ପିଏଲ୍‌ଆଇ ସ୍କିମ୍‌ରେ ବୟନ କ୍ଷେତ୍ର ସାମିଲ

ନୂଆଦିଲ୍ଲୀ, ୯।୯: ଦେଶର ବୟନ ଶିଳ୍ପ କ୍ଷେତ୍ରକୁ ସରକାର ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା(ପିଏଲ୍‌ଆଇ) ସ୍କିମ୍‌ରେ ସାମିଲ କରିଛନ୍ତି। ଏହି କ୍ଷେତ୍ରରେ ମାନୁଫାକ୍‌ଚରିଂ ଏବଂ ରପ୍ତାନି ବୃଦ୍ଧି ଲାଗି ବିଭିନ୍ନ ପ୍ରୋତ୍ସାହନ କେନ୍ଦ୍ର ସରକାର ଯୋଗାଇ ଦେବେ। ଏଥିଲାଗି କେନ୍ଦ୍ର କ୍ୟାବିନେଟ ୧୦,୬୮୩ କୋଟି ଟଙ୍କା ଯୋଗାଣ ପ୍ରସ୍ତାବକୁ ବୁଧବାର ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏହି ଯୋଜନା ଲାଗି ସରକାର ବଜେଟରେ ୧୦,୬୮୩ କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିବେ। ମ୍ୟାନ୍‌ମେଡ୍‌ ଫାଇବର ଆପାରେଲ, ମ୍ୟାନ୍‌ମେଡ୍‌ ଫାଇବର ଫ୍ୟାବ୍ରିକ,ଟେକ୍ନିକାଲ ଟେକ୍ସଟାଇଲର ୧୦ ବର୍ଗ ଏବଂ ପ୍ରଡକ୍ଟକୁ ଏହି ଯୋଜନା ଦ୍ୱାରା ପ୍ରୋତ୍ସାହିତ କରାଯିବାର ଯୋଜନା ରଖାଯାଇଛି। ବୟନ ଶିଳ୍ପ ସମେତ ୧୩ କ୍ଷେତ୍ରକୁ ପିଏଲ୍‌ଆଇ ସ୍କିମ୍‌ରେ ସାମିଲ କରିବା ଲାଗି ଚଳିତ ବର୍ଷ ବଜେଟରେ ସରକାର ଘୋଷଣା କରିଥିଲେ। ଏଥିରେ ୧.୯୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରଖାଯାଇଥିଲା। ବୟନ ଶିଳ୍ପ ଲାଗି ଘୋଷଣା କରାଯାଇଥିବା ପ୍ରୋତ୍ସାହନ ରାଶି ଆଗାମୀ ୫ ବର୍ଷରେ ପ୍ରଦାନ କରାଯିବ ବୋଲି ଠାକୁର ସ୍ପଷ୍ଟ କରିଛନ୍ତି।
ଆଗାମୀ ୫ ବର୍ଷରେ ଏହି କ୍ଷେତ୍ରରେ ୧୯ ହଜାର କୋଟି ଟଙ୍କା ନିବେଶ ହେବା ନେଇ ସରକାର ଆକଳନ କରିଛନ୍ତି। ଏହି ଅବଧିରେ ଉକ୍ତ କ୍ଷେତ୍ରର କାରବାର ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଛୁଇଁପାରେ। ସେହିଭଳି ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଉକ୍ତ କ୍ଷେତ୍ରଗୁଡିକରେ ୭୫ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଆକାଂକ୍ଷୀ ଜିଲା ଏବଂ ଟାୟାର ୩ ସହରଗୁଡିକୁ ସରକାର ବର୍ତ୍ତମାନ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଏଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ଫାସିଲିଟି ସ୍ଥାପନ କରିବାକୁ ସରକାର ଫୋକସ ରଖିଛନ୍ତି। ରପ୍ତାନି ବୃଦ୍ଧିକୁ ଧ୍ୟାନରେ ରଖି ବିଭିନ୍ନ ଦେଶ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରାଯାଉଛି। ବର୍ତ୍ତମାନର ଯୋଜନା ଦ୍ୱାରା ଗୁଜରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନା ଭଳି ରାଜ୍ୟର ଶିଳ୍ପ ଲାଭବାନ୍‌ ହୋଇପାରିବେ। ସରକାରଙ୍କ ପଦକ୍ଷେପକୁ ଶିଳ୍ପ ପକ୍ଷରୁ ସ୍ବାଗତ କରାଯାଇଛି। ଭାରତୀୟ ବୟନ ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଯୋଗଦାନ ରଖିବ ବୋଲି ଆପାରେଲ ଏକ୍ସପୋର୍ଟ ପ୍ରମୋଶନ କାଉନସିଲର ଅଧ୍ୟକ୍ଷ ଏ.ଶକ୍ତିଭେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?