ବିଶ୍ୱାସର ଅଭାବ

ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକଠାରୁ ଭାରତ କୌଣସି ବାଟରେ ଭିନ୍ନ ବୋଲି ଆମେ ଭାବୁଛୁ, କିନ୍ତୁ ବାସ୍ତବତା ତାହା ନୁହେଁ। ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କରେ ବାଂଲାଦେଶୀ ଓ ପାକିସ୍ତାନୀଙ୍କଠାରୁ ଭାରତୀୟମାନେ ସେମିତି କିଛି ଅଲଗା ସ୍ଥିତିରେ ଥିବା ଜଣାଯାଆନ୍ତି ନାହିଁ। ଅପେକ୍ଷାକୃତ ସମାନ ଥିବା ମୁଣ୍ଡ ପିଛା ଆୟ ଏହା ସ୍ପଷ୍ଟ କରେ। ୨୦୨୧ରେ ବାଂଲାଦେଶର ମୁଣ୍ଡ ପିଛା ଆୟ ୨୫୦୩ ଡଲାର (ଆମେରିକୀୟ), ଭାରତର ୨୨୭୭ ଡଲାର ଏବଂ ପାକିସ୍ତାନର ୧୫୩୭ ଡଲାର ରହିଛି। ଏବେ ଚାଇନାର ମୁଣ୍ଡ ପିଛା ଆୟ ୧୨୫୫୬ ଡଲାର, ଦକ୍ଷିଣ କୋରିଆର ୩୪୭୫୭ ଡଲାର ଏବଂ ଜାପାନର ୩୯୨୮୫ ଡଲାର ରହିଛି। ଏହିସବୁ ଦେଶ ଆମଠାରୁ ସମ୍ପୂର୍ଣ୍ଣ ଅଲଗା ଗୋଷ୍ଠୀରେ ଥିଲାବେଳେ ଦକ୍ଷିଣ ଏସିଆରେ ଆମେ ତିନୋଟି ଦେଶ ଏକାଠି ଆଉ ଏକ ବର୍ଗରେ ରହିଯାଇଛୁ। ଏବେ ମାନବ ବିକାଶ ସୂଚକାଙ୍କକୁ ବିଚାର କରିବା। ଜାତିସଂଘ ମାନବ ବିକାଶ ସୂଚକାଙ୍କ ମାନବ ବିକାଶର ମୁଖ୍ୟ ଦିଗଗୁଡ଼ିକରେ ହାରାହାରି ସଫଳତାର ସାରାଂଶ ପ୍ରତିପାଦିତ କରେ। ଏହି ଦିଗଗୁଡ଼ିକ ହେଲା, ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ, ଉତ୍ତମ ଶିକ୍ଷା ଲାଭର ସ୍ଥିତି ଏବଂ ସଭ୍ୟ ଜୀବନ ସ୍ତର। ସ୍ବାସ୍ଥ୍ୟ ବିଷୟଟି ଜନ୍ମ ସମୟରେ ଲାଇଫ୍‌ ଏକ୍ସପେକ୍‌ଟାନ୍ସି ଦ୍ୱାରା ଶିକ୍ଷା ମାନକ ୨୫ କିମ୍ବା ଏହାଠାରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ପାଇଁ ହାରାହାରି ସ୍କୁଲ ଶିକ୍ଷା(ସ୍କୁଲିଂ) ଆଧାରରେ ଏବଂ ସ୍କୁଲ୍‌ ପ୍ରବେଶ ବୟସର ପିଲାମାନଙ୍କ ପାଇଁ ସମ୍ଭାବିତ ଶିକ୍ଷାକୁ ନେଇ ଆକଳନ କରାଯାଏ। ଜୀବନର ମାନକ ମୋଟ ଜାତୀୟ ମୁଣ୍ଡ ପିଛା ଆୟ ଦ୍ୱାରା ମୂଲ୍ୟାଙ୍କନ ହୋଇଥାଏ। ୧୯୯୦ରେ, ବାଂଲାଦେଶ ଲାଇଫ୍‌ ଏକ୍ସପେକ୍ଟାନ୍ସି ୫୬ ବର୍ଷ ଓ ହାରାହାରି ସ୍କୁଲିଂ ୩.୩ ବର୍ଷ ଥିଲା। ଏହି କ୍ରମରେ ପାକିସ୍ତାନର ୬୦ ବର୍ଷ ଓ ୨.୩ ବର୍ଷ ଥିବାବେଳେ ଭାରତର ରହିଥିଲା ୫୮ ଓ ୨.୮ ବର୍ଷ। ୨୦୨୧ରେ ବାଂଲାଦେଶର ଲାଇଫ୍‌ ଏକ୍ସପେକ୍ଟାନ୍ସି ୭୨ ବର୍ଷ ଓ ସ୍କୁଲିଂ ୭.୪ ବର୍ଷ ଥିବାବେଳେ ଭାରତର ୬୭ ବର୍ଷ ଓ ୬.୭ ବର୍ଷ ଏବଂ ପାକିସ୍ତାନର ୬୬ ଓ ୪.୫ ବର୍ଷ ରହିଛି। ତୁଳନାମତ୍କ ଭାବେ ଦେଖିଲେ ନେପାଳରେ ଲାଇଫ୍‌ ଏକ୍ସପେକ୍ଟାନ୍ସି ୬୮ ବର୍ଷ ଏବଂ ସ୍କୁଲିଂ ୫.୧ ବର୍ଷ ଏବଂ ଶ୍ରୀଲଙ୍କାରେ ଏହା ୭୬ ବର୍ଷ ଓ ୧୦.୮ ବର୍ଷ। ଜନ୍ମ ସମୟେରେ ଲାଇଫ୍‌ ଏକ୍ସପେକ୍ଟାନ୍ସିର ବୈଶ୍ୱିକ ହାରାହାରି ୭୨ ବର୍ଷ ଓ ସ୍କୁଲିଂ ୮.୬ ରହିଛି। ଏଥିରୁ ବୁଝାପଡ଼ୁଛି ଯେ, ଶ୍ରୀଲଙ୍କାକୁ ବାଦ୍‌ ଦେଲେ ସବୁ ଦକ୍ଷିଣ ଏସୀୟ ଦେଶ ବୈଶ୍ୱିକ ହାରାହାରି ନିମ୍ନରେ ରହିଛନ୍ତି। ୧୯୯୦ରେ ଚାଇନାର ଲାଇଫ୍‌ ଏକ୍ସପେକ୍ଟାନ୍ସିର ୬୮ ବର୍ଷ ଓ ସ୍କୁଲିଂ ୪.୧ ଥିଲାବେଳେ ଏବେ ୭୮ ବର୍ଷ ଓ ସ୍କୁଲିଂ ୭.୬ ବର୍ଷରେ ପହଞ୍ଚତ୍ଛି। ମାନବ ବିକାଶ ସୂଚକାଙ୍କ ପାଇଁ ଚାଇନାର ହାରାହାରି ଆୟ ବିଶ୍ୱ ହାରାହାରିକୁ ଟପିଯାଇଛି। ଏହିସବୁ ବିଷୟଗୁଡ଼ିକୁ ଦେଖିଲେ ପାକିସ୍ତାନ ଓ ବାଂଲାଦେଶଠାରୁ ଭାରତ ଭିନ୍ନ ବୋଲି ଜଣାପଡ଼ିବ ନାହିଁ। ସେମାନଙ୍କ ସହ ସମାନ ବୋଲି ଯାହା ଭାବୁଛୁ ତାହା ଠିକ୍‌ ନୁହେଁ। କେଉଁଥିପାଇଁ ଶୀଘ୍ର ବିକାଶ କରିବାକୁ ସକ୍ଷମ ହୋଇନାହଁୁ ଏବଂ କାହିଁକି ୧୯୪୭ ପରେ ଆମ ଲୋକଙ୍କ ଲାଗି ଉତ୍ତମ ଜୀବନ ଗଢ଼ିପାରିନାହଁୁ ସେ ସମ୍ପର୍କରେ ମନ୍ଥନ କରିବାକୁ ହେବ। ବହୁସମୟରେ ବ୍ୟବସ୍ଥାରେ ସମସ୍ୟା ରହିଛି ବୋଲି ଯାହା କହୁଛୁ ତାହା ଠିକ୍‌ କି? ଦକ୍ଷିଣ ଏସିଆର ଇତିହାସକୁ ଅନୁଧ୍ୟାନ କଲେ ଜାଣିପାରିବା ଯେ, ୭୫ ବର୍ଷ ମଧ୍ୟରେ ବ୍ୟବସ୍ଥାର ସବୁ ସମ୍ଭାବ୍ୟ ଦିଗକୁ ପରୀକ୍ଷା କରିଥିଲେ ମଧ୍ୟ ଭାରତ ଗରିବ ହୋଇ ରହିଛି ଏବଂ ପାକିସ୍ତାନ ଓ ବାଂଲାଦେଶ ସହ ଗରିବ ଗୋଷ୍ଠୀଭୁକ୍ତ ହୋଇଯାଇଛି।
ଆମେ (ଭାରତ, ବାଂଲାଦେଶ ଓ ପାକିସ୍ତାନ) ସଂସଦୀୟ ଗଣତନ୍ତ୍ର ମଧ୍ୟ ଦେଇ ଗତିକରୁଛୁ ଯାହା ଉପରେ ଅଧିକାଂଶ ସମୟରେ ଗୋଟିଏ ପାର୍ଟିର ପ୍ରାଧାନ୍ୟ ରହିଆସିଛି (କଂଗ୍ରେସ ପରେ ୨୦୧୪ ପରଠାରୁ ଭାଜପା ଅଧୀନରେ ଭାରତ ରହିଛି)। ଆମେ ସାମରିକ ଶାସନ(ପାକିସ୍ତାନ ୧୯୬୦, ୧୯୮୦ ଓ ୨୦୦୦ ଦଶକରେ ଏବଂ ବାଂଲାଦେଶରେ ୧୯୭୦ ଓ ୧୯୮୦ ଦଶକରେ) ଏବଂ ବଂଶବାଦ ଗଣତନ୍ତ୍ର (ଗାନ୍ଧୀ, ଭୁଟ୍ଟୋ, ମୁଜିବି ହାସିନା, ଜିଆ ଖଲିଦା)କୁ ପରଖିଛୁ। କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଅର୍ଥ ବ୍ୟବସ୍ଥାକୁ ସଞ୍ଚାଳନ କରିବା ଲାଗି ଚେଷ୍ଟା କରିଛୁ। ଆମେ ଆଣବିକ ଅସ୍ତ୍ର ବିକାଶ କରିଛୁ ଓ ପ୍ରତିରକ୍ଷା କ୍ଷେତ୍ରରେ ବିପୁଳ ଅର୍ଥ ବ୍ୟୟ କରୁଛୁ। ପାକିସ୍ତାନ ତା’ସରକାରୀ ବ୍ୟୟର ୧୭% ସେନାକୁ ଦେଉଥିବାବେଳେ ଭାରତ ଓ ବାଂଲାଦେଶ ଦେଉଛନ୍ତି ୯%। ଆମେ ମଜଭୁତ ଓ ଅପରାଜେୟ ହେବା ଲାଗି ଚେଷ୍ଟା କରୁଛୁ। ଆମେ ପାଶ୍ଚାତ୍ୟ ମେଣ୍ଟ (ପାକିସ୍ତାନ ୧୯୬୦ ଦଶକ)ରେ ଯୋଗଦେଇଛୁ ଓ ଗୋଷ୍ଠୀ ନିରପେକ୍ଷ ହୋଇ ରହିଛୁ। ଏସବୁ ପରେ ମଧ୍ୟ ଜାତିସଂଘର ଉପର ସୂଚିତ ସଂଖ୍ୟା ହେଉଛି ଆମ ଶେଷ ପରିଣାମ। ଆମେ ନିଶ୍ଚିତ ଭାବେ କିଛି ହରାଉଛୁ।
ବିଶ୍ୱବ୍ୟାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ବାଂଲାଦେଶ, ଭାରତ ଓ ପାକିସ୍ତାନ ମଧ୍ୟରେ ଆନ୍ତଃ ଆଞ୍ଚଳିକ ବାଣିଜ୍ୟ ଦକ୍ଷିଣ ଏସିଆର ସାମଗ୍ରିକ ବାଣିଜ୍ୟର ମାତ୍ର ୫%। ତୁଳନାମତ୍କ ଭାବେ ଦକ୍ଷିଣ ଏସିଆରେ ଆନ୍ତଃ ବାଣିଜ୍ୟ ଏହାଠାରୁ ୫ଗୁଣରୁ ଅଧିକ। ସମସ୍ୟା ହେଉଛି ଏହି ସ୍ଥିତି ଆମେ ନିଜେ ସୃଷ୍ଟି କରିଛୁ। ବିଶ୍ୱ ବ୍ୟାଙ୍କ ସୂତ୍ରରୁ ପ୍ରକାଶ ଯେ, ଏଥିରେ ସୀମାଗତ ସମସ୍ୟା ରହିଛି। ଅର୍ଥାତ୍‌ ଭାରତରେ ଏକ କମ୍ପାନୀ ପଡ଼ୋଶୀ ଦକ୍ଷିଣ ଏସୀୟ ଦେଶ ପରିବର୍ତ୍ତେ ବ୍ରାଜିଲ ସହ ବାଣିଜ୍ୟ କରିବା ୨୦% ଶସ୍ତା ହେଉଛି ଏବଂ ମୁଖ୍ୟ ସମସ୍ୟା ହେଉଛି, ସାରା ଦକ୍ଷିଣ ଏସିଆରେ ବିଶ୍ୱାସର ଘୋର ଅଭାବ ରହିଛି। କିନ୍ତୁ ଏହାକୁ ଦୂର କରିବା ପାଇଁ ଚେଷ୍ଟା କରିନାହଁୁ। ପରସ୍ପର ପ୍ରତି ଖୋଲା ମନୋଭାବ ପୋଷଣ କରିନାହଁୁ କି ୧୯୪୭ ପୂର୍ବରୁ ଥିବା ଅର୍ଥ ବ୍ୟବସ୍ଥାକୁ ଫେରିପାରିନାହଁୁ। ଏହା କରିପାରିବା ଆମ ପକ୍ଷେ ସମ୍ଭବ। ହେଲେ ଚାଇନା, ଜାପାନ ଏବଂ ଦକ୍ଷିଣ କୋରିଆ ଯାହା କରିଛନ୍ତି ତାହା ଆମେ ଦୋହରାଇପାରିବା କି ନାହିଁ ତାହା ମୁଁ ଜାଣିନାହିଁ। କିନ୍ତୁ ଏତିକି ଜାଣିଛି, ଆମେ ପରସ୍ପର ଉପରେ ଲଗାଇଥିବା କଟକଣା ବା କଠୋରତାକୁ ଦୂର କରି ଏହା ଆମମାନଙ୍କୁ ପୁଣି ଅଗ୍ରଗତି କରିବାକୁ ପ୍ରେରଣା ଦେବ। କଥା ହେଉଛି ଦକ୍ଷିଣ ଏସିଆର ଏହି ତିନୋଟି ଦେଶ ଗଣତନ୍ତ୍ର ହୋଇଥିଲେ ବି ଆମ ମଧ୍ୟରେ ବ୍ୟାପକ ଆଲୋଚନା ହେଉନାହିଁ। ଆମ ସ୍ଥିତି ପ୍ରତି ଆମେ କିପରି ଆଖି ବୁଜିଦେଇଛୁ ତାହା ଏଥିରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri