Posted inଫୁରସତ

ଭଡା ନ ଦେବାରୁ କରତରେ କବାଟ କାଟିଦେଲେ ଘର ମାଲିକ

ଏବେ ଲୋକମାନେ ଘରକୁ ଭଡାରେ ଲଗାଇ ଭଲ ରୋଜଗାର କରୁଛନ୍ତି। କହିବାକୁ ଗଲେ ଗୋଟିଏ ସାଧାରଣ ୯ ଟୁ ୫ ଚାକିରିରେ ଯେତିକି ରୋଜଗାର ନ ହେଉଛି କେବଳ ଭଡାରୁ ହିଁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି। ତେବେ ବେଳେବେଳେ ଭଡା ନେଇ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ବଚସା ଦେଖିବାକୁ ମିଳିଥାଏ। କେବେବେଳେ ମାଲିକ ଅଧିକ ଭଡା ଦାବି କଲେ କିମ୍ବା ଭଡାଟିଆ ଟଙ୍କା ନ ଦେଲେ। ନିକଟରେ ଏପରି ଘଟଣା ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହୋଇଛି ଯେଉଁଠି ଭଡାଟିଆ ଘର ଭଡା ନ ଦେବାରୁ ଘର ମାଲିକ କିଛି ଏପରି କାଣ୍ଡ ଭିଆଇଛନ୍ତି।

ଘର ମାଲିକ ସାମୁଏଲ ଲିଡସ ତାଙ୍କ ଘରକୁ ଜଣେ ବ୍ୟକ୍ତିଙ୍କୁ ଭଡା ଦେଇଥିଲେ। କିନ୍ତୁ ସେ ଗୁଡାଏ ମାସ ଧରି ତାଙ୍କୁ ଘରଭଡା ଦେଉ ନ ଥିଲେ। ଯେଉଁଥିପାଇଁ ସାମୁଏଲ ରାଗିଯାଇ
ଭଡାଟିଆଙ୍କୁ ଅନେକ ଥର ଘର ଖାଲି କରିବାକୁ କହିଥିଲେ। ଏହି କଥା ଭଡାଟିଆ କର୍ଣ୍ଣପାତ କରି ନ ଥିଲେ। ପରେ ବ୍ୟକ୍ତିଜଣକ ସାମୁଏଲଙ୍କୁ ନ ଜଣାଇ ଘରର ତାଲା ବଦଳାଇ ଦେଇଥିଲେ। ଏଭଳି ପରିସ୍ଥିତିରେ ସାମୁଏଲ ରାଗିଯାଇ ଏକ କରତ ଦ୍ୱାରା ଘରର କବାଟ କାଟି ଦେଇଥିଲେ। ଯାହାର ଭିଡିଓ ସେ ନିଜେ ହିଁ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି।

ଏହାପରେ, ସାମୁଏଲ ପୋଲିସକୁ ଘରକୁ ଡାକିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା କଣ ଜାଣିବା ପରେ ଭଡାଟିଆଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏପରିକି ଭଡାଟିଆଙ୍କ ଜିନିଷପତ୍ର ପ୍ୟାକ କରି ଘର ଖାଲି କରିବାରେ ପୋଲିସ ସାହାଯ୍ୟ କରିଥିଲ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri