ବରଗଡ଼ରେ ଜମି ମାଫିଆ ସକ୍ରିୟ: ମା’ ସମଲେଶ୍ୱରୀଙ୍କ ଭୂ-ସମ୍ପତ୍ତିକୁ କରିନେଲେ ହଡ଼ପ

ବରଗଡ଼ ଅଫିସ,୧୫।୩: ବରଗଡ଼ ଜିଲାରେ ଜମି ମାଫିଆମାନେ ସକ୍ରିୟ ହୋଇ ପଡିଛନ୍ତି। ବିଭାଗୀୟ ଅଧିକାରୀ, କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ କେତେବେଳେ ଅନୁସୂଚିତ ଜାତି, (ଏସସି) ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ଜମିକୁ ଉଚ୍ଚ ବର୍ଗର ଲୋକେ ହାତେଇ ନେଉଛନ୍ତି ତ ଆଉ କେବେ ସରକାରୀ ଜମିକୁ ରୟତ କିସମ ଦର୍ଶାଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ସମ୍ପୃକ୍ତ ଜମି ମାଫିଆମାନେ ସ୍ଥାନୀୟ ଗ୍ରାମଦେବୀଙ୍କ ଭୂ-ସମ୍ପତ୍ତିକୁ ମଧ୍ୟ ହଡପ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଜମି ’ଶ୍ରୀ ଶ୍ରୀ ଗ୍ରାମଦେବୀ ବିଜେ ଗାଁ’ ନାମରେ ରେକର୍ଡଭୁକ୍ତ ଥିବାବେଳେ କିଛି ନ୍ୟସ୍ତସ୍ବାର୍ଥ ଜମି ମାଫିଆ ବିଭାଗୀୟ ଅଧିକାରୀମାନଙ୍କୁ ହାତ ବାରିସି କରି ଜମିର କିସମ ପରିବର୍ତ୍ତନ ସହିତ ନିଜ ନାମରେ ରେକର୍ଡଭୁକ୍ତ କରି ତାକୁ ଚଢାଦରରେ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଏଭଳି ଏକ ଅଭିଯୋଗ ନେଇ ସୋମବାର ବରଗଡ଼ ତଳିପଡା ଅଞ୍ଚଳର ଅନେକ ବାସିନ୍ଦା ତଥା ମା’ ସମଲେଶ୍ବରୀଙ୍କ ଭକ୍ତମାନେ ବରଗଡ଼ ଉପଜିଲାପାଳଙ୍କୁ ଫେରାଦ ହୋଇ ଉପଜିଲାପାଳଙ୍କ ଅଦାଲତରେ ପିଟିଶନ ଦାଏର୍‌ କରିଛନ୍ତି ।ମା’ ସମଲେଶ୍ବରୀଙ୍କ ଜମିର ପୁନରୁଦ୍ଧାର ପାଇଁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ଶୁଭେନ୍ଦୁ କୁମାର ସାମଲଙ୍କୁ ପଚାରିବାରୁ ସେ ସମ୍ପର୍କିତ ପିଟିଶନ ପାଇଛନ୍ତି ଏବଂ ତାକୁ ବିଚାର କରି ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟିଆ ଧୁଷୁରୀ ବନ୍ଦ

ଧାମନଗର, ୬।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ବଜାର ର ବରିଷ୍ଠ ନାଗରିକ ମଞ୍ଚ ଏବଂ ଧୁଷୁରୀ ଆଞ୍ଚଳିକ ଯୁବ ପରିଷଦ ତରଫରୁ ୬ ଦଫା...

ଖେଳାଳି ଚୟନ ଶିବିର ଉଦ୍‌ଯାପିତ: ରାଜ୍ୟସ୍ତରକୁ ୩୦ ଖେଳାଳି ମନୋନୀତ

କୋରାପୁଟ,୪।୬(ସ୍ବ.ପ୍ର.): ୬୯ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗୀତା ନିମନ୍ତେ କୋରାପୁଟ ଷ୍ଟାଡିୟମଠାରେ ଚାଲିଥିବା ୨ ଦିନିଆ ଖେଳାଳି ଚୟନ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟରେ ହେବାକୁ...

ହୀନସ୍ତା କରୁଛନ୍ତି ହାତୀପଲ

ରାସୋଳ: ଜଙ୍ଗଲରେ ଖାଦ୍ୟ ଅଭାବ। ହାତୀ ଭଳି ବିଶାଳକାୟ ପ୍ରାଣୀଙ୍କ ଅପୂରା ରହୁଛି ପେଟ। ଖାଦ୍ୟ ଆଶାରେ ସେମାନେ ଏବେ ଜନବସତି ମୁହଁା ହେଉଛନ୍ତି। ଅଧରାତିରେ...

ଶୌଚ ପାଇଁ ଯାଉଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ବନ୍ତ,୩୦ା୫(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ମହାନ୍ତିପଡ଼ା ଗ୍ରାମର ପାଗୁଳୁ ବେହେରା(୬୫) ଶନିବାର ଭୋର୍‌ ସମୟରେ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ...

ମହାରାଷ୍ଟ୍ରରେ ବନ୍ଧା ପଡ଼ିଛନ୍ତି ଦୁଇ ଦାଦନ, ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକଙ୍କ ନିବେଦନ

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଦାଦନ ମହାରାଷ୍ଟ୍ରରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି। ଦାଦନଙ୍କ ମୁକ୍ତି ପାଇଁ ତାଙ୍କ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ...

ନଜର ଆଢୁଆଳରେ ଶ୍ରୀଦଧିବାମନଜୀଉ ମନ୍ଦିର

କେନ୍ଦ୍ରାପଡ଼ା ଅଫିସ, ୪ା୭: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚଉଦକୁଲାଟସ୍ଥିତ ତମାଳ କ୍ଷେତ୍ରାଧିପତି ଶ୍ରୀଦଧିବାମନଜୀଉ ମନ୍ଦିରକୁ ୨୦୧୬ରୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ୧୮୦...

ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ

ଝାରସୁଗୁଡ଼ା ଅଫିସ,୨୮।୩: ୧୨ ଦଫା ଦାବିନେଇ ଅଖିଳ ଭାରତ ଟ୍ରେଡ ୟୁନିୟନ ଦେଶବ୍ୟାପି ୨ ଦିନିଆ ବନ୍ଦ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ...

ବିଶ୍ୱ ବନ୍ଧୁତ୍ୱ ଦିବସ: ଗଣତନ୍ତ୍ରର ଚାରି ସ୍ତମ୍ଭକୁ ସମ୍ମାନ

ଭଦ୍ରକ ଅଫିସ,୨୫।୮: ଭଦ୍ରକ ଜିଲା ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ବନ୍ଧତ୍ୱ ଦିବସ ଓ ଦାଦି ପ୍ରକାଶମଣି ସ୍ମୃତି ଦିବସ ରବିବାର...

Advertisement
Archives

Model This Week