ଭଁସାଲୀଙ୍କ ଫିଲ୍ମରେ ଲାହୋର ରେଡ୍‌ଲାଇଟ୍‌ ‘ହୀରାମଣ୍ଡି’

ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲୀ ନିଜର ବହୁ ପ୍ରତୀକ୍ଷିତ ସିନେମା ‘ହୀରା ମଣ୍ଡି’ରେ ବ୍ୟସ୍ତ ଅଛନ୍ତି। ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ଲାହୋରରେ ଥିବା ଚର୍ଚ୍ଚିତ ରେଡ୍‌ଲାଇଟ୍‌ ଏରିଆ ହେଉଛି ‘ହୀରାମଣ୍ଡି’। ସିନେମାରେ ପାକିସ୍ତାନୀ ଗଣିକାଙ୍କ ଜୀବନ ଶୈଳୀ ଏବଂ ଗଣିକାଳୟର ଚିତ୍ର ସ୍ଥାନିତ କରାଯାଇଛି, ଯାହାକୁ ନେଇ ଭଁସାଲୀଙ୍କ ଉପରେ କ୍ରୋଧିତ ହୋଇଛନ୍ତି ପାକିସ୍ତାନର ଜନତା।

ବଲିଉଡ୍‌ ସିନେ ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଫିଲ୍ମ ‘ହୀରା ମଣ୍ଡି’ ଏବେ ବିବାଦରେ। ପାକିସ୍ତାନର ଚର୍ଚ୍ଚିତ ରେଡ୍‌ଲାଇଟ୍‌ ଏରିଆ ଭାବେ ପରିଚିତ ଏହି ସ୍ଥାନର ରହିଛି ଦୀର୍ଘ ଇତିହାସ। ସାଧାରଣତଃ ହୀରା ମଣ୍ଡି କହିଲେ ‘ହୀରା ମାର୍କେଟ’ ବା ବଜାରକୁ ବୁଝାଯାଏ। ହେଲେ ଲାହୋରର ଗଣିକାଳୟ ‘ହୀରାମଣ୍ଡି’ ସହିତ ଦୁର୍ମୂଲ୍ୟ ଧାତୁ ହୀରାର କୌଣସି ସମ୍ପର୍କ ନାହିଁ। ଶିଖ୍‌ ସମ୍ରାଟ ରାଜା ରଣଜିତ ସିଂଙ୍କ ମନ୍ତ୍ରୀ ହୀରା ସିଂଙ୍କ ନାମରେ ଏହି ଅଞ୍ଚଳ ପ୍ରତିଷ୍ଠିତ ହୋଇଥିବା ଐତିହାସିକମାନେ କହୁଥିବାବେଳେ ବେଶ୍ୟାବୃତ୍ତିରେ ନିୟୋଜିତ ତରୁଣୀଙ୍କ ଲାଗି ଏହାର ନାମକରଣ ଏଭଳି ହୋଇଥିବା ଅନେକେ ମତବ୍ୟକ୍ତ କରିଛନ୍ତି। ଲାହୋର ଦୁର୍ଗ ନିକଟରେ ଅବସ୍ଥିତ ଥିବାରୁ ଏହା ‘ଶାହି ମହୋଲ୍ଲା’ ନାମରେ ମଧ୍ୟ ପରଚିତ।
ରାଜା ରଣଜିତ୍‌ ସିଂଙ୍କ ରାଜତ୍ୱକାଳରେ ମନ୍ତ୍ରୀ ହୀରା ସିଂ ଲାହୋରର ସମ୍ପୃକ୍ତ ଅଞ୍ଚଳରେ ପ୍ରତିଷ୍ଠା କରିଥିଲେ ଏକ ବ୍ୟବସାୟିକ ହାଟ, ଯାହାର ନାମ ରଖାଯାଇଥିଲା ‘ହୀରାମଣ୍ଡି’। ପରେ ବିଭିନ୍ନ ସ୍ଥାନରୁ ଦେହଜୀବୀମାନେ ଏଠାକୁ ଆସି ବସତି ସ୍ଥାପନ କରିବାକୁ ଲାଗିଲେ। ରାଜା ରଣଜିତ୍‌ ସିଂ ଗଣିକା ବର୍ଗଙ୍କ ଉନ୍ନତି ଲାଗି ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିଲେ। ତେବେ ପଞ୍ଚଦଶ ଏବଂ ଷୋଡ଼ଶ ଶତାବ୍ଦୀ ବେଳକୁ ବେଶ୍ୟାବୃତ୍ତି ଏଠାକାର ସଂସ୍କୃତିରେ ପରିଣତ ହୋଇଗଲା। ମୋଗଲ ଶାସନ ସମୟରେ ‘ହୀରାମଣ୍ଡି’ ପାଲଟିଥିଲା ନୃତ୍ୟସଙ୍ଗୀତର ପ୍ରମୁଖ କେନ୍ଦ୍ର। ମୋଗଲ ଶାସକମାନେ ଆଫ୍‌ଗାନିସ୍ତାନ, ଉଜବେକିସ୍ତାନ, ଭାରତୀୟ ଉପମହାଦେଶ ବ୍ୟତୀତ ଅନେକ ସ୍ଥାନରୁ ଶାସ୍ତ୍ରୀୟ ନୃତ୍ୟସଙ୍ଗୀତରେ ନିପୁଣା ମହିଳାଙ୍କୁ ‘ହୀରାମଣ୍ଡି’କୁ ଅଣାଯାଉଥିଲା। ସେମାନଙ୍କୁ ମନୋରଞ୍ଜନ, ନୃତ୍ୟଗୀତ ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ଉଚ୍ଚ ଶ୍ରେଣୀର ଲୋକେ ସେମାନଙ୍କୁ ସମ୍ମାନ ଦେଉଥିଲେ। ମୋଗଲ ଶାସନର ପତନ ପରେ ଏହି ସ୍ଥାନ ବିଦେଶୀ ଆକ୍ରମଣକାରୀଙ୍କ ନଜରକୁ ଆସିଥିଲା। ଆଫ୍‌ଗାନ ଶାସକମାନେ ଏଠାରେ ବସତି ସ୍ଥାପନ କରିଥିବା ମହିଳାଙ୍କ ନୃତ୍ୟାଙ୍ଗନାଙ୍କ ବୃତ୍ତି ଉଜାଡ଼ି ଦେଲେ। ଫଳରେ ସେମାନେ ମନୋରଞ୍ଜନ ପେସାଠାରୁ ଦୂରେଇ ଯାଇ ଦେହ ବ୍ୟବସାୟ ଜଗତରେ ପାଦ ଥାପିବାକୁ ବାଧ୍ୟ ହେଲେ। କାଳକ୍ରମେ ଉକ୍ତ ସ୍ଥାନ ବେଶ୍ୟାବୃତ୍ତିର ଗଡ଼ ପାଲଟିଯାଇଛି।
ବ୍ରିଟିଶ ଶାସନ ସମୟରେ ମଧ୍ୟ ସୈନିକମାନେ ମନୋରଞ୍ଜନ ଲାଗି ‘ହୀରାମଣ୍ଡିକୁ ଆସୁଥିଲେ। ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ କାଳରେ ଏବଂ ୧୯୪୭ରେ ଦେଶ ବିଭାଜନ ପରେ ସ୍ଥାନୀୟ ସରକାର ‘ହୀରା ମଣ୍ଡି’ର କଳେବର ବଦଳାଇବାକୁ ଅନେକ ଉଦ୍ୟମ କରିଥିଲେ। ହେଲେ ପ୍ରୟାସ ବୃଥା ଯାଇଛି। ଦିନ ସମୟରେ ଅନ୍ୟ ବଜାର ଭଳି ସାଧାରଣ ଦେଖାଯାଉଥିବା ‘ହୀରାମଣ୍ଡି’ ସଞ୍ଜ ନଇଁଲେ ପ୍ରକୃତ ରୂପକୁ ଆସେ। ବଜାରର ତଳ କୋଠାରେ ସୁସ୍ବାଦୁ ଖାଦ୍ୟ, ବିଭିନ୍ନ ଜରୁରୀ ସାମଗ୍ରୀ, ନୃତ୍ୟ ସଙ୍ଗୀତର ଉପକରଣ ବିକ୍ରି ହେଉଥିବାବେଳେ ଉପର ମହଲାରେ ଚାଲେ ଦେହ ବ୍ୟବସାୟ। ଭଁସାଲୀଙ୍କ ପ୍ରତୀକ୍ଷିତ ସିନେମା ‘ହୀରାମଣ୍ଡି’ ପୂର୍ବରୁ ଅଭିଶେକ୍‌ ବର୍ମନ ଫିଲ୍ମ ‘କଲଙ୍କ’ରେ ‘ହୀରାମଣ୍ଡି’ର ଚିତ୍ର ଉପସ୍ଥାପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?