ସହରରେ ଖେଳପଡ଼ିଆ ଅଭାବ

ବାଲେଶ୍ୱର ଅଫିସ,୧।୧୧: ବାଲେଶ୍ୱର ସହରରେ ଖେଳ ପଡ଼ିଆର ଅଭାବ ଯୋଗୁ ସହର ଉପକଣ୍ଠ ଗ୍ରାମାଞ୍ଚଳ ପଡ଼ିଆରେ ଅଭ୍ୟାସରତ ଖେଳାଳି ଏବଂ ସେମାନଙ୍କ ସହିତ ପ୍ରଶିକ୍ଷକମାନଙ୍କୁ ଦେଖିବାକୁ ମିଳୁଛି। ସଦର ବ୍ଲକ ଶାସଙ୍ଗ ପଞ୍ଚାୟତରେ ଥିବା କଣ୍ଟାବଣିଆ ପଡ଼ିଆରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ପିଲା (ଝିଅ ଓ ପୁଅ) ଏକତ୍ରିତ ହୋଇ କ୍ରିକେଟ୍‌ ଖେଳୁଥିବା ଦେଖିବାକୁ ମିଳୁଛି। ସହରର ମୁଖ୍ୟ ଖେଳପଡ଼ିଆ ଭାବେ ପରମିଟ୍‌ ପଡ଼ିଆକୁ ଜିଲା କ୍ରୀଡ଼ା ସଂଘ ବ୍ୟବହାର କରୁଥିବା ବେଳେ ପୋଲିସ ଲାଇନ୍‌ ପଡ଼ିଆ ଜିଲା ପୋଲିସ ତତ୍ତ୍ୱାବଧାନରେ ରହିଛି। ଜିଲା ସ୍କୁଲ ସମ୍ମୁଖରେ ଥିବା ପୁରୁଣା ଷ୍ଟାଡ଼ିୟମ୍‌ ଅବହେଳିତ ହୋଇ ପଡ଼ିଥିବାରୁ ତାହା ଖେଳିବା ପାଇଁ ଉପଯୋଗୀ ହୋଇପାରୁନାହଁି। ସେହିପରି ଆଇଟିଆଇ ପଡ଼ିଆରେ ବିଭିନ୍ନ ମେଳା, ମହୋତ୍ସବ ସାଙ୍ଗକୁ ରାଜନୈତିକ ସଭା ଆଦି କାର୍ଯ୍ୟକ୍ରମ ହେଉଥିବା ବେଳେ ମିଶନ୍‌ ପଡ଼ିଆଟି ଜିଲା କ୍ରୀଡ଼ା ବିଭାଗ ଅଧୀନରେ ରହିଛି। ଏପରିକି ଉକ୍ତ ପଡ଼ିଆରେ ଶତାଧିକ ଖେଳାଳି ଅଭ୍ୟାସ କରିଥାନ୍ତି। ସହର ନିକଟସ୍ଥ ଚାନ୍ଦମାରିପଡ଼ିଆ, ଶୋଭାରାମପୁର ପଡ଼ିଆର ରକ୍ଷଣାବେକ୍ଷଣ ଅଭାବ ଏବଂ ସ୍ଥାନୀୟ ପିଲାମାନଙ୍କ ଖେଳକୁଦ ଯୋଗୁ ବହୁ ଖେଳାଳି ଅଭ୍ୟାସ କରିବାରୁ ବଞ୍ଚତ୍ତ ହେଉଛନ୍ତି।
ବାଲେଶ୍ୱର କ୍ରିକେଟ ଆସୋସିଏସନ୍‌ରେ ନାମ ଲେଖାଇଥିବା ପିଲାମାନେ ସେମାନଙ୍କ ପ୍ରଶିକ୍ଷକ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ସହରଠାରୁ ପ୍ରାୟ ୧୫କି.ମି. ଦୂର କଣ୍ଟାବଣିଆ ପଡ଼ିଆରେ ଅଭ୍ୟାସ କରୁଛନ୍ତି। ସହରରେ ଥିବା ପଡ଼ିଆଗୁଡ଼ିକରେ ଏକାଧିକ ପ୍ରଶିକ୍ଷଣ ସଂସ୍ଥାର ଅଧିକ ପିଲା ଅଭ୍ୟାସ କରୁଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବାରୁ ଗ୍ରାମାଞ୍ଚଳ ପଡ଼ିଆ ଉତ୍ତମ ବୋଲି ପ୍ରଶିକ୍ଷକ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri