ତେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁନି

ଭୁବନେଶ୍ୱର: ଗୋଟିଏ ଦିନ ବ୍ୟବଧାନ ପରେ ଗୁରୁବାର ପୁଣିଥରେ ତେଲ ଦର ବୃଦ୍ଧି ପାଇଛି। ଏହି ସମୟରେ ଭୁବନେଶ୍ୱରରେ ପେଟ୍ରୋଲ ୧୩ ଏବଂ ଡିଜେଲ ୨୩ ପଇସା ବଢ଼ିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୮୨.୩୧ ଟଙ୍କା ଏବଂ ଡିଜେଲ ୭୭.୯୯ ଟଙ୍କା ଛୁଇଁଥିବା ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ମିଳିଛି। ଦେଶର ମେଟ୍ରୋ ସହରଗୁଡ଼ିକରେ ଗୁରୁବାର ପେଟ୍ରୋଲ ୧୦ରୁ ୧୧ ପଇସା ଊର୍ଦ୍ଧ୍ୱରେ ରହିଛି। ସେହିଭଳି ଏହି ସ୍ଥାନଗୁଡିକରେ ଡିଜେଲ ଲିଟର ପିଛା ଲୋକଙ୍କୁ ୨୦ରୁ ୨୧ ଅଧିକ ଦେବାକୁ ପଡୁଛି। ନୂଆଦିଲ୍ଲୀରେ ପେଟ୍ରୋଲ ୮୧.୭୦ ଟଙ୍କା ଥିବା ବେଳେ ମୁମ୍ବାଇରେ ୮୮.୪୦ ଟଙ୍କା, ଚେନ୍ନାଇରେ ୮୪.୭୪ ଟଙ୍କା ଏବଂ କୋଲକାତାରେ ୮୩.୨୬ ଟଙ୍କା ରହିଛି। ସେହିଭଳି ଏହି ସହରଗୁଡିକରେ ଡିଜେଲ ଦର ଯଥାକ୍ରମେ ୭୧.୬୨ ଟଙ୍କା, ୭୮.୧୨ ଟଙ୍କା, ୭୭.୦୮ ଟଙ୍କା ଏବଂ ୭୫.୧୯ ଟଙ୍କାକୁ ବଢିଛି। କରୋନାର ଦ୍ୱିତୀୟ ଲହର ପୁଣି ଥରେ ଫେରୁଥିବା ବେଳେ ଲଗାତର ତେଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି। ଗତ ୨ ମାସ ହେବ ତେଲ ଦରରେ କୌଣସି ପରିବର୍ତ୍ତନ ହେଉ ନ ଥିଲା। ହେଲେ ଗତ ସପ୍ତାହ ଶୁକ୍ରବାରଠାରୁ ତେଲ ଦର ବଢୁଛି। ଅର୍ଥାତ୍‌ ଗତ ୭ ଦିନ ମଧ୍ୟରୁ ୬ ଦିନ ତେଲ ଦର ବଢିଛି। ଚଳିତ ସପ୍ତାହ ବୁଧବାର କେବଳ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ସହ ଲୋକଙ୍କ ଇମୋଶନ ଜଡ଼ିତ: ସୋଫିଆ ଫିର୍ଦୋସ

ଲୋକେ ସାରା ଜୀବନର ସଞ୍ଚୟ ଘର କିଣାରେ ଲଗାଇଦିଅନ୍ତି। ଘର ସହିତ ଗ୍ରାହକଙ୍କ ଭାବପ୍ରବଣତା ଜଡ଼ିତ। ସେମାନଙ୍କୁ ଇମୋଶନ ଓ ହାପିନେସ୍‌ ଡେଲିଭର କରିବା ପାଇଁ...

ରାସ୍ତାରେ ଗଡ଼ିବ OLA ଇ-ସ୍କୁଟର, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ନୂଆଦିଲ୍ଲୀ,୨୦ା୧୧: ଆପ୍‌ ଜରିଆରେ ଟ୍ୟାକ୍ସି ବୁକିଂ ସେବା ଦେଉଥିବା କମ୍ପାନୀ OLA ଏବେ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା ଆସନ୍ତା ନୂଆବର୍ଷ ଉପଲକ୍ଷେ...

ଛୋଟ କାର୍‌ରେ ୨ ଏୟାର ବ୍ୟାଗ୍‌ କାହିଁକି

ନୂଆଦିଲ୍ଲୀ,୨୦।୯:  ବଡ କାର୍‌ଗୁଡିକରେ ୮ ଏୟାରବ୍ୟାଗ୍‌ ରହିଛି। ମାତ୍ର ଛୋଟ କାରଗୁଡିକରେ ୨ଟି ଏୟାରବ୍ୟାଗ ଥିବାରୁ ଏହାକୁ ନେଇ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ...

ସୁପର ୩୦ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବଜିନ୍ଦେଗୀ ଫାଉଣ୍ଡେଶନ

ଭୁବନେଶ୍ୱର,୧୪-୭: ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ ‘ସୁପର ୩୦’ ଚଳଚ୍ଚିତ୍ର ରିଲିଜ ହୋଇଥିବା ବେଳେ ଏଥିରେ ପ୍ରମୁଖ ଭୂମିକାରେ ହ୍ରିତିକ ରୋଶନ ଏବଂ...

ବିଦେଶୀ ମିଡିଆଙ୍କ ପ୍ରତିକ୍ରିୟା: ମୋଦି ହିନ୍ଦୁ ରାଷ୍ଟ୍ରବାଦ ରାଜନୀତିର ବ୍ରାଣ୍ଡ

ନୂଆଦିଲ୍ଲୀ,୨୪-୫: ସାଧାରଣ ନିର୍ବାଚନରେ ଏନ୍‌ଡିଏର ବିପୁଳ ବିଜୟ ପରେ ବିଦେଶୀ ମିଡିଆ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆମେରିକାର ‘ଦ ନ୍ୟୁୟର୍କ ଟାଇମ୍ସ’ ଲେଖିଛି ଯେ, ମୋଦି...

‘ଓୟୋ’ ଅଂଶଧନ କିଣିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ,୧।୮:  ବିଶ୍ୱର ଅଗ୍ରଣୀ ସଫ୍ଟଓ୍ବେର କମ୍ପାନୀ ‘ମାଇକ୍ରୋସଫ୍ଟ’ ଖୁବ୍‌ଶୀଘ୍ର ସହଜ ଓ ସୁଲଭ ମୂଲ୍ୟରେ ଆତିଥେୟତା ଯୋଗାଇ ଦେଉଥିବା ଭାରତୀୟ କମ୍ପାନୀ ଓୟୋକୁ ଅଧିଗ୍ରହଣ କରିପାରେ ବୋଲି...

୨୬୧ କୋଚରେ ଆଇସୋଲେଶନ ୱାର୍ଡ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୪।୪: କରୋନା ବିରୋଧୀ ଲଢେଇରେ ପୂର୍ବତଟ ରେଳପଥ ଏହାର ଯୋଗଦାନ ରଖିଛି। ମୋଟ ୨୬୧ କୋଚ୍ ମଧ୍ୟରୁ ରେଳପଥ ପକ୍ଷରୁ ଭୁବନେଶ୍ୱର କୋଚିଂ ଡିପୋରେ ୪୬...

ଭେହିକ୍‌ଲ ସ୍କ୍ରାପେଜ୍‌କୁ ଉତ୍ସାହିତ କରିବେ ସରକାର

ନୂଆଦିଲ୍ଲୀ:  ପୁରୁଣା ଏବଂ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ହଟାଇ ନୂଆ ଯାନ ଗ୍ରହଣ କାର୍ଯ୍ୟକ୍ରମକୁ ସରକାର ଉତ୍ସାହିତ କରିବେ। ଏ କ୍ଷେତ୍ରରେ ସରକାର କେତେକ...

Advertisement
Archives

Model This Week