Posted inଜାତୀୟ

ଲଖିମପୁର ଘଟଣାକୁ ନେଇ ରାଜନୀତି ସରଗରମ, ଅଖିଳେଶଙ୍କ ପରେ ପ୍ରିୟଙ୍କା ଗାନ୍ଧୀ, ସଞ୍ଜୟ ସିଂ ଉଠାଇଲେ ପ୍ରଶ୍ନ

ଲକ୍ଷ୍ନୌ,୧୫ ।୯: ଉତ୍ତର ପ୍ରଦେଶର ଲଖିମପୁରରେ ଦୁଇ ଭଉଣୀଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ବୁଧବାର ଉଦ୍ଧାର କରାଯାଇଛି । ଏହି ମାମଲା ଲଖିମପୁର ଖେରିର ନିଘାସନ କୋତୱାଲିର ବୋଲି ଜଣାପଡିଛି । ଏହି ମାମଲାରେ ଏଡିଜି ଆଇନ ବ୍ୟବସ୍ଥା ପ୍ରଶାନ୍ତ କୁମାରଙ୍କ ବୟାନ ସାମ୍ନାକୁ ଆସିଛି । ଏବେ ଏହି ଘଟଣାକୁ ନେଇ ରାଜନୀତି ହେଲାଣି ସରଗରମ । ପ୍ରଥମେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଏହା ହାଥରସର ପୁନାରାବୃତ୍ତି । ଏବେ ଏହି ଘଟଣାକୁ ନେଇ ପ୍ରିୟଙ୍କା ଗାନ୍ଧୀ ଓ ସଞ୍ଜୟ ସିଂ ବି ପ୍ରଶ୍ନ ଉଠାଇଲେଣି ।
ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଟୁଇଟ୍ କରି ଲେଖିଛନ୍ତି, ‘ନିଘାସନ ଥାନା ଅଞ୍ଚଳରେ ଦୁଇ ଦଳିତ ଭଉଣୀଙ୍କୁ ଅପହରଣ କରି ପରେ ହତ୍ୟା କରିବା ଓ ଏହାସହ ଏମାନଙ୍କ ପିତାଙ୍କ ଅଭିଯୋଗ ଯେ ବିନା କୌଣସି କର୍ମ ଅବା ପୋଷ୍ଟମର୍ଟମ ନ କରିବା, ଲଖିମପୁରରେ କୃଷକଙ୍କ ପରେ ଏବେ ଦଳିତଙ୍କୁ ହତ୍ୟା ‘ହାଥରସ କି ବେଟି’ ଜଘନ୍ୟ ହତ୍ୟାକାଣ୍ଡର ପୁନରାବୃତ୍ତି । ଏହାସହ ଅଖିଳେଶ ଏକ ଭିଡିଓ ବି ଶେୟାର କରିଛନ୍ତି ।
ଏହି ଘଟଣାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଲଖିମପୁର(ୟୁପି)ରେ ଦୁଇ ଭଉଣୀଙ୍କ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଦିନ ଦ୍ୱିପ୍ରହରରେ ଦୁଇ ଭଉଣୀଙ୍କୁ ଅପହରଣ କରି ହତ୍ୟା କରିବା ଅତ୍ୟନ୍ତ ନିନ୍ଦନୀୟ । ପ୍ରତିଦିନ ଖବର କାଗଜ ଓ ଟେଲିଭିଜନରେ ମିଛ ବିଜ୍ଞାପନ ଦେଲେ ଆଇନ ବ୍ୟବସ୍ଥା ସୁଧୁରି ଯାଇ ନ ଥାଏ । ଦିନକୁ ଦିନ ମହିଳାଙ୍କ ଉପରେ ଜଘନ୍ୟ ଅପରାଧ କାହିଁକି ବଢି ଚାଲିଛି, କେବେ ଯିବେ ଏହି ସରକାର ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି, ଲଖିମପୁରରେ ଦଳିତ ସମାଜର ଦୁଇ ଭଉଣୀଙ୍କୁ ଅପହରଣ ପରେ ହତ୍ୟା । ଗଛରେ ଛୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ । ପରିବାର ଲୋକେ ନିର୍ମମ ହତ୍ୟାର ଅଭିଯୋଗ ଆଣୁଛନ୍ତି । ଏହି ଘଟଣାକୁ ବିରୋଧ କରି ଲୋକେ ରାଜରସ୍ତାକୁ ଆସିଲେଣି । ଆଦିତ୍ୟନାଥଙ୍କ ବେଟି ବଚାଓ ନାରାର ପୋଲ ଖୋଲୁଛି ଏହି ଘଟଣା ।
ସୂଚନାଯୋଗ୍ୟ, ଲଖିମପୁରର ଦଳିତ ସମାଜର ଦୁଇ ଭଉଣୀଙ୍କୁ ତାଙ୍କ ମାଆଙ୍କ ସାମ୍ନାରେ ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ସେମାନଙ୍କୁ ଅପହରଣ କରି ନେଇଥିଲେ । ଏହାପରେ ସେମାନଙ୍କ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri