ହ୍ରଦ ସୁରକ୍ଷାଦାତା ଅରୁଣ

ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ପରିବେଶବିତ୍‌ ଅରୁଣ କ୍ରିଷ୍ଣାମୂର୍ତ୍ତି। ଚେନ୍ନାଇର ମୁଦିଚର ଗ୍ରାମର ଏହି ୩୬ବର୍ଷୀୟ ଯୁବକ ପରିବେଶ ସୁରକ୍ଷାକୁ ନେଇ ସମ୍ବେଦନଶୀଳ। ଭାରତର ବିଭିନ୍ନ ହ୍ରଦ ସଫେଇ ଅଭିଯାନରେ ତାଙ୍କ ଯୋଗଦାନ ଉଲ୍ଲେଖନୀୟ। ତାଙ୍କର ନିଷ୍ଠାପର ଉଦ୍ୟମରେ ପ୍ରତିଷ୍ଠା ହୋଇଛି ଅନ୍ତର୍ଜାତୀୟସ୍ତରୀୟ ସ୍ବୀକୃତିପ୍ରାପ୍ତ ସଙ୍ଗଠନ ‘ଏନ୍‌ଭରମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ’ ବା ଇଏଫ୍‌ଆଇ। ଏହାର ମୁଖ୍ୟ କାର୍ଯ୍ୟାଳୟ ଚେନ୍ନାଇରେ ଥିବା ବେଳେ ୧୫ ରାଜ୍ୟ ଏବଂ ବିଭିନ୍ନ ସହରରେ ଏହାର ଶାଖା କାର୍ଯ୍ୟ କରୁଛି। ଅରୁଣ ଏବଂ ତାଙ୍କ ସଂସ୍ଥା ମିଶି ଅଦ୍ୟାବଧି ୧୬୯ ହ୍ରଦ ସଫା କରିବାରେ ସଫଳ ହୋଇଛନ୍ତି।
ମାଡ୍ରାସ ଖ୍ରୀଷ୍ଟିଆନ କଲେଜରୁ ମାଇକ୍ରୋବାୟୋଲୋଜିରେ ସ୍ନାତକ ଶିକ୍ଷା ଶେଷ ପରେ ହାଇଦ୍ରାବାଦ୍‌ରେ ଗୁଗୁଲରେ ୩ବର୍ଷ କାମ କରିଥିଲେ ଅରୁଣ। ଏହାପରେ ଦିଲ୍ଲୀସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାସ୍‌ କମ୍ୟୁନିକେଶନ (ଆଇଆଇଏମ୍‌ସି)କୁ ପଢ଼ିବା ଲାଗି ଯାଇଥିଲେ। ପରେ ‘ଗୁଡ୍‌ଅଲ୍‌ସ ରୁଟ୍‌ସ ଆଣ୍ଡ୍‌ ସୁଟ୍‌ସ’ରେ ୨୦୦୮ରେ କାମ କଲେ। ଏହି ଅନୁଷ୍ଠାନ ବିଭିନ୍ନ ସମ୍ପ୍ରଦାୟଙ୍କ ମଧ୍ୟରେ ରହିଥିବା ସମସ୍ୟା ସମାଧାନ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରାଇଥାଏ। କେବଳ ଏତିକି ନୁହେଁ, ବହୁମୁଖୀ ପ୍ରତିଭାର ଅଧିକାରୀ ଅରୁଣ ପରିବେଶ ସମ୍ବନ୍ଧୀୟ ଡକ୍ୟୁମେଣ୍ଟାରି ଫିଲ୍ମର ନିଦ୍ଦେର୍ର୍ଶନା ପାଇଁ ଜଣାଶୁଣା। ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ଟେଲିଭିଜନରେ ପ୍ରସାରିତ ହୋଇଛି। ତାମିଲନାଡୁର ନଦୀଗୁଡ଼ିକ ଉପରେ ସେ କରିଥିବା ଟ୍ରାଭେଲ ଡକ୍ୟୁମେଣ୍ଟାରି ଫିଲ୍ମ ବେଶ୍‌ ଲୋକାଦୃତି ହାସଲ କରିଛି।
୨୦୧୨ରେ ସମ୍ମାନଜନକ ‘ରୋଲେକ୍ସ ଆଓ୍ବାର୍ଡସ ଫର୍‌ ଏଣ୍ଟରପ୍ରାଇଜେସ୍‌’ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ୫ଜଣଙ୍କ ମଧ୍ୟରେ ଅରୁଣ ଥିଲେ ସର୍ବକନିଷ୍ଠ। ଭାରତରେ ହ୍ରଦ ପୁନରୁଦ୍ଧାର ଦିଗରେ ନିରନ୍ତର ପ୍ରୟାସ ପାଇଁ ଜେନେଭାଠାରେ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ନିଜର କାର୍ଯ୍ୟଦକ୍ଷତା ପାଇଁ ସେ ୨୦୧୦ରେ ‘ୟୁଥ୍‌ ଲିଡରଶିପ୍‌’, ୨୦୧୧ରେ ‘ଗୁଗୁଲ ଆଲୁମ୍‌ନି ଇମ୍ପାକ୍ଟ’ ସମେତ ବହୁ ପୁରସ୍କାର ପାଇଛନ୍ତି। ୨୦୦୨ରେ ନେକ୍ସଟ ଜେନେରେଶନ ଲିଡର ଭାବେ ସେ ମନୋନୀତ ହୋଇଥିଲେ। ଏସବୁକୁ ବାଦ୍‌ଦେଲେ ଅରୁଣ ତାଙ୍କର ମନୋମୁଗ୍ଧକର ଭାଷଣ ପାଇଁ ମଧ୍ୟ ଜଣାଶୁଣା। ତାଙ୍କ ଅଭିଭାଷଣରେ ନଦୀ, ହ୍ରଦ, ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରାଥମିକତା ପାଇଥାଏ। ୨୦୨୨ ମାର୍ଚ୍ଚ ୨୭ରେ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅରୁଣଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
୨୦୦୭ରେ ନିଜ ପାଣ୍ଠିରୁ ପ୍ରତିଷ୍ଠା କରିଥିବା ସଂସ୍ଥା ଇଏଫ୍‌ଆଇ ୨୦୧୨ରେ ଟ୍ରଷ୍ଟ ଭାବେ ପଞ୍ଜୀକୃତ ହୋଇଥିଲା। ସ୍କୁଲରେ ସେମିନାର, କର୍ମଶାଳା ମାଧ୍ୟମରେ ଏହି ସଂସ୍ଥା ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତି କରେ। ସେମାନଙ୍କ ମୁଖ୍ୟ ପ୍ରକଳ୍ପ ମଧ୍ୟରେ ହ୍ରଦ ପୁନରୁଦ୍ଧାର, ସମୁଦ୍ର ସଫେଇ, ବୁଲାପ୍ରାଣୀଙ୍କ ଯତ୍ନ ଏବଂ ଇକୋ ବ୍ୟାଗ୍‌ର ବ୍ୟବହାର ଆଦି ରହିଛି। ୟୁଟ୍ୟୁବ୍‌ରେ ପ୍ରସାରିତ ହେଉଥିବା ‘ୟୁ ଭି ୟୁଟ୍ୟୁବ୍‌’ର ୧୦ କୁଇଜ୍‌ ମାଷ୍ଟରଙ୍କ ମଧ୍ୟରେ ଅରୁଣ ଅନ୍ୟତମ। ଏହି ଶୋ’ରେ ୧୦ ରାଉଣ୍ଡରେ ୧୦ଟି ବିଷୟରେ ପ୍ରଶ୍ନ ପଚରାଯାଇଥାଏ। ପରିବେଶ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର ବେଳେ ଅରୁଣ କୁଇଜ୍‌ ମାଷ୍ଟର ଦାୟିତ୍ୱ ତୁଲାଇଥାଆନ୍ତି। ଅରୁଣ କୁହନ୍ତି, ନିଜ ପଞ୍ଚାୟତର ମୁଖ୍ୟ ଧାମୋଧରନଙ୍କ ଦ୍ୱାରା ସେ ଅନୁପ୍ରେରିତ ହୋଇଛନ୍ତି। ପୋଖରୀ, ହ୍ରଦରୁ ଆବର୍ଜନା ସଂଗ୍ରହ କରାଯାଉଛି। ଜଳଉତ୍ସଗୁଡ଼ିକୁ ସଫା ରଖିବା ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଉଛି। ବନ୍ଧୁ କାର୍ତ୍ତିକ ଶିବସୁନ୍ଦରମ୍‌ଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ଅରୁଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri