ନାତୁଣୀ ନାତିଙ୍କ ପାଇଁ ମୂଲ ଲାଗୁଛନ୍ତି ଶାନ୍ତିଲତା

ସିମୁଳିଆ, ୧୯।୫(ଡି.ଏନ.ଏ.): ସରକାରୀ ଯୋଜନାଠାରୁ ଦୂରରେ ରହୁଛନ୍ତି ପ୍ରକୃତ ହିତାଧିକାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଣ୍ଡରାଇ ପଞ୍ଚାୟତ ୧୩ନଂ. ୱାର୍ଡ଼ ଅଣ୍ଡରାଇ ଜେନାସାହିରେ। ସ୍ବାମୀ, ବୋହୂ ଓ ପୁଅଙ୍କ ମୃତ୍ୟୁ ହେବା ପରେ ୬୨ ବର୍ଷୀୟା ଶାନ୍ତିଲତା ଯେନା ନାତି, ନାତୁଣୀଙ୍କ ପେଟ ପୋଷିବା ଲାଗି ପରଘରେ ମୂଲ ଲାଗୁଛନ୍ତି। ବୋହୂ ନାମରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୫ବର୍ଷ ହେଲା ସରିପାରୁ ନ ଥିବାରୁ ଝାଟିମାଟି ଘରେ ୩ ପ୍ରାଣୀ ମୁଣ୍ଡ ଗୁଞ୍ଜିଛନ୍ତି। ବିପଦସଙ୍କୁଳ ଅବସ୍ଥାରେ ଥିବା ଘରକୁ ବାଉଁଶ ସହାଯ୍ୟରେ ଢିରା ଦେଇ ଅଟକାଯାଇଛି। କେତେବେଳେ ଯେ, ଭୁଶୁଡିପଡିବ ତାହା କହିହେବନାହିଁ।
ବର୍ଷ ପୂର୍ବେ ଶନ୍ତିଲତାଙ୍କ ସ୍ବାମୀ ମୁଷାଙ୍କର ମୃତ୍ୟୁ ହୋଇଥିଲା। ପରେ ଆଗପଛ ପଛ ହୋଇ ଗତ ଦୁଇ ବର୍ଷ ମଧ୍ୟରେ ବୋହୂ ବର୍ଷାଙ୍କର କର୍କଟ ରୋଗରେ ଓ ପୁଅ ମୂରଲୀଙ୍କର ମଧ୍ୟ ଅଚାନକ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଷଷ୍ଠ ଶ୍ରେଣୀରେ ପଢୁଥିବା ନାତୁଣୀ ନନ୍ଦିନୀ ଓ ଦଶମ ଶ୍ରେଣୀରେ ପଢୁଥିବା ନାତି ବିଶ୍ୱରଞ୍ଜନଙ୍କ ଦାୟିତ୍ୱ ଶାନ୍ତିଲତାଙ୍କ ଉପରେ ରହିଛି। ୪ ଡିସିମିଲ ଘରବାଡ଼ି ତାଙ୍କର ଏକମାତ୍ର ସମ୍ବଳ। ମାସିକ ୫ଶହ ଟଙ୍କା ଭତ୍ତା ଓ ଚାଉଳ ତାଙ୍କୁ ମିଳୁଛି ା ତେବେ ଏହା ୩ ପ୍ରାଣୀ କୁଟୁମ୍ବଙ୍କ ପାଇଁ ଯଥେଷ୍ଟ ହେଉ ନ ଥିବାରୁ ଶାନ୍ତିଲତା ପରଘରେ କାମ କରୁଛନ୍ତି। ୫ବର୍ଷ ପୂର୍ବେ ୧ଲକ୍ଷ ୨୦ହଜାର ବ୍ୟୟ ଅଟକଳରେ ତାଙ୍କ ବୋହୂ ବର୍ଷାଙ୍କ ନାମରେ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋହୂ ମରିଯିବା ପରେ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିନାହିଁ ା ତାଙ୍କ ଘର ପାର୍ଶ୍ୱରେ ଗାଁର ପକ୍କା ରାସ୍ତା ନିର୍ମାଣ କରାଯାଇଛି। ଫଳରେ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ତାଙ୍କ ଘରେ ପଶୁଛି। ପକ୍କାଘର ନିର୍ମାଣ ହୋଇଗଲେ ସେମାନେ ଆଶ୍ୱସ୍ତ ହୋଇପାରନ୍ତେ ବୋଲି ଶାନ୍ତିଲତା କହିଛନ୍ତି। ଶାନ୍ତିଲତାଙ୍କ ଅସହାୟତା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ଗତ ୧୦ା୫ା୨୧ରେ ଜିଲାପାଳ, ଗତ ୨୬ା୦୫ା୨୧ ଓ ୨୮ା୩ା୨୨ରେ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ ା ଘର ନିକଟରୁ ବ୍ଲକ କାର୍ଯ୍ୟାଳୟ ୨୮କି.ମି. ଦୂର ହେବା ସହିତ ଗାଡ଼ି ମୋଟର କୌଣସି ସୁବିଧା ନ ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ପାରୁ ନ ଥିବାର ଶାନ୍ତିଲତା କହିଛନ୍ତି। ଏ ସମ୍ପର୍କରେ ବିଡିଓ ସୁଧୀର କୁମାର ସିଂ କହିଛନ୍ତି, ସେ ତୁରନ୍ତ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ରୁପତି ରଞ୍ଜନ ପଣ୍ଡାଙ୍କୁ ଡାକି ପଚାରି ବୁଝିଥିଲେ। ଶାନ୍ତିଲତାଙ୍କୁ ୩୫ କି.ଗ୍ରା. ଚାଉଳ ବ୍ୟବସ୍ଥା କରାଯିବା ସହିତ ତୁରନ୍ତ ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ ସୂଚନା ଦେଇଥିଲେ। ଘର ନିର୍ମାଣ ପାଇଁ ବୋହୂ ନାମ ପରିବର୍ତ୍ତେ ଶାନ୍ତିଲତାଙ୍କ ନାମ ଯୋଡ଼ାଯିବା ପାଇଁ ପଠାଯାଇଛି ବୋଲି ରୁପତି ରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?