ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ: ରାଧାପାଦ ଦର୍ଶନ କରୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ,୧୦।୧୧: (କିଶୋର ମହାପାତ୍ର/ ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ରବିବାର ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ବର୍ଷକୁ ଗୋଟିଏ ଦିନ ଶ୍ରୀରାଧା ଓଡିଆଣୀ ବେଶ ଦର୍ଶନ ସୁଯୋଗ ମିଳିଛି। ପୂର୍ବ ରାତି ୧ ଟାରୁ ଦ୍ବାର ଉନ୍ମୋଚନ କରାଯାଇ ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅବକାଶ, ଠାକୁରଙ୍କ ନଟବର ବେଶ ଏବଂ ଶ୍ରୀରାଧା ଓଡ଼ିଆଣୀ ବେଶ, ସୂର୍ଯ୍ୟ ପୂଜା, ଦାରପାଳ ପୂଜା, ବଲ୍ଲଭ, ସକାଳଧୂପ, ବାଳଧୂପ ଏବଂ ଆଳତି ପରେ ଭୋର ୪ ଠାରୁ ସେବାୟତ ପରିବାର ପ୍ରଥମେ ଦର୍ଶନ କରିଥିଲେ। ମନ୍ଦିର ସମ୍ମୁଖରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁ ମାନେ ୪ ଘଣ୍ଟା ରୁ ଅଧିକ ସମୟ ଠିଆହୋଇ ରାଧା ପାଦ ଦର୍ଶନ କରୁଛନ୍ତିି। ଅପରପକ୍ଷେ ମନ୍ଦିର ପଛପଟେ ଭିଆଇପି ଦର୍ଶନ ପାଇଁ ଠେଲାପେଲା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଉପସ୍ଥିତ ରହି ଯାତ୍ରା ପରିଚାଳନା ଅନୁଧ୍ୟାନ କରୁଛନ୍ତି। ପୁରୀ ଏସପି ଆଇନ ଶୃଙ୍ଖଳା, ଟ୍ରାଫିକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା କହିଛନ୍ତି। ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ଉଚ୍ଚ ଅଧିକାରୀ, ବିଚାରପତି ଠାକୁରଙ୍କ ଦର୍ଶନ କରି ଆଶିଷ ନେଇଥିଲେ। ମନ୍ଦିର ବେଢା ପରିକ୍ରମା ଓ ଅଁଳା ବୃକ୍ଷକୁ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିଛନ୍ତି।

ବର୍ଷସାରା ଉତରଭାରତ ନାରୀ ସଦୃଶ ବେଶ ଧାରଣ କରୁଥିବା ବେଳେ ପୂର୍ବକାଳରେ ଓଡ଼ିଆ ଘର ବୋହୁ ମାନେ ପରିଧାନ କରୁଥିବା ଭଳି ପାଟଶାଢି କାଣିଆକଚ୍ଛା ମାରି ଶ୍ରୀରାଧା ପିନ୍ଧିଛନ୍ତି। ପାରମ୍ପରିକ ସୁବର୍ଣ୍ଣ ଗହଣା ଗୁଡିକ ମଧ୍ୟରେ ପାଦପଦ୍ମ, ପାଉଁଜି, ଝୁଣ୍ଟିଆ, ପାହୁଡ଼, ବାଙ୍କି, ଚନ୍ଦ୍ର ହାର ଶିକୁଳି, ବେଙ୍ଗପାଟିଆ, ତାବିଜ, ଅଁଳାମାଳ, ପୋହଳାମାଳ, ଚାପସରୀ, ପଣସକଣ୍ଟା ଖଡୁ, ବାହୁଟି, ବଟଫଳ ମାଳ, ଦ୍ରାବିଡ଼ଚନ୍ଦ୍ର, ମୟୁରସା ଗୁଣା, ନୁଥ, ସେତିହାର, ପୋହଳାହାର, ଡେଉଁରିଆ ମାଳ, କିରିଟି ଆଦି ଗହଣା ଲାଗି କରାଯିବ। ଫୁଲହାର, ଅଁଳାଫଳ ମାଳ, ଦୁ, ଅରୁଆ ଚାଉଳ ସହିତ କଜଳ, ସିନ୍ଦୁର, ଅଳତା ଓ ଚନ୍ଦନପାଟି ଲାଗି କରାଯାଇଛି। ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇ ଛନ୍ଦାଚରଣ ରେ ନୃତ୍ୟରତ ଭଙ୍ଗିରେ ଶୋଭା ପାଉଛନ୍ତି।

ପୁରୀ ଜିଲାର ୨ୟ ବୃହତମ ଗଣପର୍ବ ମାନ୍ୟତା ଲଭିଥିବା ଅଁଳାନବମୀରେ ମନ୍ଦିର ରଙ୍ଗ, ଫୁଲମାଳ ଓ ସୁନ୍ଦର ଆଲୋକ ସଜ୍ଜା ହୋଇଛି। ସାକ୍ଷୀଗୋପାଳ ବଜାରଠାରୁ ପଞ୍ଚସଖା ପଡିଆ ପର୍ଯ୍ୟନ୍ତ ଉଜ୍ବଳ ଆଲୋକମାଳାରେ ଝଲସୁଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ସମ୍ମୁଖରେ ଛାୟାପ୍ରଦ ବାରିକେଟ, ଯାନବାହନ ନିୟନ୍ତ୍ରଣ ଠାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି।ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଏବଂ ବିଡ଼ିଓ ଲିପ୍ସା ରାୟ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଛନ୍ତି। ମେଳା ପଡିଆରେ ମିଶନଶକ୍ତି, ହସ୍ତଶିଳ୍ପ ଷ୍ଟଲ ଖୋଲାଯାଇଛି। ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା ଆଇଆଇସି ଉମେଶ କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ପୀଡିତାଙ୍କୁ ଭେଟିଲେ କଂସ ଅଭିନେତା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ...

ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍‌ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ

ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍‌ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ...

ବାଳସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ବାଇକ ସହ ଗଞ୍ଜେଇ ଜବତ ଘଟଣାରେ ଗଞ୍ଜାମ ଜିଲା ପାଟପୁର ଥାନା ଏସ୍‌ଆଇ ହିମାଂଶୁ ପାତ୍ର ଶୁକ୍ରବାର ଅଭିଯୁକ୍ତଙ୍କୁ ଥାନା ମାମଲା...

ପଟ୍ଟଚିତ୍ର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ...

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

ଭୁବନେଶ୍ୱର, ୧୮ା୧(ସୁନିତ୍‌ ମିଶ୍ର):ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ...

ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୧୮।୧:ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ...

ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri