ଅଭାବ ହେଲାଣି ଆଇସିୟୁ

କଟକ ଅଫିସ,୧୦।୮: କରୋନା ସଂକ୍ରମଣରେ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କଟକ ଜିଲାରେ ଆଉ ଇଣ୍ଟେନ୍ସିଭ୍‌ କେୟାର୍‌ ୟୁନିଟ୍‌ (ଆଇସିୟୁ) ନାହିଁ। ସବୁ ଆଇସିୟୁ ଭର୍ତ୍ତି ହୋଇଯାଇଛି। ଜିଲାରେ ଥିବା ୩୪ଟି ଆଇସିୟୁରୁ ସବୁଥିରେ ରୋଗୀଙ୍କ ଚିକିତ୍ସା ଚାଲିଛି। ସେହିଭଳି ୨୦ଟି ଭେଣ୍ଟିଲେଟର ମଧ୍ୟରୁ ୧୫ଟି ଭର୍ତ୍ତି ରହିଛି। ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ୧୧୫ଟି ବେଡ୍‌ ଭର୍ତ୍ତି ଥିବାବେଳେ ୩୫ଟି ଖାଲି ପଡ଼ିଛି। ଆଠଗଡ଼ସ୍ଥିତ ସ୍ବତନ୍ତ୍ର ଜିମ୍‌ସାର୍‌ କୋଭିଡ୍‌ କେୟାର ସେଣ୍ଟରରେ ୧୨୪ଟି ବେଡ୍‌ ଭର୍ତ୍ତି ଥିବାବେଳେ ୨୬ଟି ଖାଲି ପଡ଼ିଛି। ଜିଲାରେ ୮ଟି କୋଭିଡ୍‌ କେୟାର ସେଣ୍ଟରରେ ୧୨୩୦ଟି ବେଡ୍‌ ରହିଛି। ସେଥିରୁ ୭୭୨ଟି ଭର୍ତ୍ତି ଓ ୪୫୮ଟି ଖାଲି ରହିଛି। ଯେଉଁ ରୋଗୀଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିବ, ସେମାନଙ୍କୁ ନିକଟସ୍ଥ ଜିଲାରେ ଯେଉଁଠି ଆଇସିୟୁ ଫାଙ୍କା ଥିବ, ସେଠାରେ ଚିକିତ୍ସା କରାଯିବ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।
ଜିଲାରେ କରୋନା ଯୋଦ୍ଧାମାନେ କ୍ରମାଗତ ଭାବେ କରୋନାର ଶିକାର ହେବାରେ ଲାଗିଛନ୍ତି। ମୋଟ ୩୦୧ ଜଣ କରୋନା ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ସେଥିରୁ ୬୯ ଜଣ ବର୍ତ୍ତମାନ ଚିକିତ୍ସିତ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ଡାକ୍ତର, ୩୬ ଜଣ ଷ୍ଟାଫ ନର୍ସ, ୩ ଜଣ ଆଶା ଓ ଅଙ୍ଗନୱାଡ଼ି କର୍ମୀ, ୪ ଜଣ ଫାର୍ମାସିଷ୍ଟ, ୬ଜଣ ଟେକ୍ନିସିଆନ୍‌ ଓ ୧୦୪ ଜଣ ଅନ୍ୟ କର୍ମଚାରୀ ରହିଛନ୍ତି। ସେହିଭଳି ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ପୋଲିସ ଓ ଟ୍ରାଫିକ ପୋଲିସର ୧୨୯ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସ୍ବାବ୍‌ ସଂଗ୍ରହ ପାଇଁ ଗ୍ରାମାଞ୍ଚଳରେ ୧୪ ଓ ସହରରେ ୬ଟି ଟିମ୍‌ କରାଯାଇଛି। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମୋଟ ୧୮ଟି ଜିଲାର ଏକ ଲକ୍ଷ ୨୦ ହଜାର ନମୁନା ପରୀକ୍ଷା କରାଯାଇଛି। କେବଳ ଶନିବାର ୧୯୨୫ଟି ନମୁନା ପରୀକ୍ଷା ହୋଇଛି। ଏଥିରେ ଆର୍‌ଟିପିସିଆର୍‌ ୧୪୮୮, ଟ୍ରୁନାଟ୍‌ ୨୩ ଓ ଆଣ୍ଟିଜେନ୍‌ ୪୧୪ଟି ରହିଛି। ଅଧିକରୁ ଅଧିକ ଟେଷ୍ଟିଂ ଦିଗରେ ପଦକ୍ଷେପ ନିଆଯାଉଛି। ଜିଲାରେ ୪୪ ହଜାର ୫୯୬ ଜଣଙ୍କ କରୋନା ପରୀକ୍ଷା କରାଯାଇଛି। ସେଥିରେ ଆର୍‌ଟିପିସିଆର୍‌ ୩୭,୧୦୧ ଓ ଆଣ୍ଟିଜେନ୍‌ ୭୪୯୫ଟି ରହିଛି। ଦୈନିକ ହାରାହାରି ୮ଶହ ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ୯୮୩ଟି ପରୀକ୍ଷା ହେଉଛି। ଏସ୍‌ସିବିରେ କରୋନା ତାଲିମ୍‌କୁ ଗୁରୁତ୍ୱ ଦିଆଯାଉଛି। ୨୪୯ ଡାକ୍ତର ଓ ୨୭୩ ନର୍ସଙ୍କୁ କୋଭିଡ୍‌ ଚିକିତ୍ସା ତାଲିମ୍‌ ଦିଆଯାଇଛି। ଏସ୍‌ସିବିରେ ସ୍ବତନ୍ତ୍ର ପ୍ଲାଜ୍‌ମା ବ୍ୟାଙ୍କରେ ନିୟମିତ ପ୍ଲାଜ୍‌ମା ସଂଗ୍ରହ କରାଯାଉଛି। ୬୯ଜଣଙ୍କ ପାଖରୁ ୧୩୮ଟି ପ୍ଲାଜ୍‌ମା ୟୁନିଟ୍‌ ସଂଗ୍ରହ କରାଯାଇଛି। ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲକୁ ୧୦୪ ୟୁନିଟ୍‌ ପଠାଯାଇଛି। କଟକ ଜିଲାରେ ସୁସ୍ଥହାର ୬୬.୦୩ ପ୍ରତିଶତ ରହିଛି। ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ମୃତ୍ୟୁହାର ମାତ୍ର ୦.୦୧ ପ୍ରତିଶତ ରହିଛି ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri