Posted inଫୁରସତ

ପୁଅ ପାଇଁ ଗଢିଲେ ଲମ୍ବରଘିନି କାର୍‌

ପିଲାଙ୍କ ଖୁସି ବାପାମା’ଙ୍କ ପାଇଁ ସବୁକିଛି। ତାଙ୍କ ମୁହଁରେ ଚେନାଏ ହସ ଫୁଟେଇବା ଲାଗି ସେମାନେ ସବୁକିଛି କରିପାରନ୍ତି। ଠିକ୍‌ ଯେମିତି ଭିଏତନାମର ଟ୍ରୁଓଙ୍ଗ ଭାନ ଦାଓ ନାମକ ଜଣେ ବ୍ୟକ୍ତି ନିଜ ପୁଅ ପାଇଁ ତିଆରି କରିଛନ୍ତି ଏକ ଲକ୍‌ଜ୍ୟୁରୀୟସ୍‌ ଇଲେକ୍ଟ୍ରିକ୍‌ କାର। ଟ୍ରୁଓଙ୍ଗଙ୍କ ପୁଅକୁ ଲମ୍ବରଘିନି କାର୍‌ ବହୁତ ପସନ୍ଦ ଥିଲା। ଆଉ ସେହି ଲକ୍‌ଜ୍ୟୁରୀୟସ୍‌ କାର୍‌ କିଣିବାକୁ ବି ସେ କହୁଥିଲା। ହେଲେ ସେହି କାର୍‌ କିଣିବା ତାଙ୍କ ପାଇଁ ସମ୍ଭବ ନ ଥିଲା। ତେବେ ଟ୍ରୁଓଙ୍ଗ ଜଣେ କାଠ କାରିଗର। ସେଥିପାଇଁ ସେ କାଠର ଏକ ଲମ୍ବରଘିନି କାର୍‌ ତିଆରି କରିବାକୁ ଚିନ୍ତା କଲେ। ଆଉ ଅଦରକାରୀଭାବେ ପଡିଥିବା କିଛି କାଠକୁ କାଟି ତାକୁ ଲମ୍ବରଘିନି କାର୍‌ର ରୂପ ଦେବାକୁ ଲାଗିଲେ। ତା’ର ସମ୍ପୂର୍ଣ୍ଣ ପଦ୍ଧତିକୁ ରେକର୍ଡ କରି ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ବି ଅପଲୋଡ କରିଛନ୍ତି। କାର୍‌ର ପ୍ରତି ପାର୍ଟକୁ ସେ ଏତେ ନିଖୁଣଭାବେ କରିଛନ୍ତି ଯେ, ତାହା ବାସ୍ତବ ପରି ଲାଗେ। ଏହି କାଠର ଗାଡି ଯେ, କେବଳ ଲମ୍ବରଘିନି କାର୍‌ ପରି ଦେଖାଯାଉଛି ତାହା ନୁହେଁ, ବରଂ ତାହା ସତସତିକା କାର୍‌ ପରି ଚାଲିପାରେ ମଧ୍ୟ। କାରଣ ସେହି କାର୍‌ରେ ସେ ଏକ ଛୋଟ ମୋଟର ସଂଯୋଗ କରିଛନ୍ତି। କାର୍‌ଟି ଘଣ୍ଟା ପ୍ରତି ୨୫ କି.ମି. ବେଗରେ ଗତି କରିପାରେ। ଟ୍ରୁଓଙ୍ଗଙ୍କୁ ଉକ୍ତ କାର୍‌ ତିଆରି କରିବା ଲାଗି ୬୫ ଦିନ ଲାଗିଯାଇଥିଲା। କାର୍‌ଟି ସମ୍ପୂର୍ଣ୍ଣ ଗଢା ହେବା ପରେ ତାଙ୍କ ପୁଅ ତାକୁ ଦେଖି ବହୁତ ଖୁସି ହୋଇଯାଇଥିଲା। ଆଉ ବାପା ପୁଅ ଦୁହେଁ ମିଶି କାର୍‌ ରାଇଡ୍‌ର ମଜା ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri