ଲାକ୍ଷାଦ୍ୱୀପ

କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଏବେ ଅଶାନ୍ତ ହୋଇପଡ଼ିଛି। ସେଠାକାର ଜନସାଧାରଣଙ୍କ ଅଧିକାର ଓ ସ୍ୱଚ୍ଛନ୍ଦ ଜୀବନଯାପନରେ ପ୍ରଶାସକ ପ୍ରଫୁଲ ଖୋଡ଼ା ପଟେଲ ପ୍ରତିବନ୍ଧକ ସାଜିଛନ୍ତି। ଏହି ଦ୍ୱୀପାଞ୍ଚଳକୁ ବିକଶିତ କରିବା ଲକ୍ଷ୍ୟରେ ଅଣାଯାଇଥିବା ଲାକ୍ଷାଦୀପ ବିକାଶ କର୍ତ୍ତୃପକ୍ଷ ନିୟମାବଳୀ (ଏଲ୍‌ଡିଏଆର୍‌)କୁ ପ୍ରତ୍ୟାହାର କରି ଲକ୍ଷାଦ୍ୱୀପକୁ ନ୍ୟାୟ ଦରକାର ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସୋସିଆଲ ମିଡିଆରେ ‘ଲାକ୍ଷାଦ୍ୱୀପକୁ ରକ୍ଷାକର’ ଲେଖାଥିବା ବ୍ୟାନର ଦେଖିବାକୁ ମିଳିଛି। ୭ ଜୁନ୍‌ରେ ଅନେକ ଲୋକ ପାଣି ଭିତରେ ପଶିରହି ପ୍ରତିବାଦ କରିବା ସହିତ ୧୨ ଘଣ୍ଟିଆ ଆମରଣ ଅନଶନ କରି ପ୍ରଫୁଲଙ୍କୁ ହଟେଇବା ଲାଗି ଅଡ଼ି ବସିଛନ୍ତି।
ପ୍ରଶାସକଙ୍କ କାର୍ଯ୍ୟଧାରାରେ ଲୋକେ ଅତିଷ୍ଠ ହୋଇପଡ଼ିବା ପଛରେ ଅନେକ କାରଣ ରହିଛି। ୨୦୨୦ ଡିସେମ୍ବରରେ ଲାକ୍ଷାଦ୍ୱୀପର ଦାୟିତ୍ୱ ନେବା ପରେ ପ୍ରଫୁଲ ସେଠାରେ ତଟରକ୍ଷୀ ନିୟମର ଦ୍ୱାହିଦେଇ ମତ୍ସ୍ୟଜୀବୀଙ୍କ ବାସସ୍ଥାନକୁ ଭାଙ୍ଗିବା, ପୂର୍ବରୁ ମଦ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟେଇ ଦେବା, ଗୋମାଂସ ଉପରେ ରୋକୋ ଲଗାଇବା ଆଦି ଜନବିରୋଧୀ କାର୍ଯ୍ୟ କରିଛନ୍ତି। ଲାକ୍ଷାଦ୍ୱୀପର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ପ୍ରଶାସକ ଯେଉଁ ସଫେଇ ଦେଇଛନ୍ତି, ତାହାଦ୍ୱାରା ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇଯାଇଛି। ଯଦି ସମ୍ପୃକ୍ତ ଦ୍ୱୀପାଞ୍ଚଳକୁ ଦେଖାଯାଏ ଲାକ୍ଷାଦ୍ୱୀପ ମାଳରେ ଥିବା ୩୬ଟି ଦ୍ୱୀପ ମଧ୍ୟରୁ ୧୦ଟିରେ ଜନବସତି ଅଛି। ଏହା ମୁଖ୍ୟତଃ ମୁସ୍‌ଲିମବହୁଳ। ଏଠାକାର ଲୋକସଂଖ୍ୟା ସରକାରୀ ଭାବେ ୬୪,୪୭୩ ଦର୍ଶାଯାଇଛି। ସମୁଦାୟ ଅଞ୍ଚଳରେ ଜଣେ ସାଂସଦ ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବଭାରତୀୟ ସେବାର ବରିଷ୍ଠ ଅଧିକାରୀଙ୍କୁ ପ୍ରଶାସକ ଦାୟିତ୍ୱ ଦିଆଯିବାର ବ୍ୟବସ୍ଥା ଥିବାବେଳେ ଲାକ୍ଷାଦ୍ୱୀପରେ ଅବସ୍ଥାପିତ ହୋଇଥିବା ପ୍ରଫୁଲ ପଟେଲ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ନେତା। ତାଙ୍କ ପିତା ଖୋଡ଼ାଭାଇ ରନ୍‌ଛୋଡ଼ଭାଇ ପଟେଲ ଆର୍‌ଏସ୍‌ଏସ୍‌ର ନେତା ଭାବେ ପରିଚିତ। ତାଙ୍କ ନିକଟକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଯାଆସ କରୁଥିଲେ ବୋଲି ଗଣମାଧ୍ୟମରୁ ଜଣାପଡ଼ିଛି। ପ୍ରଫୁଲ ୨୦୧୦ରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୁଜରାଟର ଗୃହମନ୍ତ୍ରୀ ଥିଲେ। ୨୦୧୨ରେ ବିଧାନସଭା ନିର୍ବାଚନରେ ହାରିଯାଇଥିଲେ ମଧ୍ୟ ତାଙ୍କର ମୋଦିଙ୍କ ସହ ଭଲ ସମ୍ପର୍କ ଥିଲା। ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଫୁଲଙ୍କୁ ସେ ୨୦୧୬ରେ ଡାମନ୍‌ ଓ ଡିୟୁର ପ୍ରଶାସକ ନିଯୁକ୍ତ କରିଥିଲେ। ଲାକ୍ଷାଦ୍ୱୀପର ପ୍ରଶାସକ ଥିବା ଦୀନେଶ୍ୱର ଶର୍ମାଙ୍କ ପରଲୋକ ପରେ ପ୍ରଫୁଲଙ୍କୁ ଏହି କେନ୍ଦ୍ରଶାସିତ ଅଞ୍ଚଳ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁ ମଧ୍ୟରେ ମିଶ୍ରଣ ଘଟି ଗଠିତ ହୋଇଥିବା ନୂଆ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକ ଭାବେ ପ୍ରଫୁଲ ମଧ୍ୟ କାର୍ଯ୍ୟ କରୁଛନ୍ତି।
ଏବେ ଯାହା ଆଲୋଚନା ହେଉଛି ସେଥିରୁ ଜଣାପଡ଼ିଲାଣି ଯେ, କେନ୍ଦ୍ର ସରକାର ଅକ୍ଷୁଣ୍ଣ ରହିଥିବା କେତେକ ଦ୍ୱୀପକୁ କିଛି ଘରୋଇ ବ୍ୟବସାୟୀଙ୍କ ହାତରେ ଟେକି ଦେବାର ଉଦ୍ୟମ ଆରମ୍ଭ ହୋଇଛି। ଏହାଦ୍ୱାରା ପ୍ରାକୃତିକ ଭାରସାମ୍ୟ ନଷ୍ଟ ହେବା ସହିତ ଭବିଷ୍ୟତରେ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri