ନକଲି ଟିକଟରେ ମୁଣ୍ଡନ ବାବଦ ଲକ୍ଷାଧିକ ଟଙ୍କା ହଡ଼ପ

ରାୟଗଡ଼ା,୧୦ା୪(ସ୍ବ.ପ୍ର.): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ମନ୍ଦିର ରସିଦ୍‌ ବହିରେ ଜାଲିଆତି କରାଯାଇଛି। ମନ୍ଦିରର କେତେଜଣ ଅସାଧୁ କର୍ମଚାରୀ ମା’ଙ୍କ ନିକଟକୁ ମୁଣ୍ଡନ ପାଇଁ ଆସୁଥିବା ମାନସିକଧାରୀଙ୍କୁ ନକଲି ଟିକେଟ ଦେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଛନ୍ତି। ମନ୍ଦିର ଟ୍ରଷ୍ଟ ଦ୍ୱାରା ନିୟୋଜିତ କର୍ମଚାରୀ ଏହି ଜାଲିଆତି କରିଥିବା ଅଭିଯୋଗ ହୋଇଛି।
ମା’ ମଝିଘରିଆଣିଙ୍କ ମନ୍ଦିରରେ ପ୍ରତିଦିନ ମାନସିକଧାରୀମାନେ ମୁଣ୍ଡନ କରିଥାଆନ୍ତି। ମୁଣ୍ଡନ ପାଇଁ ମନ୍ଦିର ତରଫରୁ ଜଣ ପିଛା ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ମୁଖ୍ୟତଃ ମଙ୍ଗଳବାର, ବୁଧବାର, ଶୁକ୍ରବାର ଓ ରବିବାର ମୁଣ୍ଡନ ପାଇଁ ବହୁ ଶ୍ରଦ୍ଧାଳୁ ଆସିଥାଆନ୍ତି। ଏସବୁ ବାରରେ ୩୦୦ରୁ ଅଧିକ ଶ୍ରଦ୍ଧାଳୁ ମୁଣ୍ଡନ ହେଉଛନ୍ତି। ଏହାର ସୁଯୋଗ ନେଇ ମନ୍ଦିରର କେତେଜଣ କର୍ମଚାରୀ ନକଲି ରସିଦ୍‌ ବହି ମୁଦ୍ରଣ କରି ଟିକେଟ ଦେଉଛନ୍ତି। ଗତ କିଛି ଦିନ ହେବ ମୁଣ୍ଡନ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିବାରୁ ସନ୍ଦେହ ଉପୁଜିଥିଲା। ମୁଣ୍ଡନ ବାବଦ ଅର୍ଥ ଆଦାୟ କେଉଁ କାରଣରୁ କମୁଛି ଜାଣିବା ପାଇଁ ମନ୍ଦିର ପରିଚାଳନା କମିଟି ଗୁପ୍ତ ଭାବେ ତଦନ୍ତ କରିଥିଲା। ଚଳିତଥର ଚୈତ୍ର ପର୍ବରେ ମା’ଙ୍କ ନିକଟରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମୁଣ୍ଡନ ହୋଇଥିଲେ ମଧ୍ୟ ଟଙ୍କା ବୃଦ୍ଧି ଘଟି ନଥିବାରୁ ଜାଳିଆତି ସ୍ପଷ୍ଟ ହୋଇଛି। ୯୪ ନମ୍ବର ବହିର ୧୪୩୬୧ ନଂ ରସିଦ୍‌ରେ ଦୁଇ ଜଣଙ୍କୁ ଟିକେଟ ଦିଆଯାଇଛି। କେବଳ ଏହି ଗୋଟିଏ ଘଟଣା ନୁହେଁ କିଛି ମାସ ପୂର୍ବରୁ ମନ୍ଦିର ପରିସରରୁ ମୁଣ୍ଡନ ଚୁଟି ମଧ୍ୟ ଚୋରି ହୋଇଥିଲା। ଯାହାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ। ହେଲେ ମନ୍ଦିର ତରଫରୁ ଏ ନେଇ କୌଣସି କାର୍ଯ୍ୟାଷ୍ଠାନ ଗ୍ରହଣ କରାଗଲାନାହିଁ। ଦେବୋତ୍ତର ବିଭାଗ ଏସବୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ଜରୁରୀ ହୋଇପଡିଛି। ଘଟଣା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ରାଇସିଂ ବିଡିକା କହିଛନ୍ତି, ଗଣମାଧ୍ୟମରୁ ଏହି ଘଟଣା ଜାଣିବାକୁ ପାଇଲି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri