Posted inଜାତୀୟ

ଲଖିମପୁର କାଣ୍ଡ, ୫୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ, ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀଙ୍କୁ ପୁଅ…

ନୂଆଦିଲ୍ଲୀ, ୩।୧ : ଲଖିମପୁର ଖେରି କାଣ୍ଡ ନେଇ ଏସ୍‌ଆଇଟି ପକ୍ଷରୁ ୫୦୦୦ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଚାର୍ଜସିଟ୍‌ରେ ମୁଖ୍ୟ ଅଭିଯୁକ୍ତ ଭାବେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାମ ଉଲ୍ଲେଖ କରାଯାଇଛି।

ଏସ୍‌ଆଇଟି ପକ୍ଷରୁ ସିଜେଏମ୍‌ଙ୍କ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଆଶିଷଙ୍କ ସମେତ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

୪ ଚାଷୀଙ୍କୁ ଜିପ୍‌ ମଡ଼ାଇ ମାରିବା ସହିତ ଫାୟାରିଂ କରିବା ଅଭିଯୋଗ ଆଶିଷ ଏବଂ ତାଙ୍କ ସାଥିମାନଙ୍କ ବିରୋଧରେ ଅଣାଯାଇଛି। ସମ୍ପ୍ରତି ଆଶିଷଙ୍କ ସମେତ ତାଙ୍କର ଅନ୍ୟ ସାଥିମାନେ ଜେଲରେ ଅଛନ୍ତି।

ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟାର ଉଦ୍ୟମ ଆଦି ଅଭିଯୋଗ ରହିଛି।

ଅନ୍ୟ ଅଭିଯୁକ୍ତମାନେ ହେଲେ ଅଙ୍କିତ ଦାସ, ନନ୍ଦନ ସିଂ ବିଷ୍ଟ, ସତ୍ୟମ ତ୍ରିପାଠୀ ଓରଫ ସତ୍ୟମ, ଲତିଫ୍‌ ଓରଫ କାଲେ, ଶେଖର ଭାରତୀୟ ସୁମିତ ଜୟସ୍ବାଲ, ଆଶିଷ ପାଣ୍ଡେ, ଲବକୁଶ ରାଣା, ଶିଶୁ ପାଲ, ଉଲ୍ଲାସ କୁମାର ଓରଫ ମୋହିତ ତ୍ରିବେଦୀ, ରିଙ୍କୁ ରାଣା ଏବଂ ଧର୍ମେନ୍ଦ୍ର ବଞ୍ଜାରା। ଅନ୍ୟ ଜଣେ ଅଭିଯୁକ୍ତ ବୀରେନ୍ଦ୍ର ଶୁକ୍ଳାଙ୍କ ନାମ ଚାର୍ଜଶିଟ୍‌ରେ ଅଭିଯୁକ୍ତ ଭାବେ ସାମିଲ ହେବା ସହ ତାଙ୍କ ବିରୋଧରେ ପ୍ରମାଣ ଲୁଚାଇବା ଅଭିଯୋଗରେ ଆଇପିସିର ଦଫା ୨୦୧ ଲଗାଯାଇଛି। ତେବେ ସେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?