Posted inଜାତୀୟ

ଲଖିମପୁର ଘଟଣାକୁ ନେଇ ରାଜନୀତି ସରଗରମ, ଅଖିଳେଶଙ୍କ ପରେ ପ୍ରିୟଙ୍କା ଗାନ୍ଧୀ, ସଞ୍ଜୟ ସିଂ ଉଠାଇଲେ ପ୍ରଶ୍ନ

ଲକ୍ଷ୍ନୌ,୧୫ ।୯: ଉତ୍ତର ପ୍ରଦେଶର ଲଖିମପୁରରେ ଦୁଇ ଭଉଣୀଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ବୁଧବାର ଉଦ୍ଧାର କରାଯାଇଛି । ଏହି ମାମଲା ଲଖିମପୁର ଖେରିର ନିଘାସନ କୋତୱାଲିର ବୋଲି ଜଣାପଡିଛି । ଏହି ମାମଲାରେ ଏଡିଜି ଆଇନ ବ୍ୟବସ୍ଥା ପ୍ରଶାନ୍ତ କୁମାରଙ୍କ ବୟାନ ସାମ୍ନାକୁ ଆସିଛି । ଏବେ ଏହି ଘଟଣାକୁ ନେଇ ରାଜନୀତି ହେଲାଣି ସରଗରମ । ପ୍ରଥମେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଏହା ହାଥରସର ପୁନାରାବୃତ୍ତି । ଏବେ ଏହି ଘଟଣାକୁ ନେଇ ପ୍ରିୟଙ୍କା ଗାନ୍ଧୀ ଓ ସଞ୍ଜୟ ସିଂ ବି ପ୍ରଶ୍ନ ଉଠାଇଲେଣି ।
ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଟୁଇଟ୍ କରି ଲେଖିଛନ୍ତି, ‘ନିଘାସନ ଥାନା ଅଞ୍ଚଳରେ ଦୁଇ ଦଳିତ ଭଉଣୀଙ୍କୁ ଅପହରଣ କରି ପରେ ହତ୍ୟା କରିବା ଓ ଏହାସହ ଏମାନଙ୍କ ପିତାଙ୍କ ଅଭିଯୋଗ ଯେ ବିନା କୌଣସି କର୍ମ ଅବା ପୋଷ୍ଟମର୍ଟମ ନ କରିବା, ଲଖିମପୁରରେ କୃଷକଙ୍କ ପରେ ଏବେ ଦଳିତଙ୍କୁ ହତ୍ୟା ‘ହାଥରସ କି ବେଟି’ ଜଘନ୍ୟ ହତ୍ୟାକାଣ୍ଡର ପୁନରାବୃତ୍ତି । ଏହାସହ ଅଖିଳେଶ ଏକ ଭିଡିଓ ବି ଶେୟାର କରିଛନ୍ତି ।
ଏହି ଘଟଣାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଲଖିମପୁର(ୟୁପି)ରେ ଦୁଇ ଭଉଣୀଙ୍କ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଦିନ ଦ୍ୱିପ୍ରହରରେ ଦୁଇ ଭଉଣୀଙ୍କୁ ଅପହରଣ କରି ହତ୍ୟା କରିବା ଅତ୍ୟନ୍ତ ନିନ୍ଦନୀୟ । ପ୍ରତିଦିନ ଖବର କାଗଜ ଓ ଟେଲିଭିଜନରେ ମିଛ ବିଜ୍ଞାପନ ଦେଲେ ଆଇନ ବ୍ୟବସ୍ଥା ସୁଧୁରି ଯାଇ ନ ଥାଏ । ଦିନକୁ ଦିନ ମହିଳାଙ୍କ ଉପରେ ଜଘନ୍ୟ ଅପରାଧ କାହିଁକି ବଢି ଚାଲିଛି, କେବେ ଯିବେ ଏହି ସରକାର ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି, ଲଖିମପୁରରେ ଦଳିତ ସମାଜର ଦୁଇ ଭଉଣୀଙ୍କୁ ଅପହରଣ ପରେ ହତ୍ୟା । ଗଛରେ ଛୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ । ପରିବାର ଲୋକେ ନିର୍ମମ ହତ୍ୟାର ଅଭିଯୋଗ ଆଣୁଛନ୍ତି । ଏହି ଘଟଣାକୁ ବିରୋଧ କରି ଲୋକେ ରାଜରସ୍ତାକୁ ଆସିଲେଣି । ଆଦିତ୍ୟନାଥଙ୍କ ବେଟି ବଚାଓ ନାରାର ପୋଲ ଖୋଲୁଛି ଏହି ଘଟଣା ।
ସୂଚନାଯୋଗ୍ୟ, ଲଖିମପୁରର ଦଳିତ ସମାଜର ଦୁଇ ଭଉଣୀଙ୍କୁ ତାଙ୍କ ମାଆଙ୍କ ସାମ୍ନାରେ ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ସେମାନଙ୍କୁ ଅପହରଣ କରି ନେଇଥିଲେ । ଏହାପରେ ସେମାନଙ୍କ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କୂଅରୁ ମିଳିଲା ୧୧ ମୃତଦେହ

ଭୋପାଳ,୧୭।୭: ମଧ୍ୟପ୍ରଦେଶର ବିଦିଶା ଜିଲାର ଗଞ୍ଜବାସୌଦା ଅଞ୍ଚଳର ଲାଲ ପାତର ଗ୍ରାମରେ କୂଅ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। କୂଅରୁ ୧୧...

ବିହାରକୁୁ ସମ୍ଭାଳିବାରେ ନୀତିଶ ଅକ୍ଷମ: ତେଜସ୍ବୀ

ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ...

ମୌଲାନା କଲିମ ସିଦ୍ଦିକି ଗିରଫ

ଲକ୍ଷ୍ନୌ,୨୨।୯: ଧର୍ମାନ୍ତରଣ ମାମଲାରେ ଉତ୍ତର ପ୍ରଦେଶ ଏଟିଏସ ମୌଲାନା କଲିମ ସିଦ୍ଦିକିଙ୍କୁ ମିରୁଟରୁ ଗିରଫ କରିଛି। ଧର୍ମାନ୍ତରଣ ମାମଲାରେ କଲିମଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। ବିଦେଶରୁ...

ପାଓ୍ବାରଙ୍କ ଘରେ ଭାଜପା ସାଂସଦ

ମୁମ୍ବାଇ,୨୪।୧୧: ରବିବାର ସକାଳୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଘରେ ପହଞ୍ଚିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜୟ କାକଡେ। ସେ କ’ଣ ପାଇଁ ପାଓ୍ବାରଙ୍କ...

ଶାହିନବାଗ ମାମଲା: ରାସ୍ତାରେ ଧାରଣା ଦେବା ଭୁଲ, କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭।୧୦: ଦିଲ୍ଲୀର ଶାହିନବାଗ୍‌ ମାମଲା ନେଇ ସୁପ୍ରିମକୋର୍ଟ(ଏସ୍‌ସି) ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସରକାରଙ୍କୁ ବିରୋଧ କରି ସର୍ବସାଧାରଣ ରାସ୍ତାରେ ଧାରଣା ଦେବା ଅନ୍ୟାୟ...

କୃଷକ ଆନ୍ଦୋଳନର ୧୭ ମାମଲା ଫେରାଇ ନେବେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ,୧।୩ : ଗତ ବର୍ଷ କୃଷକ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ୧୭ ମାମଲାକୁ ଦିଲ୍ଲୀ ସରକାର ଫେରାଇ ନେବେ। ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ...

ଆରୋଗ୍ୟ ବନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୧ା୧୦(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ଯାଇ ଶୁକ୍ରବାର କଓ୍ବେଡିଆଠାରେ ବିଭିନ୍ନ ସମନ୍ବିତ ବିକାଶ ପରିଯୋଜନାର ଉଦ୍‌ଘାଟନ କରିଛନ୍ତି। ଆରୋଗ୍ୟ ବନ, ଆରୋଗ୍ୟ...

ନୀତୀଶଙ୍କୁ ନେଇ କୈଳାଶ ବିଜୟଭର୍ଗିୟଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୯ ।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ରାଷ୍ଟୀୟ ମହାସଚିବ କୈଳାଶ ବିଜୟଭର୍ଗିୟ ଏକ ବିବାଦୀୟ ବୟାନ ଦେଇଛନ୍ତି । ଗୁରୁବାର ଇନେ୍ଦାରରେ...

Advertisement
Archives

Model This Week