ସେବା ପାଇଁ ସରଞ୍ଜାମ ଅଭାବ

ଖମାର,୯ା୯(ଡି.ଏନ.ଏ.) କରୋନା ସମୟରେ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ମେଡିକାଲର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଆବଶ୍ୟକସ୍ଥଳେ ଡାକ୍ତର ନିଯୁକ୍ତି ହେଉଛି। କିନ୍ତୁ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ମେଡିକାଲ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଦୀର୍ଘଦିନ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଏକ୍ସ-ରେ ମେଶିନ ଅଚଳ ରହିଥିବାବେଳେ ବ୍ଲଡ୍‌ ବ୍ୟାଙ୍କରୁ ରୋଗୀଙ୍କୁ ବ୍ଲଡ ମିଳିପାରୁ ନାହିଁ। ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକ ଏହା ଉପରେ ନିର୍ଭର କରୁଥିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରଙ୍କ ନିକଟରେ ସରଞ୍ଜାମର ଅଭାବ ରହିଛି।
ପାଲଲହଡ଼ା ବ୍ଲକର ୭୦ ପ୍ରତିଶତ ଲୋକଙ୍କ ସହିତ କଣିହାଁ, ତେଲକୋଇ, କଙ୍କଡାହାଡ଼ ଆଦି ଅଞ୍ଚଳର ରୋଗୀ ଖମାର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି। ଏଠାରେ ୫୦ଟି ବେଡ୍‌ ବ୍ୟବସ୍ଥା ରହିଛି। ୭ ଡାକ୍ତର ପଦବୀ ମଧ୍ୟରୁ ସରକାର ୫ ଜଣଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କ ଭିତରୁ ୨ଜଣ ଉଚ୍ଚ ଶିକ୍ଷା ପାଇଁ ଯାଇଥିବାବେଳେ ଜଣଙ୍କୁ ଡେପୁଟେଶନରେ ଅନ୍ୟତ୍ର ପଠାଯାଇଛି। ଫଳରେ ମାତ୍ର ୨ ଜଣ ଡାକ୍ତରରେ ରୋଗୀ ସେବା ଚାଲିଛି। ଦୈନିକ ଶତାଧିକ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ସମସ୍ତଙ୍କୁ ଚିକିତ୍ସା ସେବା ଯୋଗାଇଦେବା ସମ୍ଭବ ହୋଇପାରୁ ନାହିଁ। ତେଣୁ ଆଡମିଟ୍‌ ହେଉଥିବା ରୋଗୀଙ୍କ ମଧ୍ୟରୁ କେତେଜଣଙ୍କୁ ଅନ୍ୟତ୍ର ପଠାଇ ଦିଆଯାଉଛି। ଡାକ୍ତରଖାନାର ଏକ୍ସ-ରେ ମେଶିନ ଅଚଳ ଥିବାରୁ ରୋଗୀମାନେ ଟଙ୍କା ଖର୍ଚ୍ଚ କରି ବାହାରେ ଏକ୍ସ-ରେ କରିବାକୁ ବାଧ୍ୟ ହେଉଛନ୍ତି। ମେଡିକାଲରେ ଥିବା ରକ୍ତ ଭଣ୍ଡାରରୁ କାହାକୁ ରକ୍ତ ମିଳିପାରୁ ନାହିଁ। ଅସ୍ତ୍ରୋପଚାର ଗୃହ ଥିଲେ ମଧ୍ୟ ଆବଶ୍ୟକ ଯନ୍ତ୍ରାଂଶ ନ ଥିବାରୁ ସାଧାରଣ ଅପରେଶନ ମଧ୍ୟ କରାଯାଇ ପାରୁନାହିଁ। କ୍ୟାଣ୍ଟିନ ନ ଥିବାରୁ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଫଳରେ ଅନେକ ରୋଗୀ ଓ ସମ୍ପର୍କୀୟଙ୍କୁ ବାହାରୁ ଖାଦ୍ୟ ମଗାଇ ଖାଇବାକୁ ପଡ଼ୁଛି। ରାତିରେ ମେଡିକାଲ ପରିସର ଅନ୍ଧକାରରେ ରହୁଥିବାବେଳେ ସୁରକ୍ଷା କର୍ମୀ ନିୟୋଜିତ କରାଯାଉ ନାହିଁ। ପିଇବା ପାଣିଠାରୁ ଆରମ୍ଭ କରି ଜେନେରେଟର ଅଚଳ ଭଳି ଅନେକ ସମସ୍ୟା ଏଠାରେ ରହିଛି।

କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛି
ମେଡିକାଲରେ ଯେଉଁସବୁ ଅସୁବିଧା ରହିଛି, ସେ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇଛି। ଏଠାରେ ଅଭିଜ୍ଞ ତଥା ବୟସ୍କ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି।
-ମୁକେଶ କୁମାର ପାଳ
ବିଧାୟକ, ପାଲଲହଡ଼ା

ଅବହେଳା ଅତ୍ୟନ୍ତ ନିନ୍ଦନୀୟ
ଖମାର ମେଡିକାଲ ଉପରେ ୪ଟି ବ୍ଲକର ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି। ଏହା ସତ୍ତ୍ୱେ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ଅବହେଳା ପ୍ରଦର୍ଶନ କରିବା ନିନ୍ଦନୀୟ। ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ସ୍ଥାନୀୟ ଲୋକପ୍ରତିନିଧି ମଧ୍ୟ ବିଫଳ।
-ଅଶୋକ ମହାନ୍ତି
ଭାଜପା ନେତା, ପାଲଲହଡ଼ା

ଅଚଳ ଯନ୍ତ୍ରାଂଶ ସଜଡ଼ାଯାଉ
ମେଡିକାଲରେ ଥିବା ବ୍ୟବସ୍ଥା ଅନୁଯାୟୀ ଯେତିକି ସମ୍ଭବ ରୋଗୀଙ୍କୁ ସେବା ଦିଆଯାଉଛି। ଅଚଳ ହୋଇପଡିଥିବା ଯନ୍ତ୍ରାଂଶଗୁଡ଼ିକୁ ସଜାଡି ଦିଆଗଲେ ଓ ଅଧିକ ସରଞ୍ଜାମ ମେଡିକାଲକୁ ଆସିଲେ ଆହୁରି ଭଲ ଚିକିତ୍ସା ଯୋଗାଇ ଦିଆଯାଇପାରନ୍ତା।
-ଡା. ଶଶୀକାନ୍ତ ବେହେରା
ଅଧିକାରୀ, ଖମାର ମେଡିକାଲ

ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯାଉ
ଉନ୍ନତମାନର ଯନ୍ତ୍ରପାତି ସହ ବିଶେଷଜ୍ଞ ଡକ୍ତର ନିଯୁକ୍ତି ଦିଆଗଲେ ଖମାର ମେଡିକାଲରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳିପାରନ୍ତା। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ ଅଚଳ ପଡ଼ିଥିବା ସରଞ୍ଜାମ ଗୁଡ଼ିକୁ କାର୍ଯ୍ୟକ୍ଷମ କରାନ୍ତୁ।
-ଦୁଃଖବନ୍ଧୁ ପ୍ରଧାନ,
ବୁଦ୍ଧିଜୀବୀ, ଖମାର


Enter your email to get our daily news in your inbox.

All Right Reserved By Dharitri.Com

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri