ଭାଷା ହିଁ ଜାତିର ଭବିଷ୍ୟତ

କଟକସ୍ଥ ସିଡିଏ-୮ରେ ରୁହନ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ସେବାନିବୃତ୍ତ ଅଧିକାରୀ। ଏକଦା ପାଞ୍ଚଜଣିଆ ଯୁବାଦଳଟି ଆସି ପହଞ୍ଚତ୍ଲା ତାଙ୍କ ଘରେ। ହାତରେ ଥାଏ ‘ପୂଜା’ ରସିଦ। ଆଜ୍ଞାଙ୍କୁ ଦେଖି ସେମାନେ ବଢ଼େଇଦେଲେ ଦୁଇଶହ ଟଙ୍କାର ରସିଦ୍‌ଟିଏ। ‘ରାଡାର’ ବିଶେଷଜ୍ଞ ଜଣଙ୍କ ଶିଷ୍ଟତାରେ ପିଲାଙ୍କୁ ଡାକିନେଲେ ଘର ଭିତରକୁ। ସସ୍ନେହେ ପିଲାଙ୍କ କୁଶଳ ଜିଜ୍ଞାସା କରିସାରି କହିଲେ- ତୁମେମାନେ ଆଗ ନିର୍ଭୁଲ ଭାବେ ‘ଗଣେଶ ପୂଜା’ ବନାନ କହିଦେଲେ ଦୁଇ ବଦଳରେ ପାଞ୍ଚଶହ ଟଙ୍କା ଦେବି। ସମସ୍ତେ ନିରୁତ୍ତର ରହିବାରୁ ପୁଣି ସେ କହିଲେ- ”ତୁମେ କଲେଜ ପିଲାମାନେ ଗଣପତିଙ୍କ ପୂଜା ପାଇଁ ବାହାରିଛ, ଖୁବ୍‌ ଭଲକଥା। ପ୍ରଥମେ ତ ବନାନ ଜାଣିନ, ତା’ପରେ ‘ଗଣେଶ’ଙ୍କୁ ବିକୃତ କରି ଲେଖିଛ ‘ଗଣେଷ’। ଏହା କ’ଣ ବିଦ୍ୟାଦାତା ଗଣେଶଙ୍କ ପ୍ରତି ଅପମାନ ନୁହେଁ କି? ସେମିତି ବି ପାର୍ବଣ ପର୍ବ ଆସିଗଲେ ରସିଦ୍‌ ଧରି ତୁମେମାନେ ଆସି ପହଞ୍ଚତ୍ୟିବ ଚାନ୍ଦା ପାଇଁ। ସେତେବେଳେ ସେମିତି ବି ଅପମାନ କରିଥାଅ ମା’ ଦୁର୍ଗାଙ୍କୁ। ଦୁଷ୍ଟନାଶିନୀ, ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ତୁମେସବୁ ନୂଆ ନାଁ ଦିଅ-‘ଦୂର୍ଗା’। ସେ ପରା ଆମ ମାଆ। ଜ୍ଞାତରେ ହେଉ ଅବା ଅଜ୍ଞାତରେ, ଆମ ଦେବଦେବୀଙ୍କ ପ୍ରତି ଏଭଳି ଅସମ୍ମାନଭାବ ଦୋଷାବହ ନୁହେଁ କି? ଏତାଦୃଶ ତ୍ରୁଟିର ଅସଲ କାରଣ ହେଉଛି, ମାତୃଭାଷା ପ୍ରତି ତୁମ୍ଭର ଅନୁରାଗର ଅଭାବ। ବାବୁରେ, ମା’, ମାତୃଭୂମି ଓ ମାତୃଭାଷାକୁ ଯଦି ଭଲ ନ ପାଇବୁ, ତେବେ କାହାକୁ ଆମେ ଭଲ ପାଇବା? ‘ଜୟ ସାଲିମାର’ ମରୁ ଅଞ୍ଚଳରେ ଶତ୍ରୁର ବୋମାମାଡ଼ରେ ଗୋଟେ ଗୋଡ଼ ହରାଇଥିବା ତଥା ବିଶ୍ୱପ୍ରସିଦ୍ଧ ‘ରିଡର ଡାଇଜେଷ୍ଟ’ ପତ୍ରିକାର ପ୍ରାକ୍ତନ କର୍ମଚାରୀଙ୍କ ଏହି କେଇପଦ କଥା ପିଲାମାନଙ୍କୁ କେତେଦୂର ପ୍ରଭାବିତ କଲା କେଜାଣି, ଆଜ୍ଞାଙ୍କ ଚରଣ ଛୁଇଁ ସେଦିନ ଫେରିଆସିଥିଲେ ସମସ୍ତେ।
