ଭଁସାଲୀଙ୍କ ଫିଲ୍ମରେ ଲାହୋର ରେଡ୍‌ଲାଇଟ୍‌ ‘ହୀରାମଣ୍ଡି’

ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲୀ ନିଜର ବହୁ ପ୍ରତୀକ୍ଷିତ ସିନେମା ‘ହୀରା ମଣ୍ଡି’ରେ ବ୍ୟସ୍ତ ଅଛନ୍ତି। ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ଲାହୋରରେ ଥିବା ଚର୍ଚ୍ଚିତ ରେଡ୍‌ଲାଇଟ୍‌ ଏରିଆ ହେଉଛି ‘ହୀରାମଣ୍ଡି’। ସିନେମାରେ ପାକିସ୍ତାନୀ ଗଣିକାଙ୍କ ଜୀବନ ଶୈଳୀ ଏବଂ ଗଣିକାଳୟର ଚିତ୍ର ସ୍ଥାନିତ କରାଯାଇଛି, ଯାହାକୁ ନେଇ ଭଁସାଲୀଙ୍କ ଉପରେ କ୍ରୋଧିତ ହୋଇଛନ୍ତି ପାକିସ୍ତାନର ଜନତା।

ବଲିଉଡ୍‌ ସିନେ ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଫିଲ୍ମ ‘ହୀରା ମଣ୍ଡି’ ଏବେ ବିବାଦରେ। ପାକିସ୍ତାନର ଚର୍ଚ୍ଚିତ ରେଡ୍‌ଲାଇଟ୍‌ ଏରିଆ ଭାବେ ପରିଚିତ ଏହି ସ୍ଥାନର ରହିଛି ଦୀର୍ଘ ଇତିହାସ। ସାଧାରଣତଃ ହୀରା ମଣ୍ଡି କହିଲେ ‘ହୀରା ମାର୍କେଟ’ ବା ବଜାରକୁ ବୁଝାଯାଏ। ହେଲେ ଲାହୋରର ଗଣିକାଳୟ ‘ହୀରାମଣ୍ଡି’ ସହିତ ଦୁର୍ମୂଲ୍ୟ ଧାତୁ ହୀରାର କୌଣସି ସମ୍ପର୍କ ନାହିଁ। ଶିଖ୍‌ ସମ୍ରାଟ ରାଜା ରଣଜିତ ସିଂଙ୍କ ମନ୍ତ୍ରୀ ହୀରା ସିଂଙ୍କ ନାମରେ ଏହି ଅଞ୍ଚଳ ପ୍ରତିଷ୍ଠିତ ହୋଇଥିବା ଐତିହାସିକମାନେ କହୁଥିବାବେଳେ ବେଶ୍ୟାବୃତ୍ତିରେ ନିୟୋଜିତ ତରୁଣୀଙ୍କ ଲାଗି ଏହାର ନାମକରଣ ଏଭଳି ହୋଇଥିବା ଅନେକେ ମତବ୍ୟକ୍ତ କରିଛନ୍ତି। ଲାହୋର ଦୁର୍ଗ ନିକଟରେ ଅବସ୍ଥିତ ଥିବାରୁ ଏହା ‘ଶାହି ମହୋଲ୍ଲା’ ନାମରେ ମଧ୍ୟ ପରଚିତ।
ରାଜା ରଣଜିତ୍‌ ସିଂଙ୍କ ରାଜତ୍ୱକାଳରେ ମନ୍ତ୍ରୀ ହୀରା ସିଂ ଲାହୋରର ସମ୍ପୃକ୍ତ ଅଞ୍ଚଳରେ ପ୍ରତିଷ୍ଠା କରିଥିଲେ ଏକ ବ୍ୟବସାୟିକ ହାଟ, ଯାହାର ନାମ ରଖାଯାଇଥିଲା ‘ହୀରାମଣ୍ଡି’। ପରେ ବିଭିନ୍ନ ସ୍ଥାନରୁ ଦେହଜୀବୀମାନେ ଏଠାକୁ ଆସି ବସତି ସ୍ଥାପନ କରିବାକୁ ଲାଗିଲେ। ରାଜା ରଣଜିତ୍‌ ସିଂ ଗଣିକା ବର୍ଗଙ୍କ ଉନ୍ନତି ଲାଗି ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିଲେ। ତେବେ ପଞ୍ଚଦଶ ଏବଂ ଷୋଡ଼ଶ ଶତାବ୍ଦୀ ବେଳକୁ ବେଶ୍ୟାବୃତ୍ତି ଏଠାକାର ସଂସ୍କୃତିରେ ପରିଣତ ହୋଇଗଲା। ମୋଗଲ ଶାସନ ସମୟରେ ‘ହୀରାମଣ୍ଡି’ ପାଲଟିଥିଲା ନୃତ୍ୟସଙ୍ଗୀତର ପ୍ରମୁଖ କେନ୍ଦ୍ର। ମୋଗଲ ଶାସକମାନେ ଆଫ୍‌ଗାନିସ୍ତାନ, ଉଜବେକିସ୍ତାନ, ଭାରତୀୟ ଉପମହାଦେଶ ବ୍ୟତୀତ ଅନେକ ସ୍ଥାନରୁ ଶାସ୍ତ୍ରୀୟ ନୃତ୍ୟସଙ୍ଗୀତରେ ନିପୁଣା ମହିଳାଙ୍କୁ ‘ହୀରାମଣ୍ଡି’କୁ ଅଣାଯାଉଥିଲା। ସେମାନଙ୍କୁ ମନୋରଞ୍ଜନ, ନୃତ୍ୟଗୀତ ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ଉଚ୍ଚ ଶ୍ରେଣୀର ଲୋକେ ସେମାନଙ୍କୁ ସମ୍ମାନ ଦେଉଥିଲେ। ମୋଗଲ ଶାସନର ପତନ ପରେ ଏହି ସ୍ଥାନ ବିଦେଶୀ ଆକ୍ରମଣକାରୀଙ୍କ ନଜରକୁ ଆସିଥିଲା। ଆଫ୍‌ଗାନ ଶାସକମାନେ ଏଠାରେ ବସତି ସ୍ଥାପନ କରିଥିବା ମହିଳାଙ୍କ ନୃତ୍ୟାଙ୍ଗନାଙ୍କ ବୃତ୍ତି ଉଜାଡ଼ି ଦେଲେ। ଫଳରେ ସେମାନେ ମନୋରଞ୍ଜନ ପେସାଠାରୁ ଦୂରେଇ ଯାଇ ଦେହ ବ୍ୟବସାୟ ଜଗତରେ ପାଦ ଥାପିବାକୁ ବାଧ୍ୟ ହେଲେ। କାଳକ୍ରମେ ଉକ୍ତ ସ୍ଥାନ ବେଶ୍ୟାବୃତ୍ତିର ଗଡ଼ ପାଲଟିଯାଇଛି।
ବ୍ରିଟିଶ ଶାସନ ସମୟରେ ମଧ୍ୟ ସୈନିକମାନେ ମନୋରଞ୍ଜନ ଲାଗି ‘ହୀରାମଣ୍ଡିକୁ ଆସୁଥିଲେ। ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ କାଳରେ ଏବଂ ୧୯୪୭ରେ ଦେଶ ବିଭାଜନ ପରେ ସ୍ଥାନୀୟ ସରକାର ‘ହୀରା ମଣ୍ଡି’ର କଳେବର ବଦଳାଇବାକୁ ଅନେକ ଉଦ୍ୟମ କରିଥିଲେ। ହେଲେ ପ୍ରୟାସ ବୃଥା ଯାଇଛି। ଦିନ ସମୟରେ ଅନ୍ୟ ବଜାର ଭଳି ସାଧାରଣ ଦେଖାଯାଉଥିବା ‘ହୀରାମଣ୍ଡି’ ସଞ୍ଜ ନଇଁଲେ ପ୍ରକୃତ ରୂପକୁ ଆସେ। ବଜାରର ତଳ କୋଠାରେ ସୁସ୍ବାଦୁ ଖାଦ୍ୟ, ବିଭିନ୍ନ ଜରୁରୀ ସାମଗ୍ରୀ, ନୃତ୍ୟ ସଙ୍ଗୀତର ଉପକରଣ ବିକ୍ରି ହେଉଥିବାବେଳେ ଉପର ମହଲାରେ ଚାଲେ ଦେହ ବ୍ୟବସାୟ। ଭଁସାଲୀଙ୍କ ପ୍ରତୀକ୍ଷିତ ସିନେମା ‘ହୀରାମଣ୍ଡି’ ପୂର୍ବରୁ ଅଭିଶେକ୍‌ ବର୍ମନ ଫିଲ୍ମ ‘କଲଙ୍କ’ରେ ‘ହୀରାମଣ୍ଡି’ର ଚିତ୍ର ଉପସ୍ଥାପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri