ଅଭାବ ହେଲାଣି ଆଇସିୟୁ

କଟକ ଅଫିସ,୧୦।୮: କରୋନା ସଂକ୍ରମଣରେ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କଟକ ଜିଲାରେ ଆଉ ଇଣ୍ଟେନ୍ସିଭ୍‌ କେୟାର୍‌ ୟୁନିଟ୍‌ (ଆଇସିୟୁ) ନାହିଁ। ସବୁ ଆଇସିୟୁ ଭର୍ତ୍ତି ହୋଇଯାଇଛି। ଜିଲାରେ ଥିବା ୩୪ଟି ଆଇସିୟୁରୁ ସବୁଥିରେ ରୋଗୀଙ୍କ ଚିକିତ୍ସା ଚାଲିଛି। ସେହିଭଳି ୨୦ଟି ଭେଣ୍ଟିଲେଟର ମଧ୍ୟରୁ ୧୫ଟି ଭର୍ତ୍ତି ରହିଛି। ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ୧୧୫ଟି ବେଡ୍‌ ଭର୍ତ୍ତି ଥିବାବେଳେ ୩୫ଟି ଖାଲି ପଡ଼ିଛି। ଆଠଗଡ଼ସ୍ଥିତ ସ୍ବତନ୍ତ୍ର ଜିମ୍‌ସାର୍‌ କୋଭିଡ୍‌ କେୟାର ସେଣ୍ଟରରେ ୧୨୪ଟି ବେଡ୍‌ ଭର୍ତ୍ତି ଥିବାବେଳେ ୨୬ଟି ଖାଲି ପଡ଼ିଛି। ଜିଲାରେ ୮ଟି କୋଭିଡ୍‌ କେୟାର ସେଣ୍ଟରରେ ୧୨୩୦ଟି ବେଡ୍‌ ରହିଛି। ସେଥିରୁ ୭୭୨ଟି ଭର୍ତ୍ତି ଓ ୪୫୮ଟି ଖାଲି ରହିଛି। ଯେଉଁ ରୋଗୀଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିବ, ସେମାନଙ୍କୁ ନିକଟସ୍ଥ ଜିଲାରେ ଯେଉଁଠି ଆଇସିୟୁ ଫାଙ୍କା ଥିବ, ସେଠାରେ ଚିକିତ୍ସା କରାଯିବ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।
ଜିଲାରେ କରୋନା ଯୋଦ୍ଧାମାନେ କ୍ରମାଗତ ଭାବେ କରୋନାର ଶିକାର ହେବାରେ ଲାଗିଛନ୍ତି। ମୋଟ ୩୦୧ ଜଣ କରୋନା ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ସେଥିରୁ ୬୯ ଜଣ ବର୍ତ୍ତମାନ ଚିକିତ୍ସିତ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ଡାକ୍ତର, ୩୬ ଜଣ ଷ୍ଟାଫ ନର୍ସ, ୩ ଜଣ ଆଶା ଓ ଅଙ୍ଗନୱାଡ଼ି କର୍ମୀ, ୪ ଜଣ ଫାର୍ମାସିଷ୍ଟ, ୬ଜଣ ଟେକ୍ନିସିଆନ୍‌ ଓ ୧୦୪ ଜଣ ଅନ୍ୟ କର୍ମଚାରୀ ରହିଛନ୍ତି। ସେହିଭଳି ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ପୋଲିସ ଓ ଟ୍ରାଫିକ ପୋଲିସର ୧୨୯ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସ୍ବାବ୍‌ ସଂଗ୍ରହ ପାଇଁ ଗ୍ରାମାଞ୍ଚଳରେ ୧୪ ଓ ସହରରେ ୬ଟି ଟିମ୍‌ କରାଯାଇଛି। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମୋଟ ୧୮ଟି ଜିଲାର ଏକ ଲକ୍ଷ ୨୦ ହଜାର ନମୁନା ପରୀକ୍ଷା କରାଯାଇଛି। କେବଳ ଶନିବାର ୧୯୨୫ଟି ନମୁନା ପରୀକ୍ଷା ହୋଇଛି। ଏଥିରେ ଆର୍‌ଟିପିସିଆର୍‌ ୧୪୮୮, ଟ୍ରୁନାଟ୍‌ ୨୩ ଓ ଆଣ୍ଟିଜେନ୍‌ ୪୧୪ଟି ରହିଛି। ଅଧିକରୁ ଅଧିକ ଟେଷ୍ଟିଂ ଦିଗରେ ପଦକ୍ଷେପ ନିଆଯାଉଛି। ଜିଲାରେ ୪୪ ହଜାର ୫୯୬ ଜଣଙ୍କ କରୋନା ପରୀକ୍ଷା କରାଯାଇଛି। ସେଥିରେ ଆର୍‌ଟିପିସିଆର୍‌ ୩୭,୧୦୧ ଓ ଆଣ୍ଟିଜେନ୍‌ ୭୪୯୫ଟି ରହିଛି। ଦୈନିକ ହାରାହାରି ୮ଶହ ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ୯୮୩ଟି ପରୀକ୍ଷା ହେଉଛି। ଏସ୍‌ସିବିରେ କରୋନା ତାଲିମ୍‌କୁ ଗୁରୁତ୍ୱ ଦିଆଯାଉଛି। ୨୪୯ ଡାକ୍ତର ଓ ୨୭୩ ନର୍ସଙ୍କୁ କୋଭିଡ୍‌ ଚିକିତ୍ସା ତାଲିମ୍‌ ଦିଆଯାଇଛି। ଏସ୍‌ସିବିରେ ସ୍ବତନ୍ତ୍ର ପ୍ଲାଜ୍‌ମା ବ୍ୟାଙ୍କରେ ନିୟମିତ ପ୍ଲାଜ୍‌ମା ସଂଗ୍ରହ କରାଯାଉଛି। ୬୯ଜଣଙ୍କ ପାଖରୁ ୧୩୮ଟି ପ୍ଲାଜ୍‌ମା ୟୁନିଟ୍‌ ସଂଗ୍ରହ କରାଯାଇଛି। ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲକୁ ୧୦୪ ୟୁନିଟ୍‌ ପଠାଯାଇଛି। କଟକ ଜିଲାରେ ସୁସ୍ଥହାର ୬୬.୦୩ ପ୍ରତିଶତ ରହିଛି। ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ମୃତ୍ୟୁହାର ମାତ୍ର ୦.୦୧ ପ୍ରତିଶତ ରହିଛି ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri