ବିତର୍କର ଅଭାବ

ଆକାର ପଟେଲ

ଇଂରେଜଙ୍କ ଦ୍ୱାରା ପ୍ରଣୀତ ସାଧାରଣ ଆଇନ ପଦ୍ଧତିକୁ ଏବେ ସୁଦ୍ଧା ଭାରତ ଅନୁସରଣ କରୁଛି। ତେବେ ଏକ ସ୍ବାଧୀନ ଦେଶ ଭାବେ ଭାରତ ଏଥିରେ କିଛି ନବୀକରଣ କରିଛି ଓ ତା’ ମଧ୍ୟରୁ ଗୋଟିଏ ହେଉଛି ରିଭର୍ସ ବର୍ଡନ ଅଫ୍‌ ପ୍ରୁଫ୍‌ (ଆପରାଧିକ ମାମଲାରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାର ଆଇନଗତ ଚାପ)। ଭାରତରେ ବହୁ ଅପରାଧ ଆଇନରେ, ବିଶେଷକରି ଯେଉଁଗୁଡ଼ିକ ୨୦୧୪ ପରେ ଅଣାଯାଇଛି ସେଥିରେ ଅଭିଯୁକ୍ତଙ୍କୁ ନିଜଆଡୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପଡ଼ୁଛି। ତୁମେ କିଛି ଭୁଲ୍‌ କରିଛ ବୋଲି ସରକାର ଅନୁମାନ ବା ସନ୍ଦେହ କରି ଦଣ୍ଡ ବ୍ୟବସ୍ଥା କରିଛନ୍ତି ଏବଂ ତୁମକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ହେଉଛି। ଏହା ସାଧାରଣ ଅପରାଧ ଆଇନର ସମ୍ପୂର୍ଣ୍ଣ ବିପରୀତ। ଉଦାହରଣ ସ୍ବରୂପ, ଯଦି କେହି ଗୋଟିଏ ମୃତଦେହ କଡ଼ରେ ଛୁରି ଧରି ଠିଆ ହୋଇଥିବାର ଦେଖିବାକୁ ମିଳେ, ତେବେ ସେହି ବ୍ୟକ୍ତି ହତ୍ୟା କରିଛି ବୋଲି ସରକାର ପ୍ରମାଣ କରିବାକୁ ଚାହଁୁଛନ୍ତି। ଆସାମରେ ଜାତୀୟ ନାଗରିକତ୍ୱ ପଞ୍ଜୀକରଣ କଥା ଦେଖାଯାଉ। ଏହା ଅନୁଯାୟୀ ୧୯୭୧ ପୂର୍ବରୁ ପ୍ରତ୍ୟେକ ଆସାମବାସୀ ସେମାନଙ୍କ ପୂର୍ବପୁରୁଷ ସେଠାରେ ରହିଥିବାର କାଗଜପତ୍ର ସରକାରଙ୍କୁ ଦେବାକୁ ପଡ଼ିଲା। ଯେଉର୍ଁମାନେ ନାଗରିକତ୍ୱକୁ ନ୍ୟାୟସଙ୍ଗତ କରିପାରିଲେ ନାହିଁ, ସେମାନଙ୍କୁ ଗିରଫ କରାଗଲା। ଏହି କାରଣରୁ ଏବେ ବି ଶହ ଶହ ଲୋକ ଜେଲରେ ରହିଛନ୍ତି। ଭାରତରେ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଲ’ ଲାଗୁ କରାଯାଇଛି। ଏଥିରେ ଧର୍ମାନ୍ତରୀକରଣ ପାଇଁ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେବାକୁ ହେଉଛି। ପ୍ରଥମେ ଏହି ଆଇନ ୨୦୧୮ରେ ଉତ୍ତରାଖଣ୍ଡରେ ପାସ୍‌ ହୋଇଥିଲା। ପରେ ହିମାଚଳ ପ୍ରଦେଶ ଫ୍ରିଡମ ଅଫ୍‌ ରିଲିଜିଅନ ଆକ୍ଟ,୨୦୧୯; ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମ ସମ୍ପରିବର୍ତ୍ତନ ପ୍ରତିଷେଧ ଅଧ୍ୟାଦେଶ,୨୦୨୦; ମଧ୍ୟପ୍ରଦେଶ ଧର୍ମସ୍ବାତନ୍ତ୍ର୍ୟ ଅଧ୍ୟାଦେଶ,୨୦୨୦ ଏବଂ ଗୁଜରାଟ ଫ୍ରିଡମ୍‌ ଅଫ୍‌ ରିଲିଜିଅନ(ଆମେଣ୍ଡମେଣ୍ଟ) ଆକ୍ଟ, ୨୦୨୧ ପ୍ରଣୟନ କରାଯାଇଛି। ଏହି ଆଇନଗୁଡ଼ିକ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାହକୁ ଅପରାଧୀକରଣ କରିଛି। ଆଇନଗୁଡ଼ିକ ଅନୁସାରେ, ଯଦି କେହି ବିବାହ ପରେ କିମ୍ବା ପୂର୍ବରୁ ଧର୍ମ ପରିବର୍ତ୍ତନ କରନ୍ତି, ତେବେ ସରକାର ସେହି ବିବାହକୁ ରଦ୍ଦ ଏବଂ ଅବୈଧ ଘୋଷଣା କରିବେ। ଏହି ଆଇନରେ ବିବାହ ନକଲି ବା ଛଳନା ନ ଥିଲା ବୋଲି ଅଭିଯୁକ୍ତଙ୍କୁ ଦର୍ଶାଇବାକୁ ପଡ଼ିବ। ଏଥିରେ ଦମ୍ପତି ଏବଂ ସେମାନଙ୍କ ପରିବାର ଉପରେ କୌଣସି ପ୍ରଭାବ କିମ୍ବା ଚାପ ନ ଥିବା ଦର୍ଶାଇବା ସହ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ହେବ। ଯେଉଁମାନେ ସରକାରଙ୍କୁ ଦରଖାସ୍ତ ନ ଦେଇ ସେମାନଙ୍କ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନଙ୍କୁ ଜେଲକୁ ପଠାଇ ଦିଆଯାଉଛି। ହିମାଚଳପ୍ରଦେଶର ମୂଳ ଆଇନ କହେ, ଯଦି କୌଣସି ବ୍ୟକ୍ତି ତାଙ୍କ ପୂର୍ବପୁରୁଷଙ୍କ ଧର୍ମକୁ ଫେରନ୍ତି ତେବେ ତାହାକୁ ଧର୍ମାନ୍ତରୀକରଣ କୁହାଯିବ ନାହିଁ। କିନ୍ତୁ ଆଇନ ପୂର୍ବପୁରୁଷଙ୍କ ଧର୍ମର ସଂଜ୍ଞା ଦର୍ଶାଇ ନାହିଁ। ଏଥିରୁ ବୁଝାପଡ଼େ, ଯେଉଁମାନେ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଛନ୍ତି ସେମାନେ ଦଣ୍ଡିତ ହେବେ ନାହିଁ। ଗତବର୍ଷ ସିଟିଜେନ୍‌ ଆମେଣ୍ଡମେଣ୍ଟ ଆକ୍ଟ (ସିଏଏ) ଆନ୍ଦୋଳନ ସମୟରେ ୟୁପି ପୋଲିସ ଗୁଳିରେ ୨୧ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ଘଟିଲା ପରେ ଉତ୍ତରପ୍ରଦେଶ ରିକଭରୀ ଅଫ୍‌ ଡ୍ୟାମେଜ୍‌ ଟୁ ପବ୍ଲିକ୍‌ ଆଣ୍ଡ୍‌ ପ୍ରାଇଭେଟ ପ୍ରପର୍ଟି ଆକ୍ଟ, ୨୦୨୦ ପ୍ରଣୟନ କରାଯାଇଥିଲ। ଏହି ଆଇନରେ ଯେଉଁମାନେ ସରକାରୀ ସମ୍ପତ୍ତିି କ୍ଷତି କରୁଛନ୍ତି ବୋଲି ସରକାର ସନ୍ଦେହ କରିବେ ସେମାନଙ୍କ ଉପରେ ଜରିମାନା ଲଗାଇପାରିବେ। ସେମାନଙ୍କ ଘର ଓ ସମ୍ପତ୍ତି ମଧ୍ୟ ଜବତ କରିପାରିବେ। ୨୦୧୪ ପରେ ଗୋ-ହତ୍ୟା ଉପରେ ମଧ୍ୟ କିଛି ଆଇନ ପାସ୍‌ କରାଯାଇଛି। ଏହିସବୁ ଆଇନ ମଧ୍ୟ ଭାଜପା ଶାସିତ ରାଜ୍ୟଗୁଡ଼ିକରେ କରାଯାଇଛି। ଆଇନଗୁଡ଼ିକ ମଧ୍ୟରେ ରହିଛି, ମହାରାଷ୍ଟ୍ର ଆନିମଲ ପ୍ରିଜର୍ଭେସନ(ଆମେଣ୍ଡମେଣ୍ଟ)ଆକ୍ଟ, ୨୦୧୫; ହରିୟାଣା ଗୋବଂଶ ସଂରକ୍ଷଣ ଆଣ୍ଡ୍‌ ଗୋ ସମ୍ପର୍ଦ୍ଧନ ଆକ୍ଟ, ୨୦୧୫; ଗୁଜରାଟ ଆନିମଲ ପ୍ରିଜର୍ଭେସନ(ଆମେଣ୍ଡମେଣ୍ଟ) ଆକ୍ଟ, ୨୦୧୭ ଏବଂ କର୍ନାଟକ ପ୍ରିଭେନସନ ଅଫ୍‌ ସ୍ଲାଟର ଆଣ୍ଡ୍‌ ପ୍ରିଜରଭେସନ ଅଫ୍‌ କ୍ୟାଟେଲ ଆକ୍ଟ,୨୦୨୦। ଯଦି ଗୋ ହତ୍ୟା କିମ୍ବା ଗୋ ମାଂସ ରଖିବାରେ କେହି ଅଭିଯୁକ୍ତ ହୁଅନ୍ତି ତେବେ ସେ ଗୋ ହତ୍ୟା କରିନାହାନ୍ତି କି ଫ୍ରିଜରେ ଥିବା ମାଂସ ଗୋ ମାଂସ ନୁହେଁ ବୋଲି ପ୍ରମାଣ ଦେବାକୁ ହେବ।
ଗୁଜରାଟ ଆନିମଲ ପ୍ରିଜର୍ଭେସନ(ଆମେଣ୍ଡମେଣ୍ଟ) ଆକ୍ଟ, ୨୦୧୭ରେ ଗୋ ହତ୍ୟାକୁ ଆର୍ଥିକ ଅପରାଧ ଭାବେ ଗଣାଯାଉଛି ଓ ଏଥିରେ ଦୋଷୀକୁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରଖାଯାଇଛି। ଦେଖିବାକୁ ଗଲେ ଅନ୍ୟ କୌଣସି ଆର୍ଥିକ ଅପରାଧରେ ଏଭଳି ଉଲ୍ଲେଖ ନାହିଁ। ନୂଆ ଆଇନ ଅନୁସାରେ ୨୦୧୯ରେ ଜଣେ ମୁସଲମାନ ତାଙ୍କ ଝିଅ ବାହାଘରରେ ଗୋମାଂସ ପରଷିବା ଅଭିଯୋଗରେ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହି ଘଟଣାରେ ଲୋକଟି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ପଡ଼ିଥିଲା ବୋଲି ବିଚାରପତି କହିଥିଲେ। ଲୋକମାନେ ଖାଇ ସାରିଥିବା ଖାଦ୍ୟକୁ ପରୀକ୍ଷା କରିବା ସମ୍ଭବ ନ ଥିଲା, ଯାହାଫଳରେ ଲୋକଟିକୁ ଜେଲ ପଠାଇ ଦିଆଗଲା। ୟୁଏପିଏ ଆଇନରେ ବି ଅଭିଯୁକ୍ତଙ୍କୁ ନିଜ ପକ୍ଷରୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ହେବ। ଏହି ଆଇନରେ ଥରେ ଅଭିଯୁକ୍ତ ହେବା ମାନେ ଜାମିନ ମିଳିବା କଷ୍ଟକର। ସବୁ ରାଜ୍ୟରେ ପ୍ରିଭେଣ୍ଟିଭ ଡିଟେନ୍‌ସନ ଲ’ମାନ ରହିଛି। ଭବିଷ୍ୟତରେ ଜଣେ ଯଦି ଅପରାଧ କରିବାର ସମ୍ଭାବନା ରହିଛି ବୋଲି ସରକାର ହୃଦବୋଧ କରନ୍ତି, ତେବେ ତାଙ୍କୁ ବିନା ଅପରାଧରେ ଜେଲରେ ରଖିପାରିବେ। କୌତୂହଳର କଥା ହେଉଛି, ଜନସଂଘ ପ୍ରଭେଣ୍ଟିଭ ଡିଟେନ୍‌ସନ ଲ’କୁ ବିରୋଧ କରିଥିଲା। ଭାଜପା ଜନସଂଘରୁ ସୃଷ୍ଟି ହୋଇଛି। ହେଲେ ଏବେ ଭାଜପା ଏହି ଆଇନଗୁଡ଼ିକ ଗଢ଼ିବାରେ ଆଗରେ ରହିଛି। ୨୦୧୪ରୁ ସମ୍ଭାବନାକୁ ଆଧାର କରି ଦୋଷୀ ବା ଅଭିଯୁକ୍ତ କରିବା ଧାରା ଚାଲିଆସୁଛି। ହେଲେ ଏହାକୁ ବିରୋଧ କରାଯାଉନାହିଁ। ଏ ନେଇ ବିତର୍କର ଅଭାବ ରହିଛି। ସମ୍ଭବତଃ ଅଧିକାଂଶ ଭାରତୀୟ ଏହି ଆଇନ ବ୍ୟବସ୍ଥାରେ ବିଶ୍ୱାସ କରୁଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ଠିକ୍‌ ବୋଲି ଭାବୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri