ଭାଷା ଭେଳିକି

ସାଧାରଣରେ କୁହାଯାଇଥାଏ ଆମେ ଭାରତୀୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ସମ୍ବିଧାନରେ ସବୁ ପ୍ରକାର ନିରପେକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ବାସ୍ତବରେ ଦେଖିଲେ ଏଠାରେ ତା’ର ଓଲଟା ପ୍ରତିଫଳନ ହେଉଛି। ଜାତିଗତ ବିଭେଦ, ଉଚ୍ଚ ନୀଚ ପ୍ରଭେଦ, ଲୋକମାନଙ୍କ ପାଇଁ ଧର୍ମକୁ ଅଫିମ କରି ଦିଆଯିବା ପରେ ଭାଷାକୁ ନେଇ ଏବେ ରାଜନୀତି ସର୍ବୋଚ୍ଚରେ ପହଞ୍ଚାଇ ଦିଆଗଲାଣି। ଭାଷା ବିଭାଜନର ଐତିହାସିକ ପୃଷ୍ଠଭୂମିକୁ ଦେଖିଲେ ୧୯୫୦ରୁ ୧୯୬୦ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଭାଷା ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସେଥିମଧ୍ୟରୁ ତାମିଲନାଡୁ ଉପରେ ହିନ୍ଦୀ ଭାଷାକୁ ଲଦି ଦିଆଯିବା ଘଟଣାରୁ ସେତେବେଳେ କିଭଳି ହିଂସାତ୍ମକ ସ୍ଥିତି ଉପୁଜିଥିଲା, ତାହା ଇତିହାସ ହୋଇ ରହିଛି। ଏବର ସମୟକୁ ଦେଖିଲେ କେନ୍ଦ୍ରର ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ୩ ଭାଷା ସୂତ୍ର ମଧ୍ୟରେ ପୁଣି ସେହି ହିନ୍ଦୀ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ କଣ୍ଟା ହୋଇ ଛିଡ଼ା ହୋଇଛି। ତାମିଲନାଡୁ ଓ କେରଳ ପରେ ହିନ୍ଦୀ ଲଦିଦେବାରୁ ବିରୋଧ ନିଆଁ ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ମରାଠୀ ଭାଷା ମହାରାଷ୍ଟ୍ରବାସୀଙ୍କ ଅସ୍ମିତାର ପ୍ରତୀକ ହୋଇଥିବା ବେଳେ ସେଠାକାର ସ୍କୁଲଗୁଡ଼ିକରେ ପ୍ରଥମରୁ ପଞ୍ଚମ ଯାଏ ହିନ୍ଦୀ ଶିକ୍ଷାଦାନକୁ ବାଧ୍ୟତାମୂଳକ କରାଯିବା ପାଇଁ ସରକାରୀ ଘୋଷଣା ହୋଇଛି। ଭାଜପା ପରିଚାଳିତ ମହାୟୁତି ସରକାରର ନିଷ୍ପତ୍ତିକୁ ବିରୋଧ କରି ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ତାଙ୍କ କକା ପୁଅ ଭାଇ ତଥା ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ରାଜ୍‌ ଠାକ୍‌ରେ ଏକାଠି ହେବାର ସଙ୍କେତ ଦେଲାଣି।
ଦେଖିବାକୁ ଗଲେ ଗତ ୨୦୨୪ ନିର୍ବାଚନରେ ଭାଜପାର ବାରମ୍ବାର ଡାକରା ଥିଲା ‘ଅବ୍‌କି ବାର୍‌ ୪୦୦ ପାର୍‌’। ଏପରିକି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ୍‌ ଶାହା ଏହି ଧ୍ୱନିକୁ ବାରମ୍ବାର ନିର୍ବାଚନୀ ସଭାରେ କହୁଥିବାର ଦେଖାଯାଇଥିଲା। ଏହା ସତ୍ତ୍ୱେ ଭାଜପାକୁ ଏକାକୀ ସଂଖ୍ୟାଗରିଷ୍ଠତା ମିଳିପାରିଲା ନାହିଁ, ଯେଉଁଥିପାଇଁ ଆନ୍ଧ୍ରପ୍ରଦେଶର ଟିଡିପି ଓ ବିହାରର ଜେଡିୟୁ ସହିତ ମିଳିତ ସରକାର କରିବାକୁ ମୋଦି ବାଧ୍ୟ ହେଲେ। ଗତ ନିର୍ବାଚନ ଆହୁରି ମଧ୍ୟ ପ୍ରମାଣ କରିଦେଲା ଯେ କେବଳ ଅଯୋଧ୍ୟାରେ ପରାଜୟ ଅଟକି ଗଲାନାହିଁ, ସମଗ୍ର ହିନ୍ଦୀଭାଷୀ ଅଞ୍ଚଳରେ ଭାଜପାର ଶକ୍ତି ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ସେହି ଅଞ୍ଚଳର ପୁନର୍ବାର ଶକ୍ତି ବୃଦ୍ଧି ପାଇଁ ଓ୍ବାକ୍‌ଫ ଆଇନଠାରୁ ଆରମ୍ଭ କରି ଅନ୍ୟ ଅଣହିନ୍ଦୀଭାଷୀ ରାଜ୍ୟଗୁଡ଼ିକରେ ହିନ୍ଦୀ ଲଦିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିରୁ ସ୍ପଷ୍ଟ ବୁଝାଯାଉଛି ଯେ ପ୍ରେମ ହିନ୍ଦୀ ପାଇଁ ନୁହେଁ, ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଶକ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା। ନିକଟ ଭବିଷ୍ୟତରେ ଓଡ଼ିଶାରେ ମଧ୍ୟ ହିନ୍ଦୀକୁ ଆହୁରି ଅଧିକ କଡ଼ାକଡ଼ି ପ୍ରଚଳନ କରାଇବାର ମସୁଧା କରାଯାଉଛି।
ଓ୍ବାକ୍‌ଫ ଓ ହିନ୍ଦୀ ଭାଷା ଭଳି ପ୍ରସଙ୍ଗକୁ ଦେଶବାସୀଙ୍କ ଆଡ଼କୁ ମୁହାଁଇ ଦେଇପାରିଲେ ବିଫଳ ଆର୍ଥିକ ନୀତିଠାରୁ ଦୃଷ୍ଟି ଏଡ଼ାଇ ଦିଆଯାଇପାରିବ। ଗତ ଦଶନ୍ଧି ମଧ୍ୟରେ ଭାରତର ଉତ୍ପାଦନ କ୍ଷମତା ନୈରାଶ୍ୟଜନକ ହୋଇପଡ଼ିଛି। ସେହି ଶକ୍ତିକୁ ପୁନର୍ଜୀବିତ କରିବା ପାଇଁ ସରକାରଙ୍କ କୌଣସି ଦୀର୍ଘମିଆଦୀ ନୀତି ସ୍ପଷ୍ଟ କରାଗଲା ନାହିଁ। ଅପରପକ୍ଷେ ହାତଗଣତି କେତେଜଣ ଶିଳ୍ପପତିଙ୍କୁ ଅଭୂତପୂର୍ବ ଲାଭ ପ୍ରଦାନ କରିବା ସହିତ ଜାତୀୟ ସମ୍ପତ୍ତି ଧରାଇଦେବା ଫଳରେ ଉତ୍ପାଦନ କ୍ଷେତ୍ର ବାଧାପ୍ରାପ୍ତ ହେଲା। ଗୋଟିଏ ଦୁଇଟି ମୋବାଇଲ୍‌ ଫୋନ୍‌ କାରଖାନା ଏବଂ କେତୋଟି ମୋଟରଗାଡ଼ି ତିଆରି କାରଖାନା ବ୍ୟତୀତ ଗଣେଶ ପୂଜାର ଗଣେଶ ମୂର୍ତ୍ତି ମଧ୍ୟ ଚାଇନାରୁ ଆମଦାନୀ କରାଯାଉଛି, ଯାହାଫଳରେ ଦେଶର ଅର୍ଥ ବିଦେଶକୁ ଚାଲିଯାଉଛି। ବିଶ୍ୱ ଅର୍ଥନୀତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭୂମିକା ବୃଦ୍ଧି ପାଇବା ଫଳରେ ଭାରତ ସମ୍ପୂର୍ଣ୍ଣ ଭାବେ ଅପ୍ରସ୍ତୁତ ପରିସ୍ଥିତିରେ ପଡ଼ିଯାଇଛି। ଭାରତର ମୁଖ୍ୟ ଏବଂ ଏକମାତ୍ର ଶତ୍ରୁ ଚାଇନା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହେବାକୁ ଆମ ଦେଶ ଯାଉଛି। ନିକଟ ଭବିଷ୍ୟତରେ ବୁଝା ପଡ଼ି ନ ପାରେ। କିନ୍ତୁ ଭାରତର ଅର୍ଥନୈତିକ ଭବିଷ୍ୟତ ଆହୁରି ଅଧିକ ଦୁର୍ବଳ ଓ ଦୋଦୁଲ୍ୟମାନ ହେବା ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?