ଲୋକମୁଖରେ ବୋଲାଯାଇଥାଏ ବହୁ ପ୍ରଚଳିତ ପ୍ରବାଦଟିଏ-”ଚାଷ ହୁଡ଼ିଲେ ବରଷେ, ଭାଷା ହୁଡ଼ିଲେ ପୁରୁଷେ।“ ଅର୍ଥାତ୍‌ ଚାଷକାମରେ ଜଣେ ବିଫଳ ହେଲେ ବା ଚାଷ ପ୍ରତି ବିମୁଖ ହେଲେ, ଚାଷୀକୁ ବର୍ଷଟିଏ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥାଏ, ମାତ୍ର ଭାଷା ବିମୁଖତା ବା ଅବହେଳା ପାଇଁ ଗୋଟେ ପୁରୁଷ ପର୍ଯ୍ୟନ୍ତ ଦୁର୍ଦ୍ଦିନକୁ ସାମ୍ନା କରିଥାଏ ଜାତି। ଭାଷା ଯେତେ ଉଦ୍ଭାସିତ ହେବ ସାହିତ୍ୟ-ସଂସ୍କୃତି ସେତେ ଐଶ୍ଚର୍ଯ୍ୟମୟ ହେବ। ଭାଷା ବି ଗୋଟେ ଭୂମିର ଭାଗ୍ୟ ଓ ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ, ଯାହାର ଜ୍ୱଳନ୍ତ ନମୁନା ହେଉଛି ‘ଇସ୍ରାଏଲ’ର ‘ହିବ୍ରୁ’ ଭାଷା। ଏହି ପରିପ୍ରେକ୍ଷୀରେ ସବୁଠୁ ପ୍ରଣିଧାନ ପ୍ରସଙ୍ଗ ଯାହା ଗୋଟେ ଜାତି ପାଇଁ ଅତୀବ ଅପରିହାର୍ଯ୍ୟ, ତାହା ହେଉଛି ମାତୃଭାଷାର ସୁରକ୍ଷା, ସମୃଦ୍ଧି ଓ ସମ୍ବର୍ଦ୍ଧନ। ସେଥିପାଇଁ ଉତ୍କୃଷ୍ଟ ଉପାୟ ହେଉଛି, ମାତୃଭାଷାର ଉପଯୁକ୍ତ ଜ୍ଞାନ ଆହରଣ। ଆମ ଭାଷା ଏକ ପୂର୍ଣ୍ଣାଙ୍ଗ ଓ ପ୍ରାଚୀନ ଭାଷା। ବିଶ୍ୱର ସମୁଦାୟ ୭୧୦୨ ଭାଷା ମଧ୍ୟରେ ବହୁ କଥିତ ୩୭ତମ ଭାଷା ହେଉଛି ଓଡ଼ିଆ ଭାଷା। ଭାରତର ୨୯ଟି ସ୍ବୀକୃତ ଭାଷା ମଧ୍ୟରୁ ଓଡ଼ିଆ ଭାଷାର ସ୍ଥାନ ଦଶମରେ ରହିଛି। ଏହା ମଧ୍ୟ ଝାଡ଼ଖଣ୍ଡର ୨ୟ ସରକାରୀ ଭାଷା ଏବଂ ଦେଶର ୬ଷ୍ଠ ଶାସ୍ତ୍ରୀୟ ଭାଷାର ଗୌରବ ବହନ କରେ। ଓଡ଼ିଆ ଭାଷା- ଆମ ଉତ୍କର୍ଷର ଉତ୍‌ପ୍ରେରକ। ଅତି ସୁନ୍ଦର ଆମ ମାତୃଭାଷାକୁ ଅଣଦେଖା କରି ‘ଇଂଲିଶ୍‌’ ଭାଷାକୁ ପ୍ରାଧାନ୍ୟ ଦେଉଥିବା ଆମ ଯୁବାବର୍ଗ ଜାଣିରଖିବା ଉଚିତ ଯେ ଆଜି ସୁଦ୍ଧା ସାରାବିଶ୍ୱର ମାତ୍ର ୧୧ଟି ଦେଶରେ ଏ ଭାଷା ପ୍ରଚଳିତ। ମିଳିତ ଜାତିସଂଘରେ ମଧ୍ୟ ଏହା ପ୍ରଚଳିତ ଭାଷା ନୁହେଁ (ପ୍ରଚଳିତ ଭାଷା-ଫରାସୀ)। ପୁଣି ଏହା ଏକ ଜଟିଳ ଭାଷା, ଉଭୟେ ପଢ଼ିବା-ଲେଖିବା-କହିବାରେ। ଅନ୍ୟପକ୍ଷରେ ଆମ ଓଡ଼ିଆ ଏକ ସରଳ, ସାବଲୀଳ, ବିଜ୍ଞାନସିଦ୍ଧ ସମୃଦ୍ଧ ଭାଷା। ଆମର ଏଥିରେ ମାତ୍ର ୬ଟି ସ୍ବରଧ୍ୱନି ଥିବାରୁ ଉଚ୍ଚାରଣରେ ଅସୁବିଧା ନ ଥାଏ। ଯେଉଁଠି ଇଂଲିଶ ଭାଷାରେ ସ୍ବରଧ୍ୱନି ରହିଛି ୪୪ଟି, ଯାହାକି ଉଚ୍ଚାରଣରେ ସାମଞ୍ଜସ୍ୟ ନ ଥାଏ କି ନ ଥାଏ ସ୍ପଷ୍ଟତା। ସେଇଥିପାଇଁ ତ ଜର୍ଜ ବର୍ନାଡ୍‌ ଶ’ ଇଂଲିଶ ଭାଷାକୁ ଖୁବ୍‌ ତାତ୍ସଲ୍ୟ କରୁଥିଲେ। ଏକଦା ‘GHOTI’ ଲେଖି ଏହାର ଅର୍ଥ କହିପାରିଲେ ୫୦୦ ପାଉଣ୍ଡ ପୁରସ୍କାର ଦେବେ ବୋଲି ଘୋଷଣା କଲେ। କେହି ଜଣେ ହେଲେ ବି ଠିକ୍‌ କହିପାରିଲେ ନାହିଁ। ତାଙ୍କ କହିବାନୁଯାୟୀ ‘Laugh’ରେ gh ହେଉଛି ”ଫ“, ‘Women’ରେ wo ହେଉଛି ‘ୱି’ ଅର୍ଥାତ୍‌ o ହେଉଛି ‘ଇ’, Nationରେ ti ହେଉଛି ‘ସ’। ତଦନୁସାରେ ‘Gh-o-ti’ ହେଉଛି ‘ଫିସ୍‌’। ଭାଷା ରାଜ୍ୟରେ ‘ଓଡ଼ିଆ’ ଆମର ରାଜକୁମାରୀ ହେଲେ ‘ସଂସ୍କୃତ’ ରାଜରାଣୀ ଏବଂ ‘ଇଂଲିଶ୍‌’ ହେଉଛି ଚାକରାଣୀ। ଇଂଲିଶ ଭାଷା ମାତ୍ର ୨୬ ଅକ୍ଷରକୁ ନେଇ ଭାରାକ୍ରାନ୍ତ ଥିବାବେଳେ ଓଡ଼ିଆ ଭାଷା ୩୯ରୁ ଊଦ୍ଧର୍‌ବ ଅକ୍ଷରକୁ ନେଇ ବେଶ୍‌ ସମୃଦ୍ଧ। ଦୃଷ୍ଟାନ୍ତସ୍ବରୂପ ଇଂଲିଶ ଭାଷାରେ ଆମପରି ଶବ୍ଦର ସମ୍ଭାର ନ ଥିବାରୁ କକା, ବଡ଼ବାପା, ମାମୁ, ପିଉସା, ମଉସା, ପଡ଼ୋଶୀମାନଙ୍କୁ ଗୋଟେ ଶବ୍ଦ ‘uncle’ରେ ହିଁ ସୂଚିତ କରାଯାଇଛି। ଏହା ତ ସେ ଭାଷାର ଦୈନ୍ୟତା ଓ ରୁଗ୍ଣତା। ଆମପରି ଶବ୍ଦର ସମ୍ଭାର ନ ଥିବାରୁ ଭାଷାର ଦୈନ୍ୟତା ଓ ଆମପରି ଭାବ ଓ ସମ୍ପର୍କର ଅଭାବରୁ ତାହା ଏକପ୍ରକାର ବେମାରି। କାରଣ କକା-ବଡ଼ବାପା-ମାମୁ-ମଉସା-ପିଉସାମାନେ ଗୋଟିଏ ନୁହଁ, ସେମାନେ ଆମର ଭିନ୍ନ ଭିନ୍ନ ସମ୍ପର୍କର। ସେମିତି ବି ଗୋଟିଏ ‘aunty’ ଶବ୍ଦରେ ଏକାଧିକ ସମ୍ପର୍କ ସୀମିତ। ସମ୍ପର୍କର ସେତୁଟିଏ ‘ଆଇନ’ର ସାହାରାରେ ଗଢ଼ା ହେଲାଭଳି father/mother/brother/sister in ‘law’। ଏବେ ଆସନ୍ତୁ ଟିକେ ସାମାନ୍ୟ ଦୃଷ୍ଟି ପକେଇବା ଓଡ଼ିଆ ଭାଷା ସମ୍ଭାର ଉପରେ; ‘ଇଚ୍ଛା’ ଶବ୍ଦକୁ ନେଇ କେମିତି ଅନେକଗୁଡ଼ିଏ ଶବ୍ଦ ଏଥିରେ ଗୁନ୍ଥାଯାଇଛି। ଜିତିବାର ଇଚ୍ଛା- ଜିଗୀଷା, ଖାଇବାର ଇଚ୍ଛା-ଜିଘତ୍ସା, ଜାଣିବାର-ଜିଜ୍ଞାସା, କରିବାର-ଚିକୀର୍ଷା, ବଞ୍ଚତ୍ବାର-ଜିଜୀବିଷା, ବିଜୟର-ବିଜିଗୀଷା, କହିବାର-ବିବକ୍ଷା, ଦେଖିବାର-ଦିଦୃକ୍ଷା, ଯିବାର-ଜିଗମିଷା ଆଦି ଅନେକ। ଗଣମାଧ୍ୟମରେ ଭାଷା ଓ ଶବ୍ଦର ବିକୃତ ପରିବେଷଣ ଆଜି ଅତିମାତ୍ରାରେ ବ୍ୟଥିତ କରେ ଭାଷାପ୍ରେମୀ ଓ ଭାଷା ବିଶାରଦ୍‌ମାନଙ୍କୁ। କାରଣ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ବାରମ୍ବାର ସେହି ‘ଭାଷା ଓ ଶବ୍ଦ’ର ଭୁଲ୍‌ ବ୍ୟବହାରକୁ ଠିକ୍‌ ଭାବେ ଗ୍ରହଣ କରିନିଏ। ଶବ୍ଦର ଅସଦ୍‌ ବ୍ୟବହାର/ଅପବ୍ୟବହାର ଯୋଗୁ ସଙ୍କଟଗ୍ରସ୍ତ ହୁଏ ଭାଷା। ପ୍ରଶାସନିକ କ୍ଷେତ୍ର ହେଉ ଅବା ବିଜ୍ଞାପନ କ୍ଷେତ୍ର, ଏପରି କି ସର୍ବସାଧାରଣ କ୍ଷେତ୍ରରେ ବି ଭାଷା ପ୍ରତି ପ୍ରୀତିଭାବ ଅଭାବରୁ ଅଣନିଃଶାସୀ ଆଜି ଆମ ଓଡ଼ିଆ ଭାଷା। ବିଳମ୍ବରେ ହେଲେ ବି ଏବେ ଆଗେଇ ଆସିଛି, ‘ଓଡ଼ିଆ ଭାଷା ପ୍ରତିଷ୍ଠାନ। ପ୍ରତିଷ୍ଠାନ ତରଫରୁ ବିଭିନ୍ନ ପର୍ଯ୍ୟାୟରେ ଆୟୋଜିତ ହେଉଛି କର୍ମଶାଳାମାନ। ଭାଷା ଓ ଭୂମି ପ୍ରତି ବିମୁଖ ହେବା, ସେଥିରୁ ବିଚ୍ଛିନ୍ନ ହୋଇ ରହିବା ଜାତି ପ୍ରତି ଆତ୍ମଘାତୀ ସଦୃଶ, ଯାହା ଥିଲା ମ୍ୟାକ୍‌ଲେଙ୍କ ସେଦିନର ରଣନୀତି। ସେଥିପାଇଁ ଆମ ଭାଷାର ସୁଯୋଗ୍ୟ ସେନାପତି ‘ଫକୀର ମୋହନ’ ଉଦ୍‌ଘୋଷ କରିଯାଇଛନ୍ତି- “ଭାଷା ହିଁ ଜୀବନୀ ଶକ୍ତି ଜାତିମାନଙ୍କର।”

  • ଉପେନ୍ଦ୍ର ବିଶ୍ୱାଳ
    ମୋ-୯୪୩୭୪୩୬୦୭୩

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri