ଆଜି ପବିତ୍ର ମାଘ ସପ୍ତମୀ: ତ୍ରିଶମ୍ଭୁଙ୍କ ମହାସ୍ନାନ ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ,୪।୨: ଆଜି ପବିତ୍ର ମାଘ ସପ୍ତମୀ। ଏହି ପରିପ୍ରେକ୍ଷୀରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମଙ୍ଗଳବାର ଭୋରରୁ ଲକ୍ଷାଧିକ ସାଧୁ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏନେଇ ମେଳାପଡ଼ିଆ ଲୋକାରଣ୍ୟ ହୋଇପଡ଼ିଛି।
‘ତ୍ରିଶମ୍ଭୁ’ ଭାବେ ପରିଚିତ ୩ ଠାକୁରଙ୍କ ମହାସ୍ନାନ ଓ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି। ମଙ୍ଗଳବାର ମାଘସପ୍ତମୀ ଉପଲକ୍ଷେ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ତେଣୁ ଶ୍ରଦ୍ଧାଳୁମାନେ ବିନା ଦେୟରେ ମନ୍ଦିର ପରିଦର୍ଶନ ସହ ପରିବାରର ରିଷ୍ଟ ଖଣ୍ଡନ ଉଦ୍ଦେଶ୍ୟରେ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ତ୍ରିଶମ୍ଭୁ ଭାବେ ପରିଚିତ ସ୍ଥାନୀୟ ମାଧିପୁର ଗ୍ରାମର ଆରାଧ୍ୟ ଦେବତା ତ୍ରିବେଣୀଶ୍ବର ମହାଦେବ, ସନ୍ଥପୁର ଗ୍ରାମର ବାବା ଐଶାନେଶ୍ୱର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବ ମାଘ ଷଷ୍ଠୀ ରାତି ୯ଟା ୪୫ରୁ ୧୦ଟା ୧୫ ମିନିଟ ମଧ୍ୟରେ ସୁସଜ୍ଜିତ ବିମାନରେ ବିଜେ କରିଥିଲେ। ପରେ ରୀତିନୀତି ଅନୁଯାୟୀ, ପୀଠରେ ତିନିଠାକୁରଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ ହୋଇଥିଲା।  ତ୍ରିଶମ୍ଭୁ ନିଜ ନିଜ ପୀଠରୁ ବାହାରି ରାତି ୧ଟା ୩୦ରେ କୋଣାର୍କ ଏନ୍‌ଏସିସ୍ଥିତ ଭୋଗ ମଣ୍ଡପରେ ପହଞ୍ଚି ଥିଲେ।
ତ୍ରିଶମ୍ଭୁଙ୍କ ନିକଟରେ ଭୋଗ ଲାଗି ସହ ପୂଜାର୍ଚ୍ଚନା ପରେ କୋଣାର୍କ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ ପୂର୍ତ୍ତବିଭାଗ କାର୍ଯ୍ୟାଳୟଠାରେ ଭୋଗ ଲାଗି କରାଯାଇଥିଲା। ପରେ ତ୍ରିଶମ୍ଭୁ ରଙ୍ଗିନ ଆଲୋକ ଓ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମଧ୍ୟରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ମଙ୍ଗଳବାର ଭୋର ୪ଟାରେ ତ୍ରିଶମ୍ଭୁ ଏହି ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପରେ ଅବସ୍ଥାନ କରିବା ପରେ ତୀର୍ଥ ପୁଷ୍କରିଣୀରୁ ବରିଷ୍ଠ ସେବାୟତମାନେ ପୁଣ୍ୟ ଜଳ ଆଣି ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ତିନି ଠାକୁରଙ୍କ ମହାସ୍ନାନ ବିଧି ସମ୍ପନ୍ନ ପରେ ଭୋର ୪ଟା ୩୭ରେ ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ମାଘସପ୍ତମୀ ବୁଡ଼ ପକାଇଥିଲେ । ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

‘ମା’, ତୁମକୁ ନେଇ ଗର୍ବିତ’: ସୋନିଆ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରାହୁଲଙ୍କ ଭାବପୂର୍ଣ୍ଣ ବାର୍ତ୍ତା

ନୂଆଦିଲ୍ଲୀ,୭।୧୧: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କର ଆଗାମୀ ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ (Belonging: A Journey of Love)…

