ହାଇକୋର୍ଟରେ ଜମି ଦସ୍ତାବିଜ ଦାଖଲ

କଟକ ଅଫିସ,୨୯ା୮: ହାଇକୋର୍ଟରେ ଶୁକ୍ରବାର ପୁରୀ ବଗଲା ଧର୍ମଶାଳା ଜମିର ଦସ୍ତାବିଜ ଦାଖଲ କରାଯାଇଛି। ପୁରୀ ତହସିଲ କାର୍ଯ୍ୟାଳୟର ଏକ କେସ୍‌ ରେକର୍ଡରେ ବଗଲା ଧର୍ମଶାଳା ଦାନରେ ମିଳିଥିବା ନେଇ ଏଥିରେ ଉଲ୍ଲେଖ ରହିଛି। ଆବେଦନକାରୀ ଜଗନ୍ନାଥ ବସ୍ତିଆ ଇ-ଫାଇଲିଂ ମାଧ୍ୟମରେ ଓଇଏ କେସ୍‌ ରେକର୍ଡ ନମ୍ବର ୩୯/୧୯୯୯ର ନକଲ ହାଇକୋର୍ଟରେ ଦାଖଲ କରିଛନ୍ତି।
ବାବୁ କହ୍ନେୟାଲାଲ ବଗଲା ୧୯୦୦ ମସିହାରେ ବଙ୍ଗଳା ସରକାରଙ୍କଠାରୁ ଏହି ଜମି ନେଇ ପୁରୀ ବଡ଼ଦାଣ୍ଡରେ ଧର୍ମଶାଳା ନିର୍ମାଣ କରିଥିଲେ। ୧୯୦୫ରେ ତାହାକୁ ସେ ପୁରୀ ଜିଲା ମାଜିଷ୍ଟ୍ରେଟ ତଥା ଲଜିଂ ହାଉସ ଫଣ୍ଡ କମିଟି ସଭାପତିଙ୍କୁ ହସ୍ତାନ୍ତର କରିଥିବା ଓଇଏ କେସ୍‌ ରେକର୍ଡରେ ସ୍ପଷ୍ଟ ଭାବେ ତହସିଲଦାର ଉଲ୍ଲେଖ କରିଛନ୍ତି। ପୁରୀ ତହସିଲଦାରଙ୍କ ଏହି ନିର୍ଦ୍ଦେଶକୁ ତତ୍କାଳୀନ ଉପଜିଲାପାଳ ୩୧ ଅଗଷ୍ଟ ୨୦୦୦ରେ ଅନୁମୋଦନ କରିଥିଲେ। ଏହା ପରେ ପୁରୀ ବଳଗଣ୍ଡି ରାଜସ୍ବ ମୌଜାର ଖାତା ନମ୍ବର ୨୪୨ରେ ଥିବା ଏ ୨.୫୭୪ ଡେସିମିଲ ଜମି ଲଜିଂ ହାଉସ୍‌ ଫଣ୍ଡ କମିଟି ନାମରେ ରେକର୍ଡ କରାଯାଇଥିଲା। ଜମିର ସଲାମି ଏବଂ ବକେୟା ରେଣ୍ଟ ଭାବେ ରାଜସ୍ବ ନିରୀକ୍ଷକ ସେତେବେଳେ ଲଜିଂ ହାଉସ ଫଣ୍ଡ କମିଟିଠାରୁ ୧,୦୪,୧୧୮ ଟଙ୍କା ଆଦାୟ କରିଥିଲେ। ବଗଲା ଧର୍ମଶାଳା ଜମି ୧୮୮୮-୮୯ ମସିହା ସାବକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଥିବା କେସ୍‌ ରେକର୍ଡରେ ତହସିଲଦାର ଉଲ୍ଲେଖ କରିଛନ୍ତି। ତେଣୁ ଲଜିଂ ହାଉସ ଫଣ୍ଡ କମିଟିଠାରୁ ସଲାମି ନେଇ ତାଙ୍କ ନାମରେ ଜମି ମାଲିକାନା ରେକର୍ଡ କରିଥିବା ରାଜସ୍ବ ବିଭାଗ ପୁଣି ଥରେ ବଗଲା ଧର୍ମଶାଳା ଜମି ନିଜ ନାମରେ ରେକର୍ଡ କରିବା ସମ୍ପୂର୍ଣ୍ଣ ବେଆଇନ ବୋଲି ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ କହିଛନ୍ତି। କହ୍ନେୟାଲାଲ ବଗଲାଙ୍କଠାରୁ ଦାନରେ ପାଇଥିବା ଜମିକୁ ପୁରୀ ଜିଲାପାଳ ୬ ଜଣ ଲଜିଂ ମାଲିକଙ୍କୁ ବିକ୍ରି କରିବା ଆଇନ ବହିର୍ଭୂତ କାର୍ଯ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି। ପୁରୀ ତହସିଲଦାରଙ୍କ କାର୍ଯ୍ୟାଳୟର ଏହି ପୁରୁଣା କେସ୍‌ ରେକର୍ଡରେ ବଗଲା ଧର୍ମଶାଳା ନିର୍ମାଣ ଓ ହସ୍ତାନ୍ତର ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ରହିଛି। ୧୯୪୬ରେ ବଗଲା ଧର୍ମଶାଳା ଜମି ଏକ ସଂସ୍ଥାକୁ ହସ୍ତାନ୍ତର ପାଇଁ ଉଦ୍ୟମ ହୋଇଥିଲା। ତତ୍କାଳୀନ ରାଜ୍ୟପାଳ କୈଳାସନାଥ କାଟ୍‌ଜୁଙ୍କ ହସ୍ତକ୍ଷେପ ପରେ ଏହି ଉଦ୍ୟମ ବିଫଳ ହୋଇଥିଲା। ଧର୍ମଶାଳା ଜମି ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ କିମ୍ବା ଅନ୍ୟ କାହାକୁ ହସ୍ତାନ୍ତର କରାଯିବ ନାହିଁ ବୋଲି ତତ୍କାଳୀନ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri