ନବାନ୍ନରେ ଉତ୍ସବମୁଖର ଯୋରନ୍ଦା

ଢେଙ୍କାନାଳ ଅଫିସ, ୯।୯:  ମହିମାଧର୍ମର ମୁଖ୍ୟପୀଠ ଯୋରନ୍ଦା ମହିମାଗାଦିରେ ଭାଦ୍ରବ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ନବାନ୍ନ ଉତ୍ସବ। କୋଭିଡ୍‌ କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ଶୂନ୍ୟବ୍ରହ୍ମଙ୍କ ଉପାସନାରେ ବିଭୋର ହୋଇଥିଲେ ସାଧୁସନ୍ଥ। ଗୈରିକ ବସ୍ତ୍ରଧାରୀ ସନ୍ନ୍ୟାସୀମାନେ ବିଶ୍ୱକୁ କରୋନା ମୁକ୍ତ କରିବାକୁ ପ୍ରାର୍ଥନା କରିବା ସହ ଜଗତକଲ୍ୟାଣ କାମନା କରିଥିଲେ।
ନବାନ୍ନ ଉପଲକ୍ଷେ, ଆନ୍ଧ୍ରପ୍ରଦେଶ, ମାଲକାନଗିରି, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର, ବରଗଡ, ଜଗତ୍‌ସିଂହପୁର, ବୌଦ୍ଧ, ବାରିପଦା, ଖୋର୍ଦ୍ଧା, କଟକ ସମେତ ଢେଙ୍କାନାଳ ଜିଲାର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ସାଧୁସନ୍ଥଙ୍କ ସମାଗମ ହୋଇଥିଲା। ପରମ୍ପରା ଅନୁଯାୟୀ, ପ୍ରାତଃ ସମୟରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଏହାପରେ ନୂଆଧାନରେ ପ୍ରସ୍ତୁତ ଚୁଡ଼ା, ଗୁଡ଼, ନଡ଼ିଆ, କଦଳୀ, କ୍ଷୀର, ଦହି, କାଜୁ, କିସ୍‌ମିସ୍‌, ମହୁ ସମେତ ବିଭିନ୍ନ ଫଳର ସମ୍ମିଶ୍ରଣରେ ନବାନ୍ନ ପ୍ରସ୍ତୁତ କରାଯାଇ ପ୍ରାତଃ ୪ଟାରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିଲା। ୭ଟି ନୂତନ ମାଟି ହାଣ୍ଡିରେ ତ୍ୟାଗୀ, ବୈରାଗୀମାନେ ନୂତନ ଗୈରିକ ବସ୍ତ୍ର ପିନ୍ଧି ନବାନ୍ନ ଅର୍ପଣ ନୀତି ସମାପନ କରିଥିଲେ। ଏହାପରେ ଜଗତକଲ୍ୟାଣ ଉଦ୍ଦେଶ୍ୟରେ ମିଳିତ ପ୍ରାର୍ଥନା କରାଯାଇଥିଲା। ପୂର୍ବାହ୍ନ ସାଢ଼େ ୯ଟାରେ ଆଶ୍ରମ ମଣ୍ଡଳ ଭିକ୍ଷା ଭଣ୍ଡାର ପରିସରରେ ସାଧୁସନ୍ଥ, ଶ୍ରଦ୍ଧାଳୁମାନେ ଏକାଠି ବସି ନବାନ୍ନ ଭକ୍ଷଣ କରିଥିଲେ। ସତ୍ୟ ମହିମା ଧର୍ମଧାମ ପରିଚାଳନା ପରିଷଦ ସଭାପତି ବାବା ଶୁକଦେବ ଦାସ, ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ, ସହ ସମ୍ପାଦକ ସାଧୁ ଅନାମ ଦାସ, ପରିଚାଳନା କମିଟି ସଭ୍ୟ ବାବା ଶଙ୍କର ଦାସ, ବାବା ପ୍ରମୋଦ ଦାସ, ବରିଷ୍ଠ ସନ୍ନାସୀ ବାବା ନଟବର ଦାସ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ସେହିପରି ସତ୍ୟ ଅଲେଖ କୌପିନଧାରୀ ମହିମା ସମାଜ ପକ୍ଷରୁ ରଘୁନାଥ ବାବାଙ୍କ ତତ୍ତ୍ୱାବଧାନରେ ନବାନ୍ନ ଉତ୍ସବ ପାଳିତ ହୋଇଯାଇଛି।

୬୦୦ କୁଇଣ୍ଟାଲ ଚୁଡ଼ା ଆସିଛି
ମହିମା ଗୋସାଇଁ ୧୮୨୬ରେ ଉତ୍କଳ ଭୂମିରେ ଦର୍ଶନ ଦେଇଥିଲେ। ପବିତ୍ର ଯୋରନ୍ଦା ତାଙ୍କର ଶେଷ ଧାମ। ୧୪୭ ବର୍ଷର ଏହି ଆଧ୍ୟାତ୍ମିକ ଅନୁଷ୍ଠାନରେ ୧୯୪୨ରୁ ନୂଆଖାଇ ପାଳିତ ହେଉଛି। ଆଠଗଡ଼ ଅଞ୍ଚଳର ଭୋଇ ପରିବାର ପକ୍ଷରୁ ଚଳିତ ବର୍ଷ ୬୦୦ କୁଇଣ୍ଟାଲ ନୂଆ ଚୁଡ଼ା ଆସିଛି।
-ବାବା ନିତ୍ୟାନନ୍ଦ ଦାସ, ସତ୍ୟ ମହିମା ଧର୍ମଧାମ ପରିଚାଳନା ପରିଷଦ ସମ୍ପାଦକ

ଅତୁଟ ରହିଛି ବିଶ୍ୱାସ
ଯୋରନ୍ଦା ମହିମା ଗାଦିରେ ଅନୁଷ୍ଠିତ ନବାନ୍ନ ଉତ୍ସବରେ ସାମିଲ ହେବା ସମସ୍ତଙ୍କ ଭାଗ୍ୟରେ ଜୁଟେନି। ମହିମା ଗୋସାଇଁଙ୍କ ନିକଟରେ ବିଶ୍ୱାସ ଅତୁଟ ରହିଛି। ଏହା ଭାବାବେଗ ଏବଂ ବିଶ୍ୱାସର କଥା। ତାଙ୍କ ଶରଣାପନ୍ନ ହେଉଥିବା ଭକ୍ତ ହିଁ ଏହାକୁ ହୃଦୟଙ୍ଗମ କରିପାରିବେ।
-ସ୍ନେହପ୍ରଭା ବେହେରା, ଭୁବନେଶ୍ୱର

ଆଶୀର୍ବାଦ ଭିକ୍ଷା କରିବା ସୌଭାଗ୍ୟ
ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ଶୂନ୍ୟପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଲାଗି ନବାନ୍ନ ଭିନ୍ନ ଅବସର ସୃଷ୍ଟି କରିଛି। ମହିମାଗାଦିରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଥିବା ନବାନ୍ନର ସ୍ବାଦ ନିଆରା। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିବା ବଡ଼ ସୌଭାଗ୍ୟର କଥା।
-ସୁମନ ଜେନା, ଜଗତ୍‌ସିଂହପୁର

ଭାଇଚାରାର ନିଆରା ଉଦାହରଣ
ପ୍ରତିବର୍ଷ ନବାନ୍ନ ଉତ୍ସବରେ ମହିମାଗାଦି ଯୋରନ୍ଦାକୁ ଆସିଥାଏ। ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଉତ୍ସବ ପାଳିତ ହେଉଛି। ରାଜ୍ୟ ସମେତ ରାଜ୍ୟ ବାହାରୁ ବହୁ ସାଧୁସନ୍ଥଙ୍କ ସମାଗମ ହୋଇଛି। ମହିମା ଧର୍ମ ଏକତାର ପ୍ରତୀକ। ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିବା ଭାଇଚାରାର ନିଆରା ଉଦାହରଣ।
-ଗୌରାଙ୍ଗ ଚରଣ ଦାସ, ଚୌଦ୍ୱାର


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri