Posted inଖେଳ

ଏମ୍‌ବାପେଙ୍କ ଲିଭରପୁଲ୍‌, ବାର୍ସିଲୋନା କ୍ଲବ ଯିବା ନେଇ ଚର୍ଚ୍ଚା: ଜାଣନ୍ତୁ କେତେ ରହିଛି ମୂଲ୍ୟ

ପ୍ୟାରିସ୍‌, ୨ା୧ ନୂତନ ବର୍ଷ ଆରମ୍ଭ ହୋଇଥିବା ବେଳେ ପ୍ୟାରିସ୍‌ ସେଣ୍ଟ ଜର୍ମେନ(ପିଏସ୍‌ଜି) ଫରଓ୍ବାର୍ଡ କିଲିଆନ୍‌ ଏମ୍‌ବାପେଙ୍କ ଭବିଷ୍ୟତକୁ ନେଇ କାଉଣ୍ଟ ଡାଉନ୍‌(ଅବଗଣନା) ଆରମ୍ଭ ହୋଇଛି। ୨୦୨୪ ପିଏସ୍‌ଜିରେ ଏମ୍‌ବାପେଙ୍କ ଶେଷ ବର୍ଷ ହୋଇଥିବା ବେଳେ ସେ କେଉଁ କ୍ଲବରେ ଯୋଗଦେବେ ତାହାକୁ ନେଇ ପୂର୍ବାନୁମାନ ଜାରି ହୋଇଛି।

ପିଏସ୍‌ଜି ପକ୍ଷରୁ ତାଙ୍କୁ ୧ ବର୍ଷର ଚୁକ୍ତି ନବୀକରଣ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏମ୍‌ବାପେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆସନ୍ତା ଜୁନ୍‌ ୨୦୨୪ରେ ଏମ୍‌ବାପେଙ୍କ ଚୁକ୍ତି ଶେଷ ହେଉଥିବା ବେଳେ ସେ ଅନ୍ୟ କ୍ଲବମାନଙ୍କ ସହ ଆଲୋଚନା କରିପାରନ୍ତି। ସେ ଲିଭରପୁଲ୍‌ କିମ୍ବା ବାର୍ସିଲୋନା ଯିବାର ସମ୍ଭାବନା ଅଧିକ ରହିଛି।

୨୦୧୭ରେ ମୋନାକୋରୁ ଲୋନ୍‌ରେ ଆସି ପିଏସ୍‌ଜି ସହିତ ସାମିଲ ହୋଇଥିଲେ ଏମ୍‌ବାପେ। ସେ ସମୟରେ ତାଙ୍କ ମୂଲ୍ୟ ୧୮୦ ମିଲିୟନ୍‌ ୟୁରୋ ରହିଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୧୯୯ ମିଲିୟନ୍‌ ଡଲାରରେ ପହଞ୍ଚିଛି।

୨୫ ବର୍ଷୀୟ ଏମ୍‌ବାପେ ପିଏସ୍‌ଜି ଇତିହାସର ସର୍ବକାଳୀନ ଶ୍ରେଷ୍ଠ ଗୋଲ ସ୍କୋରର ରହିବା ସହିତ ୨୩୩ ଗୋଲ କରିଛନ୍ତି। ଏହା ବ୍ୟତୀତ ଫ୍ରାନ୍ସ ପାଇଁ ସେ ୪୬ ଗୋଲ ଦେଇଛନ୍ତି। ଚଳିତ ସିଜନରେ ଏମ୍‌ବାପେ ୨୨ ମ୍ୟାଚ୍‌ରୁ ୨୧ ଗୋଲ ଦେଇଥିଲେ ମଧ୍ୟ ପିଏସ୍‌ଜି ୧-୪ରେ ନ୍ୟୁ କ୍ୟାସେଲ୍‌ ଓ ୧-୨ରେ ଏସି ମିଲାନ୍‌ ନିକଟରୁ ହାରି ଯାଇଥିଲା। ଦଳର ଡିଫେନ୍ସ ଅତ୍ୟନ୍ତ ଦୁର୍ବଳ ରହିଥିବା ନେଇ ମଧ୍ୟ ଏମ୍‌ବାପେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ବାଲନ୍‌ ଡି ଅର ଓ ଇଂଲିଶ ପ୍ରିମିୟର ଲିଗ୍‌ ଟାଇଟଲ ଜିତିବା ଏମ୍‌ବାପେଙ୍କ ସ୍ବପ୍ନ ରହିଥିବା ବେଳେ ତାଙ୍କୁ କ୍ଲବ୍‌ ସୁଇଚ୍‌ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri