ଲୁଣା ନଦୀପଥରେ ଆସିଲା ବୃହତ୍‌ ମେଶିନ

କେନ୍ଦ୍ରାପଡ଼ା ଅଫିସ, ୬ା୪: କେନ୍ଦ୍ରାପଡ଼ା ଜିଲା ଜଳପଥରେ ନୌପରିବହନ ଦୀର୍ଘଦିନ ପରେ ଦେଖିବାକୁ ମିଳିଛି। ଚାର୍ଟାର୍ଡ ଭେସେଲରେ କୌଣସି ଏକ କମ୍ପାନୀ ପାଇଁ ଆସିଥିବା ଏକ ବୃହତ ମେଶିନ ଲୁଣା ନଦୀର ମାର୍ଶାଘାଇଠାରେ ଖଲାସ ହେବାକୁ ଅଛି। ଏହି ମେଶିନ ପ୍ରଥମେ ପାରାଦୀପ ବନ୍ଦରରେ ପହଞ୍ଚତ୍ବା ପରେ ଲୁଣା ନଦୀ ଜଳପଥକୁ ବ୍ୟବହାର କରାଯାଇଛି। ଜଳପଥରେ ଏହି ମେଶିନ ଭେସେଲରେ ଆସିବା ଫଳରେ ପରିବେଶ ପ୍ରଦୂଷଣରୁ ମୁକ୍ତି ମିଳିଥିବା କୁହାଯାଉଛି। ଗତ ମାର୍ଚ୍ଚ ୧୫ରେ ପହଞ୍ଚତ୍ ଥିବା ଏହି ମେଶିନ ମାର୍ଶାଘାଇରୁ ସଡ଼କ ପଥରେ ପରିବହନ କରାଯିବ। ଏବେ ଲୁଣାନଦୀର ଦଶମୌଜି ନିକଟରେ ଭେସେଲରେ ମେଶିନଟି ରହିିଛି। ଏଭଳି ଉଦ୍ୟମ ସ୍ଥାନୀୟ ଅଞ୍ଚଳରେ କେନ୍ଦ୍ରାପଡ଼ା ନୌପରିବହନ ସ୍ମୃତିକୁ ଉଜାଗର କରିଛି।
୧୮୬୬-୬୭ରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା। ଏହି ସମୟରେ କେନ୍ଦ୍ରାପଡ଼ା କେନାଲ ଖୋଳାଯାଇ ନୌବାଣିଜ୍ୟ ଓ ଜଳସେଚନ ପାଇଁ ବିରୂପା ନଦୀରୁ ୧୮୬୯ରେ ପାଣି ଛଡା ଯାଇଥିଲା। ସେହିପରି ଗୋବରୀ କେନାଲ, ଗୋବରୀ ସମ୍ପ୍ରସାରଣ କେନାଲ, ଜମ୍ବୁ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଆଦି ଖୋଳାଯାଇ ନୌପରିବହନକୁ ଗୁରୁତ୍ୱ ଦିଆଯାଇଥିଲା। କେନାଲର ଜଳସ୍ତରକୁ ପରିଚାଳନା ପାଇଁ ଜଗତପୁର, ବାରବୋଡିଆ, କେନ୍ଦୁପାଟଣା, ଲୋକନାଥପୁର, ବସୁପୁର, ଚକଡା, କେନ୍ଦ୍ରାପଡ଼ା, ଗଣ୍ଡାଖିଆ, ଅଳଭା, ଜମ୍ବୁ ଓ ମାର୍ଶାଘାଇଠାରେ ଲକ ନିର୍ମାଣ ହୋଇଥିଲା। ୧୯୩୦- ୩୧ ମସିହାରେ ଲକ୍‌ ମାଧ୍ୟମରେ ୮୫ ହଜାର ଟଙ୍କା ମାହାସୁଲ ଆଦାୟ ହୋଇଥିବା ରାଜସ୍ବ ବିଭାଗ ତଥ୍ୟରେ ଉଲ୍ଲେଖ ଅଛି। ଏବେ ପଣ୍ୟ ପରିବହନର ମାଧ୍ୟମ ସଡକ ଓ ରେଳପଥ ହୋଇଥିବା ବେଳେ ଜଳ ମାଧ୍ୟମରେ ପରିବହନ ଖର୍ଚ୍ଚ ବହୁତ କମ ବୋଲି ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ବାନାମ୍ବର ସାହୁ, ସହରର ମୀର ଅବୁ ଓବେଦା ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ନୌପରିବହନ କ୍ଷେତ୍ରରେ ଏହି ଅଞ୍ଚଳ ସୁବିଖ୍ୟାତ ଥିଲା। ଏହାର ନିଦର୍ଶନ ଜିଲାର ବିଭିନ୍ନ ସ୍ଥାନରେ ରହିଛି। ବିଭିନ୍ନ ନଦୀ ନିକଟରେ ଦେବୀଙ୍କ ନାମ ସମୁଦ୍ର ଓ ନଦୀ ସହ ଯୋଡି ହୋଇଥିବା ବେଳେ ଏବେ ବି ବସୁପୁରର ଲୁଣକୋଠି, ପେଣ୍ଠ, ସାତଭାୟାର ସାଧବ କାହାଣୀ ନୌପରିବହନର ସ୍ମୃତି ହୋଇଛି। ସେହିପରି କଟକ ବାରବାଟୀରୁ ପଥର କେନାଲ ମାଧ୍ୟମରେ ଅଣାଯାଇ ଫଲସ ପଏଣ୍ଟର ବତିଘର ନିର୍ମାଣ ହୋଇଛି। ଏହାବ୍ୟତୀତ କନିକା ଉପସାଗରର ନାବିକମାନେ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କୁ ଉଦ୍ଧାର କରି ସହରର ବାଲାବାବା ମନ୍ଦିର ପରିସରରେ ଥଇଥାନ ହେବା ଏବେ କାହାଣୀ ହୋଇଛି। ଜଳ ପରିବହନ ଖର୍ଚ୍ଚ କମ୍‌ ପଡୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଜଳପଥ ୫ ଜିଲାରେ କାର୍ଯ୍ୟକାରୀ ହେଉଛି। ପ୍ରକଳ୍ପ ସମ୍ପୃକ୍ତ ନଦୀଗୁଡିକର ପ୍ରଶସ୍ତୀକରଣ ହେଉଛି। ଏହି ଜଳପଥ ଆଗାମୀ ଦିନରେ କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ଧାମରା ଓ ପାରାଦୀପ ବନ୍ଦରର ସଂଯୋଗ ହେବ। ସେହିପରି ଆଖଡାଶାଳୀରେ ନଦୀଭିତ୍ତିକ ବନ୍ଦର ନିର୍ମାଣରେ କେନ୍ଦ୍ରାପଡ଼ା ଜିଲାବାସୀ ପୂର୍ବ ନୌପରିବହନକୁ ଫେରି ପାଇବେ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?