ଆଧାର ଜାଲିଆତିରୁ ଜମି ହଡ଼ପ

ବଲାଙ୍ଗୀର,୭ା୪(ବୀରେନ୍ଦ୍ର କୁମାର ଝାଙ୍କର)ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚଞ୍ଚକତା କରି ନିରୀହ ବ୍ୟକ୍ତିଙ୍କ ବହୁମୂଲ୍ୟ ଜମି ହଡ଼ପ ଘଟଣା ଜଣାପଡିବା ପରେ ବଲାଙ୍ଗୀର ସବ୍‌ରେଜିଷ୍ଟ୍ରାର ଅଫିସ ପକ୍ଷରୁ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହି ଜମି ଜାଲିଆତି କାରବାରରେ ଜଣେ ପୂର୍ବତନ ସରପଞ୍ଚଙ୍କ ସମେତ ୪ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ତେବେ ସବ୍‌ରେଜିଷ୍ଟ୍ରାର ଅଫିସରେ ଦୁଇଟି ଜମି ଜାଲିଆତି ଘଟଣା ଜଣାପଡିଥିଲେ ମଧ୍ୟ ଗୋଟିଏ ଘଟଣାରେ ଅଭିଯୋଗ କରାଯାଇ ଅନ୍ୟ ଘଟଣା ସମ୍ପର୍କରେ ଥାନାରେ ଏଯାଏ ଅଭିଯୋଗ କରାଯାଇ ନ ଥିବା ଜଣାପଡିଛି। ପୁଇଁତଳା ତହସିଲ ଅନ୍ତର୍ଗତ ବୁଢ଼ିସିଣ୍ଢୋଲ ଗଁାର ଅମ୍ବରୀଶ କର୍ମୀଙ୍କ ୧ ଏକର ୮ ଡିସମିଲ ଜମିକୁ ଜଣେ ପୂର୍ବତନ ସରପଞ୍ଚ ତାଙ୍କ ନଁାରେ ପଟ୍ଟା କରାଇ ନେଇଥିବା ଜଣାପଡିଥିଲା। ଗତ ନଭେମ୍ବର ମାସରୁ ଏହି ଜମି କିଣିବିକା ହୋଇଥିଲେ ମଧ୍ୟ ବିକ୍ରି ହୋଇଥିବା ଜମିର ଅସଲ ମାଲିକ ଅମ୍ବରୀଶ କର୍ମୀ କିଛି ବି ଟେର ପାଇ ନଥିଲେ। ସେହିପରି ସେଇ ଗଁାର ବାଗଦଲ ଗାଇଗରିଆଙ୍କ ୬୭ଡିସମିଲ ଜମିକୁ ଅନ୍ୟ ଜଣେ ବ୍ୟକ୍ତି ଚଞ୍ଚକତା କରି ହଡ଼ପ ଉଦ୍ୟମ କରିଥିବା ଗତ ମାର୍ଚ୍ଚ ୨୧ରେ ଜଣାପଡିଥିଲା। ସବ୍‌ରେଜିଷ୍ଟ୍ରାର ଅଫିସରେ ଏହି ଜାଲିଆତି ଧରାପଡିବା ପରେ ଏହାକୁ ହୋଲ୍ଡ କରିଦିଆଯାଇଛି। ତେବେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଅଭିଯୋଗ କରାଯାଇ ନ ଥିବାରୁ ସନ୍ଦେହ ଘନୀଭୂତି ହେବାରେ ଲାଗିଛି।
ଗତ ନଭେମ୍ବରରେ ବୁଢ଼ୀସିଣ୍ଢୋଲର ଅମ୍ବରୀଶଙ୍କ ଜମିକୁ ପୂର୍ବତନ ସରପଞ୍ଚ ପ୍ରମୋଦ ବିଶି କିଣିଥିବା ଜଣାପଡିଥିଲା। ତେବେ ଅମ୍ବରୀଶ ନିଜେ ଏହି ଜମି ବିକ୍ରି କରି ନ ଥିବା ଜାଣିବା ପରେ ସବ୍‌ରେଜିଷ୍ଟ୍ରାର ଅଫିସକୁ ଯାଇ ଅଭିଯୋଗ କରିଥିଲେ। ଅଫିସ ପକ୍ଷରୁ ଖୋଳତାଡ ପରେ ଅମ୍ବରୀଶଙ୍କ ଅସଲି ଆଧାର କାର୍ଡରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଫଟୋ ଲଗାଯାଇ ଚଞ୍ଚକତା କରି ସ୍ଳଟ୍‌ ବୁକିଂଠାରୁ ଆରମ୍ଭ କରି ଜମି ରେଜିଷ୍ଟ୍ରି କରାଯାଇିଛି। ସବୁଠୁ ବଡ କଥା ହେଲା ଅଭିଯୁକ୍ତମାନେ ଆଧାର କାର୍ଡ ଜାଲିଆତି କରିବା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଜମି ମାଲିକଭାବେ ସବ୍‌ରେଜିଷ୍ଟ୍ରାର ଅଫିସକୁ ଆଣି କ୍ରେତା ଭାବେ ପରିଚୟ ଦେଇ ସହଜରେ ଜମି ବିକ୍ରି କରିଦେଇଥିଲେ। ଏଭଳିକି ଏହି ଘଟଣାରେ ଗଁାର ୨ଜଣ ବ୍ୟକ୍ତି ସାକ୍ଷୀ ରହିଥିଲେ। ଏତେ ସବୁ ଘଟଣା ଘଟିଥିଲେ ମଧ୍ୟ ସବ୍‌ରେଜିଷ୍ଟ୍ରାର ଅଫିସ କର୍ତ୍ତୃପକ୍ଷ କିଭଳି କିଛି ଜାଣିପାରି ନ ଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାସ୍ତବରେ ସବ୍‌ରେଜିଷ୍ଟ୍ରର ଅଫିସର କୌଣସି ସରକାରୀ କର୍ମଚାରୀ ଏହି ଜମି ଜାଲିଆତି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାର ତଦନ୍ତ ହୋଇନାହିଁ। ଫଳରେ ପୂର୍ବତନ ସରପଞ୍ଚ ବିଶିଙ୍କ ନଁାରେ ଚଞ୍ଚକତା କରାଯାଇଥିବା ଜମିର ପଟ୍ଟା ହୋଇସାରିଛି। ଗତ ମାର୍ଚ୍ଚ ୨୧ରେ ପୂର୍ବତନ ସରପଞ୍ଚ ଉକ୍ତ ଜମିକୁ ଅନ୍ୟ ଜଣେ ବ୍ୟକ୍ତିିଙ୍କୁ ବିକ୍ରି ଉଦ୍ୟମ କରୁଥିବାବେଳେ ଏହି ଜମି ଜାଲିଆତି ଘଟଣା ଧରାପଡିଥିଲା। ତଦନ୍ତ କରିବାରୁ ବୁଢ଼ୀସିଣ୍ଢୋଲ ଗଁାର ବାଗଦଲ ଗାଇଗରିଆଙ୍କ ଜମିକୁ ମଧ୍ୟ ସମାନ ଢ଼ଙ୍ଗରେ ଚଞ୍ଚକତା କରାଯାଇ ରେଜିଷ୍ଟ୍ରି କରାଯାଇଥିବା ଜଣାପଡିଥିଲା। ତେବେ ମାର୍ଚ୍ଚ ୨୧ର ରେଜିଷ୍ଟ୍ରିକୁ ହୋଲ୍ଡ କରିଦିଆଯାଇଥିବା ସବ୍‌ରେଜିଷ୍ଟ୍ରାର ପୂର୍ଣ୍ଣଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନଭେମ୍ବର ମାସରେ ଅମ୍ବରୀଶଙ୍କ ଜମି ହଡପ୍‌ କରାଯିବାକୁ ନେଇ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି। ଏହା ବାତିଲ କରାଯିବ ବୋଲି ସେ କହିଛନ୍ତି। ଯେଉଁମାନେ ଏହି ଦ୍ୱିତୀୟ ରେଜିଷ୍ଟ୍ରି କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଟାଉନ୍‌ ଥାନାରେ ଅଭିଯୋଗ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସବ୍‌ରେଜିଷ୍ଟ୍ରାର ଅଫିସରେ କେଉଁଠି ଗଳାବାଟ ରହିଛି ଏବଂ ଅଭିଯୁକ୍ତମାନେ କିଭଳି ଏଠି ଚଞ୍ଚକତା କରି ଜମି ହଡପ୍‌ କରୁଛନ୍ତି ଏହା ଏବେ ବଡ ପ୍ରଶ୍ନ ଭାବେ ଉଭା ହୋଇଛି।
୨୦୨୨ ମସିହାରେ ବଲାଙ୍ଗୀର ସହର ଉପକଣ୍ଠ ଧୁମାମରା ଗଁାର ଜଣେ ମୃତ ବ୍ୟକ୍ତିଙ୍କ ଜମିକୁ ଚଞ୍ଚକତା କରାଯାଇ ବିକ୍ରି କରାଯାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ବଲାଙ୍ଗୀର ତତ୍କାଳୀନ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ସବ୍‌ରେଜିଷ୍ଟ୍ରାରଙ୍କ ସମେତ ୯ ଜଣଙ୍କ ନଁାରେ ମାମଲା ରୁଜୁ ହୋଇଥିଲା। ଏବେ ପୁଣି ଥରେ ଜଣେ ବ୍ୟକ୍ତିଙ୍କ ଜମି ହଡପ କରାଯାଇଥିବା ଘଟଣା ହଇଚଇ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri