ଆଧାର ଜାଲିଆତିରୁ ଜମି ହଡ଼ପ

ବଲାଙ୍ଗୀର,୭ା୪(ବୀରେନ୍ଦ୍ର କୁମାର ଝାଙ୍କର)ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚଞ୍ଚକତା କରି ନିରୀହ ବ୍ୟକ୍ତିଙ୍କ ବହୁମୂଲ୍ୟ ଜମି ହଡ଼ପ ଘଟଣା ଜଣାପଡିବା ପରେ ବଲାଙ୍ଗୀର ସବ୍‌ରେଜିଷ୍ଟ୍ରାର ଅଫିସ ପକ୍ଷରୁ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହି ଜମି ଜାଲିଆତି କାରବାରରେ ଜଣେ ପୂର୍ବତନ ସରପଞ୍ଚଙ୍କ ସମେତ ୪ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ତେବେ ସବ୍‌ରେଜିଷ୍ଟ୍ରାର ଅଫିସରେ ଦୁଇଟି ଜମି ଜାଲିଆତି ଘଟଣା ଜଣାପଡିଥିଲେ ମଧ୍ୟ ଗୋଟିଏ ଘଟଣାରେ ଅଭିଯୋଗ କରାଯାଇ ଅନ୍ୟ ଘଟଣା ସମ୍ପର୍କରେ ଥାନାରେ ଏଯାଏ ଅଭିଯୋଗ କରାଯାଇ ନ ଥିବା ଜଣାପଡିଛି। ପୁଇଁତଳା ତହସିଲ ଅନ୍ତର୍ଗତ ବୁଢ଼ିସିଣ୍ଢୋଲ ଗଁାର ଅମ୍ବରୀଶ କର୍ମୀଙ୍କ ୧ ଏକର ୮ ଡିସମିଲ ଜମିକୁ ଜଣେ ପୂର୍ବତନ ସରପଞ୍ଚ ତାଙ୍କ ନଁାରେ ପଟ୍ଟା କରାଇ ନେଇଥିବା ଜଣାପଡିଥିଲା। ଗତ ନଭେମ୍ବର ମାସରୁ ଏହି ଜମି କିଣିବିକା ହୋଇଥିଲେ ମଧ୍ୟ ବିକ୍ରି ହୋଇଥିବା ଜମିର ଅସଲ ମାଲିକ ଅମ୍ବରୀଶ କର୍ମୀ କିଛି ବି ଟେର ପାଇ ନଥିଲେ। ସେହିପରି ସେଇ ଗଁାର ବାଗଦଲ ଗାଇଗରିଆଙ୍କ ୬୭ଡିସମିଲ ଜମିକୁ ଅନ୍ୟ ଜଣେ ବ୍ୟକ୍ତି ଚଞ୍ଚକତା କରି ହଡ଼ପ ଉଦ୍ୟମ କରିଥିବା ଗତ ମାର୍ଚ୍ଚ ୨୧ରେ ଜଣାପଡିଥିଲା। ସବ୍‌ରେଜିଷ୍ଟ୍ରାର ଅଫିସରେ ଏହି ଜାଲିଆତି ଧରାପଡିବା ପରେ ଏହାକୁ ହୋଲ୍ଡ କରିଦିଆଯାଇଛି। ତେବେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଅଭିଯୋଗ କରାଯାଇ ନ ଥିବାରୁ ସନ୍ଦେହ ଘନୀଭୂତି ହେବାରେ ଲାଗିଛି।
ଗତ ନଭେମ୍ବରରେ ବୁଢ଼ୀସିଣ୍ଢୋଲର ଅମ୍ବରୀଶଙ୍କ ଜମିକୁ ପୂର୍ବତନ ସରପଞ୍ଚ ପ୍ରମୋଦ ବିଶି କିଣିଥିବା ଜଣାପଡିଥିଲା। ତେବେ ଅମ୍ବରୀଶ ନିଜେ ଏହି ଜମି ବିକ୍ରି କରି ନ ଥିବା ଜାଣିବା ପରେ ସବ୍‌ରେଜିଷ୍ଟ୍ରାର ଅଫିସକୁ ଯାଇ ଅଭିଯୋଗ କରିଥିଲେ। ଅଫିସ ପକ୍ଷରୁ ଖୋଳତାଡ ପରେ ଅମ୍ବରୀଶଙ୍କ ଅସଲି ଆଧାର କାର୍ଡରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଫଟୋ ଲଗାଯାଇ ଚଞ୍ଚକତା କରି ସ୍ଳଟ୍‌ ବୁକିଂଠାରୁ ଆରମ୍ଭ କରି ଜମି ରେଜିଷ୍ଟ୍ରି କରାଯାଇିଛି। ସବୁଠୁ ବଡ କଥା ହେଲା ଅଭିଯୁକ୍ତମାନେ ଆଧାର କାର୍ଡ ଜାଲିଆତି କରିବା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଜମି ମାଲିକଭାବେ ସବ୍‌ରେଜିଷ୍ଟ୍ରାର ଅଫିସକୁ ଆଣି କ୍ରେତା ଭାବେ ପରିଚୟ ଦେଇ ସହଜରେ ଜମି ବିକ୍ରି କରିଦେଇଥିଲେ। ଏଭଳିକି ଏହି ଘଟଣାରେ ଗଁାର ୨ଜଣ ବ୍ୟକ୍ତି ସାକ୍ଷୀ ରହିଥିଲେ। ଏତେ ସବୁ ଘଟଣା ଘଟିଥିଲେ ମଧ୍ୟ ସବ୍‌ରେଜିଷ୍ଟ୍ରାର ଅଫିସ କର୍ତ୍ତୃପକ୍ଷ କିଭଳି କିଛି ଜାଣିପାରି ନ ଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାସ୍ତବରେ ସବ୍‌ରେଜିଷ୍ଟ୍ରର ଅଫିସର କୌଣସି ସରକାରୀ କର୍ମଚାରୀ ଏହି ଜମି ଜାଲିଆତି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାର ତଦନ୍ତ ହୋଇନାହିଁ। ଫଳରେ ପୂର୍ବତନ ସରପଞ୍ଚ ବିଶିଙ୍କ ନଁାରେ ଚଞ୍ଚକତା କରାଯାଇଥିବା ଜମିର ପଟ୍ଟା ହୋଇସାରିଛି। ଗତ ମାର୍ଚ୍ଚ ୨୧ରେ ପୂର୍ବତନ ସରପଞ୍ଚ ଉକ୍ତ ଜମିକୁ ଅନ୍ୟ ଜଣେ ବ୍ୟକ୍ତିିଙ୍କୁ ବିକ୍ରି ଉଦ୍ୟମ କରୁଥିବାବେଳେ ଏହି ଜମି ଜାଲିଆତି ଘଟଣା ଧରାପଡିଥିଲା। ତଦନ୍ତ କରିବାରୁ ବୁଢ଼ୀସିଣ୍ଢୋଲ ଗଁାର ବାଗଦଲ ଗାଇଗରିଆଙ୍କ ଜମିକୁ ମଧ୍ୟ ସମାନ ଢ଼ଙ୍ଗରେ ଚଞ୍ଚକତା କରାଯାଇ ରେଜିଷ୍ଟ୍ରି କରାଯାଇଥିବା ଜଣାପଡିଥିଲା। ତେବେ ମାର୍ଚ୍ଚ ୨୧ର ରେଜିଷ୍ଟ୍ରିକୁ ହୋଲ୍ଡ କରିଦିଆଯାଇଥିବା ସବ୍‌ରେଜିଷ୍ଟ୍ରାର ପୂର୍ଣ୍ଣଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନଭେମ୍ବର ମାସରେ ଅମ୍ବରୀଶଙ୍କ ଜମି ହଡପ୍‌ କରାଯିବାକୁ ନେଇ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି। ଏହା ବାତିଲ କରାଯିବ ବୋଲି ସେ କହିଛନ୍ତି। ଯେଉଁମାନେ ଏହି ଦ୍ୱିତୀୟ ରେଜିଷ୍ଟ୍ରି କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଟାଉନ୍‌ ଥାନାରେ ଅଭିଯୋଗ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସବ୍‌ରେଜିଷ୍ଟ୍ରାର ଅଫିସରେ କେଉଁଠି ଗଳାବାଟ ରହିଛି ଏବଂ ଅଭିଯୁକ୍ତମାନେ କିଭଳି ଏଠି ଚଞ୍ଚକତା କରି ଜମି ହଡପ୍‌ କରୁଛନ୍ତି ଏହା ଏବେ ବଡ ପ୍ରଶ୍ନ ଭାବେ ଉଭା ହୋଇଛି।
୨୦୨୨ ମସିହାରେ ବଲାଙ୍ଗୀର ସହର ଉପକଣ୍ଠ ଧୁମାମରା ଗଁାର ଜଣେ ମୃତ ବ୍ୟକ୍ତିଙ୍କ ଜମିକୁ ଚଞ୍ଚକତା କରାଯାଇ ବିକ୍ରି କରାଯାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ବଲାଙ୍ଗୀର ତତ୍କାଳୀନ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ସବ୍‌ରେଜିଷ୍ଟ୍ରାରଙ୍କ ସମେତ ୯ ଜଣଙ୍କ ନଁାରେ ମାମଲା ରୁଜୁ ହୋଇଥିଲା। ଏବେ ପୁଣି ଥରେ ଜଣେ ବ୍ୟକ୍ତିଙ୍କ ଜମି ହଡପ କରାଯାଇଥିବା ଘଟଣା ହଇଚଇ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?