‘ଅତ୍ୟନ୍ତ ଦୁଃଖଦ ଦିନ…’ ମହମ୍ମଦ ସାମିଙ୍କ ଅବସର ନେଇ ଦୁଃଖ ପ୍ରକାଶ କଲେ ଭାରତୀୟ ଦଳର ବୋଲିଂ କୋଚ

ନୂଆଦିଲ୍ଲୀ,୭।୧୧: ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ଅବସର ଘୋଷଣା ପ୍ରଶଂସକମାନଙ୍କୁ ଦୁଃଖିତ କରିଥିବା…

IND vs NZ: ମ୍ୟାଚ ଚାଲିଥିବା ବେଳେ ନିଜର playing XI (ଖେଳାଳି ଦଳ)ରେ ହଠାତ ପରିବର୍ତ୍ତନ କରି ସମସ୍ତଙ୍କୁ ଚମକାଇ ଦେଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୭।୧୧: ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଚୂଡ଼ାନ୍ତ ଏକାଦଶରେ ହଠାତ ଏକ ପରିବର୍ତ୍ତନ କରାଯାଇଛି। ବ୍ଲେୟାର ଟିକନରଙ୍କ ସ୍ଥାନରେ ମ୍ୟାଟ ଫିଶରଙ୍କୁ ଦଳରେ…

ମଦ ବିକ୍ରିକୁ ତୀବ୍ର ବିରୋଧ: ତାତିଲେ ଗ୍ରାମବାସୀ, ଭାଙ୍ଗିଲେ କାଉଣ୍ଟର ଆଜ୍‌ବେଷ୍ଟସ୍‌

ନୟାଗଡ଼,୭ା୧୧(ଲୋକନାଥ ମିଶ୍ର): ଗାଁରେ ମଦ ବିକ୍ରିକୁ ନେଇ ତେଜିଛି ଅସନ୍ତୋଷ। ମଦ ବିକ୍ରି ବନ୍ଦ କରିବା ଦାବିରେ ଏକଜୁଟ ହୋଇ ରାସ୍ତାରୋକୋ କରିଛନ୍ତି ଗ୍ରାମବାସୀ। ନୟାଗଡ଼ ବ୍ଲକ…

ଖାତା ଖୋଲୁ ଖୋଲୁ ମାତ୍ର ୧ ରନ କରି ଇତିହାସ ସୃଷ୍ଟି କଲେ ବିରାଟ କୋହଲି; ପଛରେ ପଡ଼ିଗଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୭।୧୧: ୱେଲିଂଟନର ବେସିନ ରିଜର୍ଭ (ହେନରୀ ଓଭାଲ) ଠାରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଚାଲିଛି। ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୩୪…

ODI ଇତିହାସରେ ୨୪ ବର୍ଷ ମଧ୍ୟରେ ଯାହା କେବେ ଘଟି ନଥିଲା, ତାହା ବର୍ତ୍ତମାନ ଘଟିଛି

ନୂଆଦିଲ୍ଲୀ,୭।୧୧: ୱେଲିଂଟନରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ ମାତ୍ର ୧୩୪ ରନରେ ଅଲଆଉଟ ହୋଇଯାଇଛି। ଏହି ସିରିଜରେ ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ…

Ayodhya Deepotsav 2026: ଦୀପୋତ୍ସବ ପାଳନକୁ ନେଇ ଅଯୋଧ୍ୟା ଉତ୍ସବମୁଖର; ୩୦ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ ସହ ହେବ ଇତିହାସ

ଅଯୋଧ୍ୟା,୭।୧୧: ଆଜି ଅଯୋଧ୍ୟାରେ ଦଶମ ‘ଦୀପୋତ୍ସବ’ ପାଳନ କରାଯାଉଛି। ସାକେତ କଲେଜ ଠାରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ ଦୀପୋତ୍ସବ ପାଇଁ ଉଦ୍ଦିଷ୍ଟ ଶୋଭାଯାତ୍ରା ବା…

ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିଲେ ଗୁରନୁର: କଲେ ଏମିତି କାରନାମା

ୱେଲିଂଟନ,୭।୧୧: ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ। ଶନିବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଘରୋଇ ଦଳକୁ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?