍ଥାନୀୟ ଅଞ୍ଚଳରେ କେନ୍ଦ୍ରାପଡ଼ା ନୌପରିବହନ ସ୍ମୃତିକୁ ଉଜାଗର କରିଛି।
୧୮୬୬-୬୭ରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା। ଏହି ସମୟରେ କେନ୍ଦ୍ରାପଡ଼ା କେନାଲ ଖୋଳାଯାଇ ନୌବାଣିଜ୍ୟ ଓ ଜଳସେଚନ ପାଇଁ ବିରୂପା ନଦୀରୁ ୧୮୬୯ରେ ପାଣି ଛଡା ଯାଇଥିଲା। ସେହିପରି ଗୋବରୀ କେନାଲ, ଗୋବରୀ ସମ୍ପ୍ରସାରଣ କେନାଲ, ଜମ୍ବୁ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଆଦି ଖୋଳାଯାଇ ନୌପରିବହନକୁ ଗୁରୁତ୍ୱ ଦିଆଯାଇଥିଲା। କେନାଲର ଜଳସ୍ତରକୁ ପରିଚାଳନା ପାଇଁ ଜଗତପୁର, ବାରବୋଡିଆ, କେନ୍ଦୁପାଟଣା, ଲୋକନାଥପୁର, ବସୁପୁର, ଚକଡା, କେନ୍ଦ୍ରାପଡ଼ା, ଗଣ୍ଡାଖିଆ, ଅଳଭା, ଜମ୍ବୁ ଓ ମାର୍ଶାଘାଇଠାରେ ଲକ ନିର୍ମାଣ ହୋଇଥିଲା। ୧୯୩୦- ୩୧ ମସିହାରେ ଲକ୍‌ ମାଧ୍ୟମରେ ୮୫ ହଜାର ଟଙ୍କା ମାହାସୁଲ ଆଦାୟ ହୋଇଥିବା ରାଜସ୍ବ ବିଭାଗ ତଥ୍ୟରେ ଉଲ୍ଲେଖ ଅଛି। ଏବେ ପଣ୍ୟ ପରିବହନର ମାଧ୍ୟମ ସଡକ ଓ ରେଳପଥ ହୋଇଥିବା ବେଳେ ଜଳ ମାଧ୍ୟମରେ ପରିବହନ ଖର୍ଚ୍ଚ ବହୁତ କମ ବୋଲି ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ବାନାମ୍ବର ସାହୁ, ସହରର ମୀର ଅବୁ ଓବେଦା ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ନୌପରିବହନ କ୍ଷେତ୍ରରେ ଏହି ଅଞ୍ଚଳ ସୁବିଖ୍ୟାତ ଥିଲା। ଏହାର ନିଦର୍ଶନ ଜିଲାର ବିଭିନ୍ନ ସ୍ଥାନରେ ରହିଛି। ବିଭିନ୍ନ ନଦୀ ନିକଟରେ ଦେବୀଙ୍କ ନାମ ସମୁଦ୍ର ଓ ନଦୀ ସହ ଯୋଡି ହୋଇଥିବା ବେଳେ ଏବେ ବି ବସୁପୁରର ଲୁଣକୋଠି, ପେଣ୍ଠ, ସାତଭାୟାର ସାଧବ କାହାଣୀ ନୌପରିବହନର ସ୍ମୃତି ହୋଇଛି। ସେହିପରି କଟକ ବାରବାଟୀରୁ ପଥର କେନାଲ ମାଧ୍ୟମରେ ଅଣାଯାଇ ଫଲସ ପଏଣ୍ଟର ବତିଘର ନିର୍ମାଣ ହୋଇଛି। ଏହାବ୍ୟତୀତ କନିକା ଉପସାଗରର ନାବିକମାନେ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କୁ ଉଦ୍ଧାର କରି ସହରର ବାଲାବାବା ମନ୍ଦିର ପରିସରରେ ଥଇଥାନ ହେବା ଏବେ କାହାଣୀ ହୋଇଛି। ଜଳ ପରିବହନ ଖର୍ଚ୍ଚ କମ୍‌ ପଡୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଜଳପଥ ୫ ଜିଲାରେ କାର୍ଯ୍ୟକାରୀ ହେଉଛି। ପ୍ରକଳ୍ପ ସମ୍ପୃକ୍ତ ନଦୀଗୁଡିକର ପ୍ରଶସ୍ତୀକରଣ ହେଉଛି। ଏହି ଜଳପଥ ଆଗାମୀ ଦିନରେ କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ଧାମରା ଓ ପାରାଦୀପ ବନ୍ଦରର ସଂଯୋଗ ହେବ। ସେହିପରି ଆଖଡାଶାଳୀରେ ନଦୀଭିତ୍ତିକ ବନ୍ଦର ନିର୍ମାଣରେ କେନ୍ଦ୍ରାପଡ଼ା ଜିଲାବାସୀ ପୂର୍ବ ନୌପରିବହନକୁ ଫେରି ପାଇବେ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri