ଦକ୍ଷିଣ ଆଫ୍ରିକାରେ ହାହାକାର, ୪୪୩ ମୃତ-୪୦ ହଜାରରୁ ଅଧିକ ବେଘର…

କେପ୍‌ ଟାଉନ୍‌, ୧୮।୪ : ଦକ୍ଷିଣ ଆଫ୍ରିକା କରୋନା  ବିପର୍ଯ୍ୟୟରୁ ମୁକୁଳିବାକୁ ପ୍ରୟାସ କରୁଥିବାବେଳେ ପୁଣି ଏକ ବିପଦ ଯୋଗୁ ସଙ୍କଟରେ ପଡ଼ିଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୱାଜୁଲୁ-ନାଟାଲ ପ୍ରଦେଶ ଏବଂ ଡର୍ବାନରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୪୩ କୁ ବୃଦ୍ଧି ପାଇଛି।

ପ୍ରାୟ ଚାରି ହଜାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଠାରେ ଥିବା ୫୮ ଡାକ୍ତରଖାନା ଭାଙ୍ଗିରୁଜି ଯାଇଛି। ୪୦ ହଜାରରୁ ଅଧିକ ଲୋକ ବେଘର ହୋଇଥିବାବେଳେ ୧୩,୫୦୦ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ୪ ହଜାର ବାସଗୃହ ମାଟିରେ ମିଶି ଯାଇଛି। ଭ୍‌ଗାଘରେ ମୃତଦେହଗୁଡ଼ିକ ପଡ଼ି ରହିଛି।

ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଶେଷକରି ଗ୍ରାମାଞ୍ଚଳରୁ ଅଧିକ ମୃତଦେହ ମିଳୁଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ପ୍ରଦେଶର ବହୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତଥ୍ୟ ଅନୁଯାୟୀ, ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୬୩ ଜଣ ନିଖୋଜ ଅଛନ୍ତି।

ବହୁ ଲୋକଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି। ଦକ୍ଷିଣ ଆଫ୍ରିକାର ବୃହତ୍ତମ ସହର ଡର୍ବାନରେ ବନ୍ୟା ଯୋଗୁ ରାସ୍ତାଘାଟ, ସ୍କୁଲ , କଲେଜ, ଡାକ୍ତରଖାନା ସବୁ ନଷ୍ଟ ହୋଇ ଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାରି ହଜାର ଲୋକ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ଦିଦିଙ୍କ ଅଲଟିମେଟମ: ’କହିଲେ ଭାଜପା ନେତାଙ୍କ ଘର ବାହାରେ ଧାରଣା ଦେବି’

କୋଲକାତା,୩।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଟିଏମସି ବିରୋଧରେ…

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

ଧୋନିଙ୍କ IPL ଭବିଷ୍ୟତକୁ ନେଇ ଆସିଲା ନୂଆ ଖବର; ‘Impact Player’ ନିୟମକୁ ନେଇ ପୂର୍ବତନ ସାଥୀ ଖେଳାଳି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩।୯: ଏମଏସ ଧୋନି ଆଇପିଏଲ 2027 ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ନାହିଁ। 45 ବର୍ଷୀୟ ପୂର୍ବତନ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri