ବିଶ୍ୱାସର ଅଭାବ

ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକଠାରୁ ଭାରତ କୌଣସି ବାଟରେ ଭିନ୍ନ ବୋଲି ଆମେ ଭାବୁଛୁ, କିନ୍ତୁ ବାସ୍ତବତା ତାହା ନୁହେଁ। ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କରେ ବାଂଲାଦେଶୀ ଓ ପାକିସ୍ତାନୀଙ୍କଠାରୁ ଭାରତୀୟମାନେ ସେମିତି କିଛି ଅଲଗା ସ୍ଥିତିରେ ଥିବା ଜଣାଯାଆନ୍ତି ନାହିଁ। ଅପେକ୍ଷାକୃତ ସମାନ ଥିବା ମୁଣ୍ଡ ପିଛା ଆୟ ଏହା ସ୍ପଷ୍ଟ କରେ। ୨୦୨୧ରେ ବାଂଲାଦେଶର ମୁଣ୍ଡ ପିଛା ଆୟ ୨୫୦୩ ଡଲାର (ଆମେରିକୀୟ), ଭାରତର ୨୨୭୭ ଡଲାର ଏବଂ ପାକିସ୍ତାନର ୧୫୩୭ ଡଲାର ରହିଛି। ଏବେ ଚାଇନାର ମୁଣ୍ଡ ପିଛା ଆୟ ୧୨୫୫୬ ଡଲାର, ଦକ୍ଷିଣ କୋରିଆର ୩୪୭୫୭ ଡଲାର ଏବଂ ଜାପାନର ୩୯୨୮୫ ଡଲାର ରହିଛି। ଏହିସବୁ ଦେଶ ଆମଠାରୁ ସମ୍ପୂର୍ଣ୍ଣ ଅଲଗା ଗୋଷ୍ଠୀରେ ଥିଲାବେଳେ ଦକ୍ଷିଣ ଏସିଆରେ ଆମେ ତିନୋଟି ଦେଶ ଏକାଠି ଆଉ ଏକ ବର୍ଗରେ ରହିଯାଇଛୁ। ଏବେ ମାନବ ବିକାଶ ସୂଚକାଙ୍କକୁ ବିଚାର କରିବା। ଜାତିସଂଘ ମାନବ ବିକାଶ ସୂଚକାଙ୍କ ମାନବ ବିକାଶର ମୁଖ୍ୟ ଦିଗଗୁଡ଼ିକରେ ହାରାହାରି ସଫଳତାର ସାରାଂଶ ପ୍ରତିପାଦିତ କରେ। ଏହି ଦିଗଗୁଡ଼ିକ ହେଲା, ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ, ଉତ୍ତମ ଶିକ୍ଷା ଲାଭର ସ୍ଥିତି ଏବଂ ସଭ୍ୟ ଜୀବନ ସ୍ତର। ସ୍ବାସ୍ଥ୍ୟ ବିଷୟଟି ଜନ୍ମ ସମୟରେ ଲାଇଫ୍‌ ଏକ୍ସପେକ୍‌ଟାନ୍ସି ଦ୍ୱାରା ଶିକ୍ଷା ମାନକ ୨୫ କିମ୍ବା ଏହାଠାରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ପାଇଁ ହାରାହାରି ସ୍କୁଲ ଶିକ୍ଷା(ସ୍କୁଲିଂ) ଆଧାରରେ ଏବଂ ସ୍କୁଲ୍‌ ପ୍ରବେଶ ବୟସର ପିଲାମାନଙ୍କ ପାଇଁ ସମ୍ଭାବିତ ଶିକ୍ଷାକୁ ନେଇ ଆକଳନ କରାଯାଏ। ଜୀବନର ମାନକ ମୋଟ ଜାତୀୟ ମୁଣ୍ଡ ପିଛା ଆୟ ଦ୍ୱାରା ମୂଲ୍ୟାଙ୍କନ ହୋଇଥାଏ। ୧୯୯୦ରେ, ବାଂଲାଦେଶ ଲାଇଫ୍‌ ଏକ୍ସପେକ୍ଟାନ୍ସି ୫୬ ବର୍ଷ ଓ ହାରାହାରି ସ୍କୁଲିଂ ୩.୩ ବର୍ଷ ଥିଲା। ଏହି କ୍ରମରେ ପାକିସ୍ତାନର ୬୦ ବର୍ଷ ଓ ୨.୩ ବର୍ଷ ଥିବାବେଳେ ଭାରତର ରହିଥିଲା ୫୮ ଓ ୨.୮ ବର୍ଷ। ୨୦୨୧ରେ ବାଂଲାଦେଶର ଲାଇଫ୍‌ ଏକ୍ସପେକ୍ଟାନ୍ସି ୭୨ ବର୍ଷ ଓ ସ୍କୁଲିଂ ୭.୪ ବର୍ଷ ଥିବାବେଳେ ଭାରତର ୬୭ ବର୍ଷ ଓ ୬.୭ ବର୍ଷ ଏବଂ ପାକିସ୍ତାନର ୬୬ ଓ ୪.୫ ବର୍ଷ ରହିଛି। ତୁଳନାମତ୍କ ଭାବେ ଦେଖିଲେ ନେପାଳରେ ଲାଇଫ୍‌ ଏକ୍ସପେକ୍ଟାନ୍ସି ୬୮ ବର୍ଷ ଏବଂ ସ୍କୁଲିଂ ୫.୧ ବର୍ଷ ଏବଂ ଶ୍ରୀଲଙ୍କାରେ ଏହା ୭୬ ବର୍ଷ ଓ ୧୦.୮ ବର୍ଷ। ଜନ୍ମ ସମୟେରେ ଲାଇଫ୍‌ ଏକ୍ସପେକ୍ଟାନ୍ସିର ବୈଶ୍ୱିକ ହାରାହାରି ୭୨ ବର୍ଷ ଓ ସ୍କୁଲିଂ ୮.୬ ରହିଛି। ଏଥିରୁ ବୁଝାପଡ଼ୁଛି ଯେ, ଶ୍ରୀଲଙ୍କାକୁ ବାଦ୍‌ ଦେଲେ ସବୁ ଦକ୍ଷିଣ ଏସୀୟ ଦେଶ ବୈଶ୍ୱିକ ହାରାହାରି ନିମ୍ନରେ ରହିଛନ୍ତି। ୧୯୯୦ରେ ଚାଇନାର ଲାଇଫ୍‌ ଏକ୍ସପେକ୍ଟାନ୍ସିର ୬୮ ବର୍ଷ ଓ ସ୍କୁଲିଂ ୪.୧ ଥିଲାବେଳେ ଏବେ ୭୮ ବର୍ଷ ଓ ସ୍କୁଲିଂ ୭.୬ ବର୍ଷରେ ପହଞ୍ଚତ୍ଛି। ମାନବ ବିକାଶ ସୂଚକାଙ୍କ ପାଇଁ ଚାଇନାର ହାରାହାରି ଆୟ ବିଶ୍ୱ ହାରାହାରିକୁ ଟପିଯାଇଛି। ଏହିସବୁ ବିଷୟଗୁଡ଼ିକୁ ଦେଖିଲେ ପାକିସ୍ତାନ ଓ ବାଂଲାଦେଶଠାରୁ ଭାରତ ଭିନ୍ନ ବୋଲି ଜଣାପଡ଼ିବ ନାହିଁ। ସେମାନଙ୍କ ସହ ସମାନ ବୋଲି ଯାହା ଭାବୁଛୁ ତାହା ଠିକ୍‌ ନୁହେଁ। କେଉଁଥିପାଇଁ ଶୀଘ୍ର ବିକାଶ କରିବାକୁ ସକ୍ଷମ ହୋଇନାହଁୁ ଏବଂ କାହିଁକି ୧୯୪୭ ପରେ ଆମ ଲୋକଙ୍କ ଲାଗି ଉତ୍ତମ ଜୀବନ ଗଢ଼ିପାରିନାହଁୁ ସେ ସମ୍ପର୍କରେ ମନ୍ଥନ କରିବାକୁ ହେବ। ବହୁସମୟରେ ବ୍ୟବସ୍ଥାରେ ସମସ୍ୟା ରହିଛି ବୋଲି ଯାହା କହୁଛୁ ତାହା ଠିକ୍‌ କି? ଦକ୍ଷିଣ ଏସିଆର ଇତିହାସକୁ ଅନୁଧ୍ୟାନ କଲେ ଜାଣିପାରିବା ଯେ, ୭୫ ବର୍ଷ ମଧ୍ୟରେ ବ୍ୟବସ୍ଥାର ସବୁ ସମ୍ଭାବ୍ୟ ଦିଗକୁ ପରୀକ୍ଷା କରିଥିଲେ ମଧ୍ୟ ଭାରତ ଗରିବ ହୋଇ ରହିଛି ଏବଂ ପାକିସ୍ତାନ ଓ ବାଂଲାଦେଶ ସହ ଗରିବ ଗୋଷ୍ଠୀଭୁକ୍ତ ହୋଇଯାଇଛି।
ଆମେ (ଭାରତ, ବାଂଲାଦେଶ ଓ ପାକିସ୍ତାନ) ସଂସଦୀୟ ଗଣତନ୍ତ୍ର ମଧ୍ୟ ଦେଇ ଗତିକରୁଛୁ ଯାହା ଉପରେ ଅଧିକାଂଶ ସମୟରେ ଗୋଟିଏ ପାର୍ଟିର ପ୍ରାଧାନ୍ୟ ରହିଆସିଛି (କଂଗ୍ରେସ ପରେ ୨୦୧୪ ପରଠାରୁ ଭାଜପା ଅଧୀନରେ ଭାରତ ରହିଛି)। ଆମେ ସାମରିକ ଶାସନ(ପାକିସ୍ତାନ ୧୯୬୦, ୧୯୮୦ ଓ ୨୦୦୦ ଦଶକରେ ଏବଂ ବାଂଲାଦେଶରେ ୧୯୭୦ ଓ ୧୯୮୦ ଦଶକରେ) ଏବଂ ବଂଶବାଦ ଗଣତନ୍ତ୍ର (ଗାନ୍ଧୀ, ଭୁଟ୍ଟୋ, ମୁଜିବି ହାସିନା, ଜିଆ ଖଲିଦା)କୁ ପରଖିଛୁ। କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଅର୍ଥ ବ୍ୟବସ୍ଥାକୁ ସଞ୍ଚାଳନ କରିବା ଲାଗି ଚେଷ୍ଟା କରିଛୁ। ଆମେ ଆଣବିକ ଅସ୍ତ୍ର ବିକାଶ କରିଛୁ ଓ ପ୍ରତିରକ୍ଷା କ୍ଷେତ୍ରରେ ବିପୁଳ ଅର୍ଥ ବ୍ୟୟ କରୁଛୁ। ପାକିସ୍ତାନ ତା’ସରକାରୀ ବ୍ୟୟର ୧୭% ସେନାକୁ ଦେଉଥିବାବେଳେ ଭାରତ ଓ ବାଂଲାଦେଶ ଦେଉଛନ୍ତି ୯%। ଆମେ ମଜଭୁତ ଓ ଅପରାଜେୟ ହେବା ଲାଗି ଚେଷ୍ଟା କରୁଛୁ। ଆମେ ପାଶ୍ଚାତ୍ୟ ମେଣ୍ଟ (ପାକିସ୍ତାନ ୧୯୬୦ ଦଶକ)ରେ ଯୋଗଦେଇଛୁ ଓ ଗୋଷ୍ଠୀ ନିରପେକ୍ଷ ହୋଇ ରହିଛୁ। ଏସବୁ ପରେ ମଧ୍ୟ ଜାତିସଂଘର ଉପର ସୂଚିତ ସଂଖ୍ୟା ହେଉଛି ଆମ ଶେଷ ପରିଣାମ। ଆମେ ନିଶ୍ଚିତ ଭାବେ କିଛି ହରାଉଛୁ।
ବିଶ୍ୱବ୍ୟାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ବାଂଲାଦେଶ, ଭାରତ ଓ ପାକିସ୍ତାନ ମଧ୍ୟରେ ଆନ୍ତଃ ଆଞ୍ଚଳିକ ବାଣିଜ୍ୟ ଦକ୍ଷିଣ ଏସିଆର ସାମଗ୍ରିକ ବାଣିଜ୍ୟର ମାତ୍ର ୫%। ତୁଳନାମତ୍କ ଭାବେ ଦକ୍ଷିଣ ଏସିଆରେ ଆନ୍ତଃ ବାଣିଜ୍ୟ ଏହାଠାରୁ ୫ଗୁଣରୁ ଅଧିକ। ସମସ୍ୟା ହେଉଛି ଏହି ସ୍ଥିତି ଆମେ ନିଜେ ସୃଷ୍ଟି କରିଛୁ। ବିଶ୍ୱ ବ୍ୟାଙ୍କ ସୂତ୍ରରୁ ପ୍ରକାଶ ଯେ, ଏଥିରେ ସୀମାଗତ ସମସ୍ୟା ରହିଛି। ଅର୍ଥାତ୍‌ ଭାରତରେ ଏକ କମ୍ପାନୀ ପଡ଼ୋଶୀ ଦକ୍ଷିଣ ଏସୀୟ ଦେଶ ପରିବର୍ତ୍ତେ ବ୍ରାଜିଲ ସହ ବାଣିଜ୍ୟ କରିବା ୨୦% ଶସ୍ତା ହେଉଛି ଏବଂ ମୁଖ୍ୟ ସମସ୍ୟା ହେଉଛି, ସାରା ଦକ୍ଷିଣ ଏସିଆରେ ବିଶ୍ୱାସର ଘୋର ଅଭାବ ରହିଛି। କିନ୍ତୁ ଏହାକୁ ଦୂର କରିବା ପାଇଁ ଚେଷ୍ଟା କରିନାହଁୁ। ପରସ୍ପର ପ୍ରତି ଖୋଲା ମନୋଭାବ ପୋଷଣ କରିନାହଁୁ କି ୧୯୪୭ ପୂର୍ବରୁ ଥିବା ଅର୍ଥ ବ୍ୟବସ୍ଥାକୁ ଫେରିପାରିନାହଁୁ। ଏହା କରିପାରିବା ଆମ ପକ୍ଷେ ସମ୍ଭବ। ହେଲେ ଚାଇନା, ଜାପାନ ଏବଂ ଦକ୍ଷିଣ କୋରିଆ ଯାହା କରିଛନ୍ତି ତାହା ଆମେ ଦୋହରାଇପାରିବା କି ନାହିଁ ତାହା ମୁଁ ଜାଣିନାହିଁ। କିନ୍ତୁ ଏତିକି ଜାଣିଛି, ଆମେ ପରସ୍ପର ଉପରେ ଲଗାଇଥିବା କଟକଣା ବା କଠୋରତାକୁ ଦୂର କରି ଏହା ଆମମାନଙ୍କୁ ପୁଣି ଅଗ୍ରଗତି କରିବାକୁ ପ୍ରେରଣା ଦେବ। କଥା ହେଉଛି ଦକ୍ଷିଣ ଏସିଆର ଏହି ତିନୋଟି ଦେଶ ଗଣତନ୍ତ୍ର ହୋଇଥିଲେ ବି ଆମ ମଧ୍ୟରେ ବ୍ୟାପକ ଆଲୋଚନା ହେଉନାହିଁ। ଆମ ସ୍ଥିତି ପ୍ରତି ଆମେ କିପରି ଆଖି ବୁଜିଦେଇଛୁ ତାହା ଏଥିରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri