କୋମ୍ବିଂ ଅପରେଶନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ମାଲକାନଗିରି,୨୧ା୨: ମାଓବାଦୀ ପୁଣି ପୋଲିସକୁ ଟାର୍ଗେଟ୍‌ କରିଛନ୍ତି। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ବିଏସ୍‌ଏଫ୍‌ ଯବାନ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ଜିଲା ଛତିଶଗଡ଼ ସୀମାନ୍ତ ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲି ନିକଟ ରାସ୍ତାରେ ଏହି ଘଟଣା ଘଟିଛି। ସବୁଦିନ ଭଳି ରବିବାର ସକାଳେ କର୍ତ୍ତନପାଲିସ୍ଥିତ ୧୬୦ ବିଏସ୍‌ଏଫ୍‌ ବାଟାଲିୟନର ଯବାନମାନେ କୋମ୍ବିଂ ଅପରେଶନ କରିବାକୁ ଯାଇଥିଲେ। ଅପରେଶନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ କର୍ତ୍ତନପାଲି ଜଙ୍ଗଲ ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏଥିରେ ଯବାନ ଧର୍ମେନ୍ଦ୍ର ସାହୁ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ହେଲିକପ୍ଟର ଯୋଗେ ରାୟପୁର ପଠାଯାଇଛି। ଏହି ଘଟଣା ପରେ ପୋଲିସ ଓ ବିଏସ୍‌ଏଫ୍‌ ଯବାନମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି କୋମ୍ବିଂ ଅପରେଶନକୁ ଜୋରଦାର କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାତିକୁ ନେଇ ସରକାରଙ୍କ ଅଜବ ନୀତି: ବିଦ୍ୟାଳୟ ଛୁଟି, ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲା

ଚନ୍ଦାହାଣ୍ଡି,୩୦।୪(ଡି.ଏନ.ଏ): ବର୍ଦ୍ଧିତ ତାପମାତ୍ରା ଯୋଗୁ ରାଜ୍ୟରେ ଏପ୍ରିଲ ୧୮ରୁ ସମସ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଛୁଟି ଘୋଷଣା କରିଛନ୍ତି। ତେବେ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରରେ...

ପାଣିରେ ପଡି ଦନ୍ତା ହାତୀ ମୃତ

ନିରାକାରପୁର,୨୨।୧୧(ଡି.ଏନ.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ଅଧୀନରେ ଥିବା ବାଘେପୁଟ ମୌଜା ଖଦେଇ ଗହୀର ମଲାଗୁଣୀ ନଦୀ ପଠା ଉପରେ ପାଣିରେ ପଡି ଏକ...

ଧାନବିଲରେ ଗାଈ ପଶିବାକୁ ନେଇ ଆକ୍ରମଣ: ୩ ଗୁରୁତର, ଥାନାରେ ମାମଲା

ଖଣ୍ଡପଡ଼ା,୧୬ା୭(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ରାଣୀପଡା ପଞ୍ଚାୟତର ଗୋପପୁର ଗ୍ରାମରେ ଧାନ ବିଲରେ ଗାଈ ପଶିବାକୁ କେନ୍ଦ୍ରକରି ରବିବାର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।...

କରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଯାଜପୁର ଜିଲାପାଳ, ବରୀ ବିଧାୟିକା

ବରୀ,୧୩।୫(ସ୍ବ.ପ୍ର): ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ବରୀ ବିଧାୟିକା ସୁନନ୍ଦା ଦାସ ବୁଧବାର ବରୀ ଗସ୍ତରେ ଆସି କରୋନା ପାଇଁ ହୋଇଥିବା ଅସ୍ଥାୟୀ...

CORONAVIRUS UPDATE: ରାଜ୍ୟରେ ୬୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୨୨୪୪ ପଜିଟିଭ୍‌

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ସୋମବାର ୨୯ ଜିଲାରୁ ୨୨୪୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ସୁଅ ମୁହଁରେ ଅଥୟ କଙ୍କଡ଼ାପାଳ

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ କଙ୍କଡାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା କୂଳ ଖାଇ ଗତିପଥ ବଦଳାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ...

ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ

କାଳିଆପାଣି,୪।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଏକମାତ୍ର ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ। ଯାଜପୁରରେ ପ୍ରଥମ କରୋନା...

ଚିକିତ୍ସାରେ ଅବହେଳା ଅଭିଯୋଗ: ପ୍ରସୂତିଙ୍କ ମୃତ୍ୟୁ ପରେ ଉତ୍ତେଜନା

ସୋର, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋରସ୍ଥିତ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ...

Advertisement


Archives

Model This Week

Why Dharitri