ଶ୍ରମିକ ଧର୍ମଘଟ: ରାଜ୍ୟରେ ୧୦୦ କୋଟିର କାରବାର କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଶ୍ରମିକ ଧର୍ମଘଟ ପ୍ରଭାବ ଯୋଗୁ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ଆଂଶିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବନ୍ଦ କାରଣରୁ ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାର କାରବାର କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟ ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟର ଯେଉଁ ସ୍ଥାନଗୁଡିକରେ ଶ୍ରମିକ ସଙ୍ଗଠନଗୁଡିକ ସକ୍ରିୟ ଅଛନ୍ତି ସେହି ସ୍ଥାନଗୁଡିକରେ ବିଶେଷକରି ବନ୍ଦ ପ୍ରଭାବ ଅଧିକ ରହିଛି। ରାଜ୍ୟର ଅନ୍ୟ ସ୍ଥାନରେ ବନ୍ଦ ପ୍ରଭାବ ଏତେଟା ଦେଖାଯାଇନାହିଁ। ଫଳରେ ବ୍ୟବସାୟ ଉପରେ ସେଭଳି କିଛି ପ୍ରଭାବ ପଡିନାହିଁ। ରାଜପଥରେ ଶ୍ରମିକ ସଙ୍ଗଠନଗୁଡିକ ଧାରଣା ଦେଇ ଥିବାରୁ ପରିବହନ ହେବା ବ୍ୟାପକ ବାଧାପ୍ରାପ୍ତ ହୋଇଥିବା ବିଭିନ୍ନ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି।
ଗୁରୁବାର ଶ୍ରମିକ ସଙ୍ଗଠନଗୁଡିକର ଦେଶବ୍ୟାପୀ ଧର୍ମଘଟ ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାରବାର ଆଂଶିକ ପ୍ରଭାବିତ ହୋଇଛି। କିଛି ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଏହି ଧର୍ମଘଟରେ ସାମିଲ ହୋଇଥିଲେ। ବ୍ୟାଙ୍କରେ ଜମା ସହ ନଗଦ କାରବାର ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏହାର ପ୍ରଭାବ ବିଦେଶୀ ମୁଦ୍ରା ଏବଂ ସରକାରୀ ନେଣଦେଣ ଉପରେ ମଧ୍ୟ ପଡିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ନ ଥିବା ଶିଳ୍ପ ସୂତ୍ରରୁ କୁହାଯାଇଛି। ସରକାରଙ୍କ ନୀତିକୁ ବିରୋଧକରି ଦେଶର ୧୦ ଶ୍ରମିକ ସଙ୍ଗଠନ ଧର୍ମଘଟକୁ ଓହ୍ଲାଇଛନ୍ତି। ଏଥିରେ ଭାରତୀୟ ମଜଦୁର ସଂଘ ଯୋଗଦେଇନାହିଁ।
ବନ୍ଦ ପ୍ରଭାବ ରାଜ୍ୟର ବ୍ୟାଙ୍କ ସେବା ଉପରେ ସେଭଳି ପ୍ରଭାବ ପକାଇନାହିଁ। ରାଜ୍ୟର ପ୍ରାୟ ସମସ୍ତ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କ ଖୋଲା ରହିଥିବା ବେଳେ ଗ୍ରାହକ ମଧ୍ୟ ଆଶା ଅନୁଯାୟୀ କାରବାର କରିଛନ୍ତି। ପ୍ରାୟ ୭୫% ଗ୍ରାହକ ବ୍ୟାଙ୍କକୁ ଆସି ସେବା ଲାଭ କରିଥିବା ଏଆଇବିଓସି ରାଜ୍ୟ ସଭାପତି ଦାମୋଦର ନନ୍ଦ ସୂଚନା ଦେଇଛନ୍ତି। ବ୍ୟାଙ୍କିଙ୍ଗ୍‌ ସମ୍ପର୍କିତ ନେଣଦେଣ ଏବଂ ଅନ୍ୟ ସେବା ଯଥା ଇଣ୍ଟରନେଟ,ମୋବାଇଲ ବ୍ୟାଙ୍କିଙ୍ଗ୍‌ ଓ ଏଟିଏମ୍‌ ଭଳି ଡିଜିଟାଲ ମାଧ୍ୟମରେ ଟ୍ରାଞ୍ଜାକଶନ କରିବା ଲାଗି ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ପୂର୍ବରୁ ଗ୍ରାହକଙ୍କୁ କହିଥିଲେ। ବନ୍ଦ ଯୋଗୁ ଅର୍ଥ ବ୍ୟବସ୍ଥାକୁ ୨୫ ହଜାର କୋଟି ଟଙ୍କାର କ୍ଷତି ପହଞ୍ଚିଛି। ସେହିଭଳି ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହେବା ଯୋଗୁ ପ୍ରାୟ ୧୮ ହଜାର କୋଟି ଟଙ୍କାର ଚେକ୍‌ କ୍ଲିୟରାନ୍ସରେ ବାଧା ଆସଥିବା ଶ୍ରମିକ ସଙ୍ଗଠନଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri