ରେଳ ବିଭାଗର ମହିଳା ଯୋଦ୍ଧା

ଭୁବନେଶ୍ୱର,୨୪ା୭(ବ୍ୟୁରୋ): କରୋନା ମହାମାରୀ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ, ମେଡିସିନ ଯୋଗାଇବା ସହ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ରେଳ ମନ୍ତ୍ରଣାଳୟ। ଟ୍ରେନ୍‌ ଯୋଗେ ବାହାର ରାଜ୍ୟରେ ଫସି ରହିଥିବା ଲୋକେ ନିଜ ଘରକୁ ଫେରିଛନ୍ତି। ଏସବୁ ସେବା ଯୋଗାଇଦେବାକୁ ରେଳ ମନ୍ତ୍ରଣାଳୟର ବହୁ କରୋନା ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଦିନରାତି କାମ କରୁଛନ୍ତି। ତେବେ ଯେଉଁମାନେ ଏକ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ସେମାନେ ହେଲେ ରେଲ୍‌ଓ୍ବେର ମହିଳା କର୍ମଚାରୀ। ମାର୍ଚ୍ଚ ୨୨ରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ପରେ ରେଳପଥ ପକ୍ଷରୁ ମାଲ୍‌ବାହୀ ଓ ପାର୍ସଲ୍‌ ଟ୍ରେନ ମାଧ୍ୟମରେ ସମଗ୍ର ଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଟକି ରହିଥିବା ପ୍ରବାସୀ ଓ ସାଧାରଣ ଯାତ୍ରୀଙ୍କ ଆବଶ୍ୟକତା ପୂରଣ କରବା ପାଇଁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଓ ଅନ୍ୟାନ୍ୟ ଟ୍ରେନ ଚଳାଚଳ କରିଥିଲା। ଏହି ସମୟରେ ମହିଳା ରେଳ କର୍ମଚାରୀମାନେ ଟ୍ରେନ ଚଳାଚଳ ଓ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ଗୋଟିଏପଟେ ଲୋକୋ ପାଇଲଟ, ଷ୍ଟେଶନ ମାଷ୍ଟର, ଗାର୍ଡ ଭାବେ ପ୍ରତ୍ୟକ୍ଷ ଟ୍ରେନ ଚଳାଚଳ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲେ। ଅନ୍ୟପଟେ ଗ୍ୟାଙ୍ଗ ଓମ୍ୟାନ, ସୁପରଭାଇଜର, ହେଲ୍‌ପର, ଟେକ୍ନିସିଆନ, ଇଲେକ୍ଟ୍ରିସିଆନ, କ୍ୟାରେଜ ଷ୍ଟାଫ୍‌, ଗେଟ୍‌ କିପର ଭାବେ କାର୍ଯ୍ୟକରି ଟ୍ରାକ୍‌, ୱାଗନ, ଓଭରହେଡ୍‌ ଉପକରଣ, କୋଚ ରକ୍ଷଣାବେକ୍ଷଣ, ସିଗ୍‌ନାଲ ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ଜରୁରିକାଳୀନ ବ୍ରେକ୍‌ଡାଉନ ଉପରେ ଦିନରାତି ନଜର ରଖିଥିଲେ। ରେଳ ସୁରକ୍ଷା ବଳରେ ନିୟୋଜିତ ମହିଳା କର୍ମଚାରୀମାନେ ଟିକେଟ ଯାଞ୍ଚ, ସ୍ବଚ୍ଛତା ଯାଞ୍ଚ ସହିତ ଷ୍ଟେଶନରେ କୋଭିଡ-୧୯ ସୁରକ୍ଷା ଗାଇଡ୍‌ଲାଇନକୁ କାର୍ଯ୍ୟକାରୀ କରିବାରେ ପ୍ରତ୍ୟକ୍ଷଭାବେ ଜଡିତ ଥିଲେ। ଷ୍ଟେଶନରେ ପାଟ୍ରୋଲିଂ ଏବଂ ଭୋକିଲାଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ମଧ୍ୟ ବହୁ ମହିଳା କର୍ମଚାରୀ ଜଡ଼ିତ ହୋଇଥିଲେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri