ଝିଅ ଜନ୍ମ ହେବା ପୂର୍ବରୁ ସ୍ବାମୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଥିଲେ ଲାରା, ୧୦ ବର୍ଷ ପରେ ବି ମାନୁଛନ୍ତି

ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବିବାହ ଅଧିକ ଦିନ ତିଷ୍ଠି ରହିବା ସହଜ କଥା ନୁହେଁ। ଏଠାରେ ପ୍ରତିଦିନ ଦମ୍ପତିଙ୍କ ବ୍ରେକଅପ ଖବର ପଦାକୁ ଆସେ। ଏଭଳି ପରିବେଶରେ ଲାରା ଦତ୍ତା ଏବଂ ମହେଶ ଭୂପତିଙ୍କ ଯୋଡି ଟିକିଏ ଅଲଗା । ବିବାହର ୧୧ ବର୍ଷ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଦୃଢ ରହିଛି। ଭଲ ସ୍ବାମୀ ଏବଂ ସ୍ତ୍ରୀ ହେବା ବ୍ୟତୀତ ଉଭୟ ଭଲ ମାତାପିତା ମଧ୍ୟ ଅଟନ୍ତି। ଝିଅ ସାଇରାଙ୍କ ଜନ୍ମ ପରଠାରୁ ଆଜି ପର୍ଯ୍ୟନ୍ତ ଦୁହେଁ ତାଙ୍କୁ ଏକାଠି ବଢାଇଛନ୍ତି ଏବଂ ସମ୍ପୂର୍ଣ୍ଣ ସମୟ ଦେଇଛନ୍ତି। କେବଳ ଏତିକି ନୁହେଁ, ଝିଅ ଜନ୍ମ ପୂର୍ବରୁ ଲାରା ମହେଶଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲେ, ଯାହା ଉଭୟ ଆଜି ପର୍ଯ୍ୟନ୍ତ ପାଳନ କରୁଛନ୍ତି।
ଏକ ସାକ୍ଷାତକାରରେ ଲାରା ପୁରୁଣା ଦିନଗୁଡ଼ିକୁ ମନେ ପକାଇ କହିଥିଲେ ଯେ ଝିଅର ଜନ୍ମ ପୂର୍ବରୁ ସେ ମହେଶଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ମାତାପିତାଙ୍କ ମଧ୍ୟରୁ ଜଣେ ସର୍ବଦା ପିଲା ସହ ରହିବେ। ଆଜି, ଦଶ ବର୍ଷ ପରେ ମଧ୍ୟ, ଦୁହେଁ ଏହି ପ୍ରତିଶ୍ରୁତି ପାଳନ କରୁଛନ୍ତି। ଜଣେ କାମକୁ ଗଲେ, ଅନ୍ୟ ଜଣେ ଝିଅ ପାଖରେ ରୁହନ୍ତି। ଲାରା ଦତ୍ତା ଏବଂ ଟେନିସ ଖେଳାଳି ମହେଶ ଭୂପତି ୨୦୧୧ ମସିହାରେ ବିବାହ କରିଥିଲେ। ସେମାନଙ୍କର ପ୍ରଥମ ସନ୍ତାନ ସାଇରା ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ଜାନୁୟାରୀ ୨୦୧୨ରେ ଜନ୍ମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ପୁଣି ପେନଶନ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌, ପେନଶନଧାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri