ସେବା ପାଇଁ ସରଞ୍ଜାମ ଅଭାବ

ଖମାର,୯ା୯(ଡି.ଏନ.ଏ.) କରୋନା ସମୟରେ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ମେଡିକାଲର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଆବଶ୍ୟକସ୍ଥଳେ ଡାକ୍ତର ନିଯୁକ୍ତି ହେଉଛି। କିନ୍ତୁ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ମେଡିକାଲ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଦୀର୍ଘଦିନ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଏକ୍ସ-ରେ ମେଶିନ ଅଚଳ ରହିଥିବାବେଳେ ବ୍ଲଡ୍‌ ବ୍ୟାଙ୍କରୁ ରୋଗୀଙ୍କୁ ବ୍ଲଡ ମିଳିପାରୁ ନାହିଁ। ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକ ଏହା ଉପରେ ନିର୍ଭର କରୁଥିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରଙ୍କ ନିକଟରେ ସରଞ୍ଜାମର ଅଭାବ ରହିଛି।
ପାଲଲହଡ଼ା ବ୍ଲକର ୭୦ ପ୍ରତିଶତ ଲୋକଙ୍କ ସହିତ କଣିହାଁ, ତେଲକୋଇ, କଙ୍କଡାହାଡ଼ ଆଦି ଅଞ୍ଚଳର ରୋଗୀ ଖମାର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି। ଏଠାରେ ୫୦ଟି ବେଡ୍‌ ବ୍ୟବସ୍ଥା ରହିଛି। ୭ ଡାକ୍ତର ପଦବୀ ମଧ୍ୟରୁ ସରକାର ୫ ଜଣଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କ ଭିତରୁ ୨ଜଣ ଉଚ୍ଚ ଶିକ୍ଷା ପାଇଁ ଯାଇଥିବାବେଳେ ଜଣଙ୍କୁ ଡେପୁଟେଶନରେ ଅନ୍ୟତ୍ର ପଠାଯାଇଛି। ଫଳରେ ମାତ୍ର ୨ ଜଣ ଡାକ୍ତରରେ ରୋଗୀ ସେବା ଚାଲିଛି। ଦୈନିକ ଶତାଧିକ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ସମସ୍ତଙ୍କୁ ଚିକିତ୍ସା ସେବା ଯୋଗାଇଦେବା ସମ୍ଭବ ହୋଇପାରୁ ନାହିଁ। ତେଣୁ ଆଡମିଟ୍‌ ହେଉଥିବା ରୋଗୀଙ୍କ ମଧ୍ୟରୁ କେତେଜଣଙ୍କୁ ଅନ୍ୟତ୍ର ପଠାଇ ଦିଆଯାଉଛି। ଡାକ୍ତରଖାନାର ଏକ୍ସ-ରେ ମେଶିନ ଅଚଳ ଥିବାରୁ ରୋଗୀମାନେ ଟଙ୍କା ଖର୍ଚ୍ଚ କରି ବାହାରେ ଏକ୍ସ-ରେ କରିବାକୁ ବାଧ୍ୟ ହେଉଛନ୍ତି। ମେଡିକାଲରେ ଥିବା ରକ୍ତ ଭଣ୍ଡାରରୁ କାହାକୁ ରକ୍ତ ମିଳିପାରୁ ନାହିଁ। ଅସ୍ତ୍ରୋପଚାର ଗୃହ ଥିଲେ ମଧ୍ୟ ଆବଶ୍ୟକ ଯନ୍ତ୍ରାଂଶ ନ ଥିବାରୁ ସାଧାରଣ ଅପରେଶନ ମଧ୍ୟ କରାଯାଇ ପାରୁନାହିଁ। କ୍ୟାଣ୍ଟିନ ନ ଥିବାରୁ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଫଳରେ ଅନେକ ରୋଗୀ ଓ ସମ୍ପର୍କୀୟଙ୍କୁ ବାହାରୁ ଖାଦ୍ୟ ମଗାଇ ଖାଇବାକୁ ପଡ଼ୁଛି। ରାତିରେ ମେଡିକାଲ ପରିସର ଅନ୍ଧକାରରେ ରହୁଥିବାବେଳେ ସୁରକ୍ଷା କର୍ମୀ ନିୟୋଜିତ କରାଯାଉ ନାହିଁ। ପିଇବା ପାଣିଠାରୁ ଆରମ୍ଭ କରି ଜେନେରେଟର ଅଚଳ ଭଳି ଅନେକ ସମସ୍ୟା ଏଠାରେ ରହିଛି।

କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛି
ମେଡିକାଲରେ ଯେଉଁସବୁ ଅସୁବିଧା ରହିଛି, ସେ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇଛି। ଏଠାରେ ଅଭିଜ୍ଞ ତଥା ବୟସ୍କ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି।
-ମୁକେଶ କୁମାର ପାଳ
ବିଧାୟକ, ପାଲଲହଡ଼ା

ଅବହେଳା ଅତ୍ୟନ୍ତ ନିନ୍ଦନୀୟ
ଖମାର ମେଡିକାଲ ଉପରେ ୪ଟି ବ୍ଲକର ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି। ଏହା ସତ୍ତ୍ୱେ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ଅବହେଳା ପ୍ରଦର୍ଶନ କରିବା ନିନ୍ଦନୀୟ। ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ସ୍ଥାନୀୟ ଲୋକପ୍ରତିନିଧି ମଧ୍ୟ ବିଫଳ।
-ଅଶୋକ ମହାନ୍ତି
ଭାଜପା ନେତା, ପାଲଲହଡ଼ା

ଅଚଳ ଯନ୍ତ୍ରାଂଶ ସଜଡ଼ାଯାଉ
ମେଡିକାଲରେ ଥିବା ବ୍ୟବସ୍ଥା ଅନୁଯାୟୀ ଯେତିକି ସମ୍ଭବ ରୋଗୀଙ୍କୁ ସେବା ଦିଆଯାଉଛି। ଅଚଳ ହୋଇପଡିଥିବା ଯନ୍ତ୍ରାଂଶଗୁଡ଼ିକୁ ସଜାଡି ଦିଆଗଲେ ଓ ଅଧିକ ସରଞ୍ଜାମ ମେଡିକାଲକୁ ଆସିଲେ ଆହୁରି ଭଲ ଚିକିତ୍ସା ଯୋଗାଇ ଦିଆଯାଇପାରନ୍ତା।
-ଡା. ଶଶୀକାନ୍ତ ବେହେରା
ଅଧିକାରୀ, ଖମାର ମେଡିକାଲ

ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯାଉ
ଉନ୍ନତମାନର ଯନ୍ତ୍ରପାତି ସହ ବିଶେଷଜ୍ଞ ଡକ୍ତର ନିଯୁକ୍ତି ଦିଆଗଲେ ଖମାର ମେଡିକାଲରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳିପାରନ୍ତା। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ ଅଚଳ ପଡ଼ିଥିବା ସରଞ୍ଜାମ ଗୁଡ଼ିକୁ କାର୍ଯ୍ୟକ୍ଷମ କରାନ୍ତୁ।
-ଦୁଃଖବନ୍ଧୁ ପ୍ରଧାନ,
ବୁଦ୍ଧିଜୀବୀ, ଖମାର


Enter your email to get our daily news in your inbox.

All Right Reserved By Dharitri.Com

ମନମୁଖି ଯୋଗୁ ମନ୍ଥର

ବଇଣ୍ଡା, ୩୦।୧୧: ଠିକା ସଂସ୍ଥା ବଦଳିଲା। ହେଲେ ସେପରି ଅଗ୍ରଗତି ଦେଖିବାକୁ ମିଳୁନାହିଁ କାର୍ଯ୍ୟରେ। ପୂର୍ବପରି ଏହା କଚ୍ଛପ ଗତିରେ ଚାଲୁଥିବାରୁ ୫୫ନଂ. ଜାତୀୟ ରାଜପଥ...

ସମୟ ନୁହେଁ ସଂସାରର

ଅନୁଗୋଳ ଅଫିସ, ୨୪।୪ – ବହୁ ପୂର୍ବରୁ ସ୍ଥିର ହୋଇଥିଲା ବିବାହ। ତିଥି ଅନୁଯାୟୀ ତିନି ଦିନ ପରେ ପଡ଼ିଥାନ୍ତା ହସ୍ତଗଣ୍ଠି। ଏଥିପାଇଁ ଛୁଟି ମଧ୍ୟ...

୫-ଟି ସଚିବଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ମେଡିକାଲରେ ଛନକା: ସୌନ୍ଦର୍ଯ୍ୟ ବଢ଼ାଇବାକୁ ରଖାଗଲା ଫୁଲଗଛ

ଅନୁଗୋଳ ଅଫିସ, ୧୬ା୧୦- ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମର ତଦାରଖ ପାଇଁ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ...

କୁଆପଥର ବର୍ଷା, ଫସଲ ହାନି

ଛେଣ୍ଡିପଦା,୫ ।୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନ ୩ଟାରେ ଅଦିନିଆ ଝଡ଼ବର୍ଷା ସହ ପ୍ରବଳ କୁଆପଥର ମାଡ଼ ହୋଇଥିଲା। ଫଳରେ...

କଲ୍ୟାଣମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଦାବି

ବଇଣ୍ଡା, ୨୭ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଠେଲକନାଳୀ ପଞ୍ଚାୟତ ଠେଲକନାଳୀ ଗ୍ରାମରେ ବିଭିନ୍ନ ସମସ୍ୟା ଲାଗିରହିଥିଲେ ହେଁ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ପଞ୍ଚାୟତ...

କରୋନା ସତର୍କତା: ଶୂନ୍‌ଶାନ ବନ୍ତଳା ସାପ୍ତାହିକ ହାଟ

ବନ୍ତଳା,୧୮।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଅଧୀନ ବନ୍ତଳା ସାପ୍ତାହିକ ହାଟକୁ ପୋଲିସ ବୁଧବାର ଭୋର ସମୟରେ ବନ୍ଦ କରିଛି। ସମସ୍ତ ଚାଷୀ ଓ ବେପାରୀମାନଙ୍କୁ...

ସାପ୍ତାହିକ ହାଟ ସ୍ଥାନାନ୍ତର

ବଇଣ୍ଡା, ୧୨।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡାର ରବିବାର ହେଉଥିବା ସାପ୍ତାହିକ ହାଟକୁ ପୋଲିସ ପ୍ରଶାସନ ପକ୍ଷରୁ ବଇଣ୍ଡା ହାଇସ୍କୁଲ ନିକଟସ୍ଥ ଏକ ଖୋଲା ପଡିଆକୁ ସ୍ଥାନାନ୍ତର...

ମହିଳାଙ୍କୁ କଚାଡି ମାରିଲା ହାତୀ

ଅନୁଗୋଳ,୭।୫: ଅନୁଗୋଳ ଜିଲାରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ରବିବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲାର ବନ୍ତଳା ତଲଗଡ...

Advertisement
Archives

Model This Week