କୋକସରା,୨୧ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଆମପାଣିଠାରୁ ଧର୍ମଗଡ଼ ଦେଇ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ଓ୍ବେ ପାଇଁ ଭୁର୍ଷାଗୁଡ଼ା ଗ୍ରାମର ବନମାଳୀ ମାଝି, ପରୀକ୍ଷିତ ମାଝି, ରିକ ମାଝି, ଔରତ ମାଝି, ସୋମନାଥ ମାଝି, ପୁରୁଷୋତ୍ତମ ମାଝି, ନୀଳକଣ୍ଠ ମାଝି ପରିବାର ପ୍ରାୟ ୧୧ ଏକର ଜମି ହରାଇଥିବା ବେଳେ ଆଜିକୁ ୬ ବର୍ଷ ପରେ ମଧ୍ୟ ଜମି ଅଧିଗ୍ରହଣ ପରେ କ୍ଷତିପୂରଣ ମିଳି ନ ଥବାରୁ ଶନିବାର ରାସ୍ତା ଅବରୋଧ କରିଛନ୍ତି। ଭୁର୍ଷାଗୁଡ଼ା ନିକଟରେ ଅପରାହ୍ନରେ ୩ ଘଣ୍ଟାରୁ ଅଧିକ ସମୟ ଧରି ଜମିହରାମାନେ ରାସ୍ତାରେ କଣ୍ଟା ଓ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଆମପାଣି ଓ କୋକସରା ପୋଲିସ ପହଞ୍ଚି ଆନ୍ଦୋଳନରେ ବସିଥିବା ପରିବାର ସହ ଆଲୋଚନା ଜାରି ରଖିଥିଲେ। ତେବେ ସେମାନେ କୌଣସି ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ବୋଲି ଜିଦ୍ କରିଥିଲେ। ପୋଲିସ ବୁଝଶୁଝା କଲା ପରେ ରାସ୍ତା ଅବରୋଧରୁ ଉଠିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି। ଅନ୍ୟପଟେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନବକିଶୋର ବେହେରାଙ୍କୁ ପଚାରିବାରୁ ଅଧିଗ୍ରହଣ ହୋଇଥିବା ଜମି ଦଖଲ ଉପରେ ତହସିଲରୁ କୌଣସି ରିପୋର୍ଟ ଆସିନାହିଁ। ଏଣୁ କ୍ଷତିପୂରଣ ମିଳିନାହିଁ ବୋଲି କହିଛନ୍ତି।
୬ ବର୍ଷ ପରେ ବି ମିଳୁନି ଜମି ଅଧିଗ୍ରହଣ କ୍ଷତିପୂରଣ: ରାସ୍ତା ଅବରୋଧ କଲେ ଜମିହରା
Posted inଆମ ଜିଲା ଖବର, କଳାହାଣ୍ଡି View All
ଓମ୍ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା
ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...
୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...
ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା
ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...
ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍ପି
ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...
ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…
ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ହୋଇଥିଲା।...
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ
ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...
ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...
ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…
ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...
Archives


