କୋଠରି ଅଭାବ, ପାଠପଢ଼ା ବ୍ୟାଘାତ

ନୂଆପଡ଼ା ଅଫିସ,୧୦।୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ପଞ୍ଚାୟତ ଘୋଟସର ଉଚ୍ଚ ପ୍ରାଥମିକ ବିିଦ୍ୟାଳୟ ଅବ୍ୟବସ୍ଥାରେ ଗତି କରୁଛନ୍ତି। ବିିଦ୍ୟାଳୟ ଶ୍ରେଣୀ କୋଠରି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ୧୯୬୯ ଅଗଷ୍ଟ ୭ରେ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଯୋଗୁ ପାଠପଢ଼ା ବ୍ୟାଘତ ହେବା ସହ ଛାତ୍ରୀଛାତ୍ରଙ୍କ ପାଇଁ କୌଣସି ସୁବ୍ୟବସ୍ଥା ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଲୟରେ ୭୩ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୪ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ବିଦ୍ୟାଳୟରେ ମୋଟ ୩ କୋଠରି ରହିଥିବା ବେଳେ ୨ଟି କୋଠରି ସମ୍ପୂର୍ଣ୍ଣ ଡ୍ୟାମେଜ ହୋଇଯାଇଛି। ଗୋଟିଏ କୋଠରିରେ ୭ଟି ଶ୍ରେଣୀ ଚାଲିଛି। ଶ୍ରେଣୀଗୃହ ଅଭାବ ଯୋଗୁ ଅଷ୍ଟମ ଶ୍ରେଣୀକୁ ବନ୍ଦ କରି ସପ୍ତମ ପର୍ଯ୍ୟନ୍ତ ପାଠପଢା ଚାଲିଛି। ୭ ଶ୍ରେଣୀକୁ ଗୋଟିଏ କୋଠରି ୪ ଶିକ୍ଷକ କେମିତି ଶିକ୍ଷାଦାନ କରୁଥିବେ ତାହା ସହଜେ ଅନୁମେୟ। ଡେମେଜ ଦୁଇ ଶ୍ରେଣୀ କୋଠରିରୁ ଉପର ଛାତରୁ ସିମେଣ୍ଟ ଅତଡା ଖସିବାରେ ଲାଗିଛି। ବର୍ଷା ଦିନରେ ଛାତରୁ ପାଣି ଗଳିବା ସହ ଛାତ ତଳକୁ ଦବି ଆସୁଛି। କେତେବେଳେ ଛାତ ପଡିଯିବ କାହାରି ମଧ୍ୟ ଅଜଣା। ରୋଷେଇ ଘର ଅବସ୍ଥା ମଧ୍ୟ ଯଥାପୂବଂ ତଥା ପରଂ। ପାଣି ସମସ୍ୟା ଦ୍ୱିଗୁଣିତ କରି ଦେଇଛି। ଦୁଇଟି ଅତିରିକ୍ତ ଶ୍ରେଣୀ ଗୃହ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଫାଉଣ୍ଡେସନ କରି ଛାଡି ଦିଆଯାଇଛି। ସେହି ଦୁଇ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ହୋଇଗଲେ, ପାଢପଢା ପ୍ରତି ସୁବିଧା ହୁଅନ୍ତା ବୋଲି ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉଦାସୀନତା ଯୋଗୁ ଦୀର୍ଘ ଦିନ ହେଲା ଫାଉଣ୍ଡେସନ ହୋଇ ଅଧାପନ୍ତରିଆ ଭାବେ ପଡି ରହିଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହି ଦୁଇ ଶ୍ରେଣୀଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀ ଅନେକ ଥର ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ, ଡିଇଓ, ଡିଇଓ, ଜିଲାପାଳଙ୍କ ପର୍ଯ୍ୟନ୍ତ ଯାଇ ଗୁହାରି କରି ସାରିଲୁଣି। ହେଲେ କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି। ଏଠାରେ ଶିକ୍ଷାର ବିକାଶ କେମିତି ହେବ ବୋଲି ଭାଜପା ପାତାଲେଶ୍ୱର ମଣ୍ଢଳ ସଭାପତି ଚନ୍ଦନ ଠାକୁର ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ କୋମନା ବିଡିଓ ସୁଶାନ୍ତ ରଣାଙ୍କୁ ପଚାରିବାରୁ ମୁଁ ତଦନ୍ତ କରି ଆସିଛି। ସରପଞ୍ଚଙ୍କ ସହିତ କଥା ହୋଇ ଗୋଟିଏ ମାସ ଭିତରେ ରିପାରିଂ କାମ ଆରମ୍ଭ କରିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri