କରୋନା ଟେଷ୍ଟ ନାଁରେ ଯୁବତୀଙ୍କ ସହ ଏପରି କଲେ ଲ୍ୟାବ୍‌ ଟେକ୍‌ନିସିଆନ

ମୁମ୍ବାଇ, ୨୭।୭: କରୋନା ମହାମାରୀ ଦ୍ୱାରା ଭାରତରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ତେବେ ଏଭଳି ଏକ ସଙ୍ଗୀନ ପରିସ୍ଥିତିରେ ସେହି ମହାରାଷ୍ଟ୍ରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅମରାବତୀରେ ଜଣେ ଲ୍ୟାବ୍‌ ଟେକ୍‌ନିସିଆନ କରୋନା ଟେଷ୍ଟ ପାଇଁ ଯୁବତୀଙ୍କ ଯୌନାଙ୍ଗରୁ ନମୁନା ନେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବତୀ ଜଣଙ୍କ ଥାନାରେ ମାମଲା ରୁଜୁ କରିବା ପରେ ବଳାତ୍କାର ମାମଲାରେ ଲ୍ୟାବ୍‌ ଟେକ୍‌ନିସିଆନଙ୍କୁ ଗିରଫ କରାଯାଇଛି।
ସଙ୍ଗୀନ ଘଟଣାଟି ଅମରାବତୀର କୋଭିଡ୍‌ ଟ୍ରମା ସେଣ୍ଟର ଲ୍ୟାବ୍‌ରେ ଘଟିଛି। ଘଟଣାରୁ ଜଣାପଡ଼ିଛି ଯେ ଯୁବତୀ ଜଣଙ୍କ ଏକ ସର୍ଭିସ ଷ୍ଟୋର୍‌ରେ କାମ କରନ୍ତି। ନିକଟରେ ସେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଯାହା ଫଳରେ ଷ୍ଟୋର୍‌ର ସମସ୍ତ କର୍ମଚାରୀଙ୍କୁ କରୋନା ଟେଷ୍ଟ କରିବା ପାଇଁ କୁହାଯାଇଥିଲା। ସମସ୍ତ କର୍ମଚାର ଏକ ସରକାରୀ ଲ୍ୟାବ୍‌ରେ ପରୀକ୍ଷା କରାଇଥିଲେ। ପ୍ରଥମେ ପାଟିରୁ ସ୍ବାବ୍‌ ସଂଗ୍ରହ କରାଯିବା ପରେ ଲ୍ୟାବ୍‌ ଟେକ୍‌ନିସିଆନ ଜଣଙ୍କ ଯୁବତୀଙ୍କୁ କହିଥିଲେ, ତୁମ ରିପୋର୍ଟ ପଜିଟିଭ ଆସିଛି। ତେଣୁ ତୁମର ୟୁରିନ୍‌ ଟେଷ୍ଟ ହେବ। ଏହାପରେ ୟୁରିନ୍‌ ଟେଷ୍ଟ ପରେ ଯୁବତୀଜଣଙ୍କ ଘରକୁ ଯାଇ ତାଙ୍କ ଭାଇକୁ ଏ ସମସ୍ତ ଘଟଣା କରିଥିଲେ। ଏହାପରେ ଯୁବତୀଙ୍କ ଭାଇ ସନ୍ଦେହ କରି ଜଣେ ଡାକ୍ତରଙ୍କ ସହ ଏନେଇ ଯୋଗାଯୋଗ କରିଥିଲେ। କରୋନା ଟେଷ୍ଟ ପାଇଁ ଏହିଭଳି କୌଣସି ଟେଷ୍ଟ କରିବାକୁ ପଡ଼ିବ ନାହିଁ ବୋଲି ଡାକ୍ତରଙ୍କଠାରୁ ନିଶ୍ଚିତ ହେବାପରେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ସେହି ଲ୍ୟାବ୍‌ ଟେକ୍‌ନିସିଆନଙ୍କୁ ଗିରଫ କରିଛି। ମହାରାଷ୍ଟ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁର ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧, ସୁସ୍ଥ ହେଲେ ୯୯

ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୦୭୧ରେ।...

ସପ୍ତାହକ ମଧ୍ୟରେ କେରଳ ଫେରିବେ ୨୧୫୦ ପ୍ରବାସୀ: ଅର୍ଥନୀତି ହେବ ପ୍ରଭାବିତ

କୋଚି,୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଥିବା...

ଲକ୍‌ଡାଉନ୍‌ରେ ଫି’କୁ ନେଇ ଘରୋଇ ସ୍କୁଲ ଉପରେ ସରକାରଙ୍କ ଛାଟ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀରେ ଲକ୍‌ଡାଉନ୍‌ ସମୟରେ ଅଭିଭାବକଙ୍କଠାରୁ ମିଳୁଥିବା ଅଭିଯୋଗକୁ ଧ୍ୟାନରେ ରଖି ଉପମୂଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆ ସ୍କୁଲମାନଙ୍କ ପାଇଁ ଏକ କଡ଼ା ନିୟମ...

ମନ୍ଦିରରୁ ପୂଜକଙ୍କୁ ଉଠାଇନେଲା ପ୍ରଶାସନ

ଭଞ୍ଜନଗର,୨୧।୪(ଡି.ଏନ.ଏ.)-ଗଞ୍ଜାମରେ ଲକ୍‌ଡାଉନ ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ ମନ୍ଦିରରେ ଲୋକଙ୍କ ଗହଳି ଉପରେ କଟକଣା ଜାରି ରହିଛି। ଏହା ସତ୍ତ୍ୱେ ଭଞ୍ଜନଗର-ବେଲଗୁଣ୍ଠା ରାସ୍ତାର ଜାମପଲ୍ଲୀ ଛକରେ...

୨୮% ସଂକ୍ରମିତଙ୍କଠାରେ ଲକ୍ଷଣ ନାହିଁ

ନୂଆଦିଲ୍ଲୀ,୩୧ା୫(ପି.ଟି.): ଭାରତରେ ଏପ୍ରିଲ ୩୦ ସୁଦ୍ଧା ୪୦,୧୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୮ ପ୍ରତିଶତଙ୍କଠାରେ କୋଭିଡ୍‌-୧୯ର କୌଣସି ଲକ୍ଷଣ ନ...

ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗ ମାଳି, ୪ ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

ଉଦଳା,୨୭।୧୨(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଉଦଳା ଉଦ୍ୟାନ ବିଭାଗ ମାଳି ଉଦ୍ଧବ ବେହେରା। ଶୁକ୍ରବାର ଉଦ୍ଦବଙ୍କ ୪ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଟିମ୍‌...

ଆଇସୋଲେଶନ ଓ୍ବାର୍ଡରେ ମଦ ପିଇଲେ କରୋନା ଆକ୍ରାନ୍ତ

ଗୋପାଳଗଞ୍ଜ, ୧୨।୭- ଭାରତରେ କରୋନା ଭାଇରସ୍‌ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଏହା...

ଖୁସି ଖବର: କରୋନା ଯୁଦ୍ଧରେ ବିଜୟୀ ହେଲେ ୯ ମାସର ଶିଶୁ

ଡେରାଡୁନ,୨୩।୪: ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯ ମାସର କରୋନା ସଂକ୍ରମିତ ଶିଶୁ ମାତ୍ର ୬ ଦିନରେ ସୁସ୍ଥ ହେବା ଘଟଣା ଏବେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *