ବୀମା ସହାୟତା ଆଶାରେ ଜମି ଜାଲିଆତି

ବରଗଡ଼ ଅଫିସ୍‌,୨୭।୮: ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନିୟମିତତା ଯୋଗୁ ଏହା ବାଟବଣା ହୋଇ ପଡ଼ିଛି। ଅନେକ ସ୍ଥଳେ ବୀମା କମ୍ପାନୀ ବିଭିନ୍ନ ଆଳରେ ଚାଷୀଙ୍କୁ ବୀମା କ୍ଷତିପୂରଣରୁ ବାଦ୍‌ ଦେଉଛି। ଅନ୍ୟପଟେ ଚାଷୀଙ୍କ ଲାଭ ଉଠାଇବାକୁ କିଛି ମୁନାଫାଖୋର ମଧ୍ୟସ୍ଥ ସକ୍ରିୟ ହୋଇ ପଡ଼ିଛନ୍ତି। ଏକ ନିର୍ଦ୍ଦିଷ୍ଟ ର଼୍ୟାକେଟ୍‌ର ଠକାମୀ ଯୋଗୁ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ସେମାନଙ୍କ ବୀମା ସହାୟତା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ବରଗଡ଼ ଜିଲାରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ବୀମା ସହାୟତା ପାଇବା ଆଶାରେ ଅନ୍ୟ ଚାଷୀଙ୍କ ଜମି ଉପରେ କିଛି ନିର୍ଦ୍ଦିଷ୍ଟ ଲୋକ ବୀମା ପ୍ରିମିୟମ ରାଶି ଭରିବା ଭଳି ଠକାମୀ କରିଛନ୍ତି। ଫଳରେ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ବୀମା କ୍ଷତିପୂରଣ ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଏଭଳି ଘଟଣା ଆସୁଥିବା ସତ୍ତ୍ବେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାୁନାହିଁ। ଏହା ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଦେହ ଉପୁଜିଛି। ଅନ୍ୟପଟେ ତଥ୍ୟ ପାଇବା ପରେ ସମ୍ପୃକ୍ତ କ୍ଷତିଗ୍ରସ୍ତ ଚାଷୀ ମୁହଁ ଖୋଲିଲେ ତାଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ହୋଇଛି।
ବରଗଡ଼ ଜିଲାରେ ଏଭଳି ଅନେକ ଜମି ଜାଲିଆତି ହୋଇଥିବାବେଳେ ଏଥିରେ କିଛି ତଥାକଥିତ ଚାଷୀନେତାଙ୍କ ହାତ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁବାର ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଡ଼ାଗୟା ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ବାବାଜୀ ସାହୁ ତାଙ୍କ ନାତି ଶୁକଦେବଙ୍କ ସହିତ ଏଭଳି ଏକ ଅଭିଯୋଗ ନେଇ ମୁଖ୍ୟ ଜିଲା କୃଷି ଅଧିକାରୀ ଏବଂ ଜିଲାପାଳଙ୍କ ଅଫିସକୁ ଆସିଥିଲେ। ସ୍ବଳ୍ପ ବୃଷ୍ଟିପାତ ଯୋଗୁ ୨୦୨୧ ମସିହାରେ ତାଙ୍କର ଫସଲକ୍ଷତି ହେବା ସତ୍ତ୍ବେ ସେ ବୀମା କ୍ଷତିପୂରଣ ପାଇ ପାରି ନ ଥିବା ଅଭିଯୋଗ କରିଥିଲେ। ତେବେ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ସେ ଯେଉଁ ତଥ୍ୟ ପାଇଥିଲେ, ତାହା ତାଙ୍କୁ ହତବାକ୍‌ କରି ଦେଇଥିବା ବାବାଜୀ ପ୍ରକାଶ କରିଛନ୍ତି। ଚାଷକାର୍ଯ୍ୟ ଆରମ୍ଭରୁ ସେ ପ୍ରାଥମିକ କୃଷି ସମବାୟ ସମିତିରେ ବୀମା ପ୍ରିମିୟମ ଭରିଥିଲେ। କିନ୍ତୁ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ତାଙ୍କ ଚାଷଜମିରେ ନିଜ ଗ୍ରାମ ଏବଂ ପଲସାପାଲି ଗ୍ରାମର ଅନ୍ୟ ୨ଜଣ ତାଙ୍କ ଅଜ୍ଞାତରେ ବୀମା ପ୍ରିମିୟମ ଭରିଛନ୍ତି। ଫଳରେ ସେ ବୀମା କ୍ଷତିପୂରଣ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ବୀମା ପ୍ରିମିୟମ ଭରିଥିବା ସମ୍ପୃକ୍ତ ନକଲି ଚାଷୀଙ୍କୁ ଫୋନ କଲେ ସେମାନେ ପ୍ରକୃତ ଚାଷୀଙ୍କୁ ଧମକଚମକ ଦେଉଛନ୍ତି।
କେବଳ ବାବାଜୀ ନୁହଁନ୍ତି, ଏଭଳି ଶତାଧିକ ଚାଷୀଙ୍କ ଜମି ଜାଲିଆତି କରି କିଛି ମୁନାଫାଖୋର୍‌ ମଧ୍ୟସ୍ଥ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କ ବୀମା କ୍ଷତିପୂରଣ ସହାୟତା ରାଶି ହଡ଼ପ୍‌ କରିବାକୁ ଉଦ୍ୟମ କରିଛନ୍ତି। ବୀମା ପ୍ରିମିୟମ ଜମା କରିବା ସମୟରେ ମଧ୍ୟ ଏଭଳି ଘଟଣା ନଜରକୁ ଆସିଥିଲା ଏବଂ ଏଥିରେ ଅଙ୍କୁଶ ଲଗାଇବା ପାଇଁ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଜିଲା ପ୍ରଶାସନକୁ ଫେରାଦ ହୋଇଥିଲେ। ମାତ୍ର ସେତେବେଳେ କିଛି ଠୋସ୍‌ ପଦକ୍ଷେପ ନିଆଯାଇ ନ ଥିବାରୁ ବର୍ତ୍ତମାନ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନେ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଜୟ କିଷାନ ଆନ୍ଦୋଳନର ସଭାପତି ସୁଶିଲ ସାହୁ କହିଛନ୍ତି, ଏହା ଏକ ଅକ୍ଷମଣୀୟ ଅପରାଧ। ଜିଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ନେଇ ପ୍ରକୃତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ ଦାବି କରିଛନ୍ତି। ସେହିପରି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ କହିଛନ୍ତି, ଫସଲବୀମା ଜାଲିଆତି ନେଇ ବରଗଡ଼ ଜିଲାରେ ଏକ ର଼୍ୟାକେଟ୍‌ ସକ୍ରିୟ ହୋଇଛି। ଝାରବନ୍ଧ, ପାଇକମାଳଠାରୁ ଆରମ୍ଭ କରି ଭଟଲି, ଅତାବିରା ପର୍ଯ୍ୟନ୍ତ ସବୁଆଡ଼େ ଏହାର ଜାଲ ବିଛାଇ ହୋଇଛି । ନିରୀହ ଚାଷୀଙ୍କ ଶହ ଶହ ହେକ୍ଟର ଜମିକୁ ନିଜ ନାମରେ ପ୍ରିମିୟମ ଭରି ଫସଲବୀମାକୁ ଗୋଟିଏ ବେପାର କରିଦେଲେଣି। ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର। ଏଭଳି ଅସାଧୁ ଲୋକଙ୍କ ପାଇଁ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ସହାୟତା ପାଇବାରେ ବିଳମ୍ବ ଘଟୁଛି ବୋଲି ସେ କହିଥିଲେ। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣାଙ୍କୁ ପଚାରିବାରୁ ସେ କହିଲେ, ଯେଉଁ ଚାଷୀ ଚାହିଁଲେ ଆମେ ସେମାନଙ୍କୁ ତଥ୍ୟ ଯୋଗାଇ ଦେଉଛୁ। ସେମାନେ ଚାହିଁଲେ ଯାହା କିଛି ପଦକ୍ଷେପ କିମ୍ବା ଆଇନର ସହାୟତା ନେଇ ପାରିବେ ବୋଲି ମହାରଣା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri